ଗାନ୍ଧୀ ମନ୍ଦିର, ଭତରା

ଉଇକିପିଡ଼ିଆ‌ରୁ
ଗାନ୍ଧୀ ମନ୍ଦିର, ଭତରା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭତରା, ସମ୍ବଲପୁର
Stateଓଡ଼ିଶା
Countryଭାରତ

ସମ୍ବଲପୁର ଜିଲ୍ଲାର ଭତରା ଗ୍ରାମଠାରେ ୧୯୭୪ ମସିହାରେ ନିର୍ମିତ ଏହି ମନ୍ଦିରଟିରେ ମହାତ୍ମା ଗାନ୍ଧୀ ପୂଜା ପାଆନ୍ତି ।[୧] ଏହା ଭାରତର ପ୍ରଥମ ଗାନ୍ଧୀ ମନ୍ଦିର ଅଟେ ।[୨]

ଇତିହାସ[ସମ୍ପାଦନା]

୧୯୬୦ଦଶକରେ ସମ୍ବଲପୁରରେ ଛୁଆଁ-ଅଛୁଆଁ ଭେଦଭାବ ରହିଥିଲା । ଏହି ଭେଦଭାବକୁ ଦୂର କରିବା ପାଇଁ ଭତରା ଗାଁର ବୁଦ୍ଧିଜୀବିମାନେ ଗାଁରେ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ ।[୩] ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଉଦ୍ୟମରେ ୧୯୭୧ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।[୪] ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ନିର୍ମାଣ ଶେଷ ହୋଇ, ୧୯୭୪ ଅପ୍ରେଲ ୧୧ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କଦ୍ୱାରା ମନ୍ଦିର ଉଦଘାଟନ କରାଗଲା ।[୫]

ପୂଜାବିଧି[ସମ୍ପାଦନା]

ମନ୍ଦିର ଭିତରେ ଗାନ୍ଧୀଜିଙ୍କର ୩.୫ଫୁଟ ଉଚ୍ଚତାର ମୂର୍ତ୍ତୀ ପୂଜା ପାଉଛନ୍ତି । ଚତୁର୍ପାର୍ଶ୍ୱରେ ବରପୁତ୍ରମାନଙ୍କ ଫଟୋଚିତ୍ର ରହିଛି । ମନ୍ଦିର ସମ୍ମୁଖରେ ଅଶୋକ ସ୍ତମ୍ବ ରହିଛି । ମନ୍ଦିର ଶିଖରେ ତ୍ରିରଙ୍ଗା ପତାକା ଉଡୁଛି । ମନ୍ଦିର ପରିସରରେ ଗାନ୍ଧୀଜିଙ୍କ ଜୀବନର ବିଭିନ୍ନ ସ୍ମରଣୀୟ ଘଟଣାବଳୀ ସହ, ତିନି ମାଙ୍କଡ଼ର ପ୍ରତିଛବି ରହିଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଏ ।[୬] ବିଭିନ୍ନ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲଗାଯାଏ । ଜାନୁଆରୀ ୨୬, ଅଗଷ୍ଟ ୧୫, ଅକ୍ଟୋବର ୨ ଓ ଜାନୁଆରୀ ୩୦ତାରିଖରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ ।[୭] ପ୍ରତିଦିନ ସକାଳେ ରାମଧୂନ ଓ ସନ୍ଧ୍ୟାରେ ରାମାୟଣ, ଭାଗବତ ଆଦି ପଢାଯାଏ ।

ଗମନାଗମନ[ସମ୍ପାଦନା]

ଗାନ୍ଧୀ ମନ୍ଦିରଠାରୁ ଅଧ କିମି ଦୂରରେ ୫୩ନଂ ଜାତୀୟ ରାଜପଥ ରହିଛି । ୧୦କିମି ଦୂରରେ ରହିଛି କ୍ଷେତରାଜପୁର ରେଳ ଷ୍ଟେସନ ।୨୬କିମି ଦୂରରେ ରହିଛି ଜମାଦାରପଲ୍ଲି ଏୟାର ଷ୍ଟ୍ରିପ ଓ ୬୧କିମି ଦୂରତାରେ ରହିଛି ଝାରସୁଗୁଡ଼ା ବିମାନ ବନ୍ଦର । ଭୁବନେଶ୍ୱର ସମ୍ବଲପୁର ବସ ବା ଟ୍ରେନ୍ ଯୋଗେ ଆସି, ସେଠାରୁ ମନ୍ଦିରକୁ ଯିବା ସୁବିଧା ମଧ୍ୟ ଅଛି ।[୮]

ଆଧାର[ସମ୍ପାଦନା]

  1. http://www.ibnlive.com/news/buzz/mahatma-gandhi-chinese-kali-and-a-sachin-tendulkar-temple-10-unusual-temples-in-india-for-the-unconventional-indian-gods-711048.html
  2. http://www.telegraphindia.com/1111003/jsp/orissa/story_14580642.jsp
  3. http://timesofindia.indiatimes.com/india/Dalits-build-Gandhi-temple-in-Sambalpur/articleshow/2423260.cms
  4. http://www.dailypioneer.com/state-editions/bhubaneswar/7-new-sites-to-get-tourist-spots-recognition-in-spur.html
  5. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-08-17. {{cite web}}: Cite has empty unknown parameter: |1= (help)
  6. http://www.mysambalpur.in/2012/10/mahatma-gandhi-temple-in-bhatrasambalpur
  7. http://www.india-forums.com/news/religion/4138-mahatma-gandhi-worshipped-at-orissa-temple.htm
  8. "ଭତରା". ଧରିତ୍ରୀ ଛୁଟିଦିନ ୧୬-୨୨ ଅଗଷ୍ଟ ୨୦୧୫ ପୃଷ୍ଠା ୧୩. Retrieved 17 August 2015.