ଗଦାଧର ଦତ୍ତ

ଉଇକିପିଡ଼ିଆ ରୁ
Jump to navigation Jump to search
ଗଦାଧର ଦତ୍ତ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
ଅଫିସରେ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପୂର୍ବ ଯାଜପୁର
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୫୨ – ୧୯୬୧
ପର ଅଧିକାରୀଶାନ୍ତନୁ କୁମାର ଦାସ, ମଦନ ମୋହନ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଯାଜପୁର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୬୧ – ୧୯୬୭
ପୂର୍ବ ଅଧିକାରୀମଦନମୋହନ ପଟ୍ଟନାୟକ
ପର ଅଧିକାରୀପରମାନନ୍ଦ ମହାନ୍ତି
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବ୍ୟକ୍ତିଗତ ସବିଶେଷ
ଜନ୍ମନଭେମ୍ବର ୨୭, ୧୯୦୬(1906-11-27)
ମୃତ୍ୟୁ୨୫ ମାର୍ଚ୍ଚ ୧୯୭୪ (୬୭ ବର୍ଷ)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିମଳା ଦତ୍ତ
ବାପା/ମା'ଗୋକୁଳାନନ୍ଦ ଦତ୍ତ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ଗଦାଧର ଦତ୍ତ (ଜନ୍ମ: ୨୭ ନଭେମ୍ବର ୧୯୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଗଦାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ସମୁଦାୟ ଚାରିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାର ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାରେ ସେ ପୂର୍ବ ଯାଜପୁରରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଭାରତ ସ୍ୱାଧୀନ ହେବାପରେ ୧୯୫୨ ଓ ୧୯୫୭ ମସିହାରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଦାଧର ୧୯୦୬ ମସିହାର ନଭେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ଦତ୍ତ ଏବଂ ପତ୍ନୀଙ୍କ ନାମ ବିମଳା ଦତ୍ତ ।[୧] ଗଦାଧରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗଦାଧର ଦତ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ

ଗଦାଧର ୧୯୭୪ ମସିହାର ମାର୍ଚ୍ଚ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Gadadhar Dutta". odishaassembly.nic.in. Odisha Assembly. Retrieved 19 November 2019.