ଗତି ରୋଗ
Motion sickness | |
---|---|
Kinetosis, travel sickness, seasickness, airsickness, carsickness, simulation sickness, space motion sickness, space adaptation syndrome | |
ବିଭାଗ | Neurology |
ଲକ୍ଷଣ | Nausea, vomiting, cold sweat, increased salivation[୧] |
କାରଣ | Real or perceived motion[୧] |
ବିପଦ କାରକ | Pregnancy, migraines, Meniere’s disease[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୧] |
ସଠିକ ରୋଗ ନିର୍ଣ୍ଣୟ | Benign paroxysmal positional vertigo, vestibular migraine, stroke[୧] |
ପ୍ରତିକାର | Avoidance of triggers[୧] |
ଔଷଧ | Scapolamine, dimenhydrinate, dexamphetamine[୨] |
ଚିକିତ୍ସା | Behavioral measures, medications[୨] |
Prognosis | Generally resolve within a day[୧] |
ପୁନଃପୌନିକ | Nearly all people with sufficient motion[୨] |
ଗତି ରୋଗ, (ଇଂରାଜୀ ଭାଷାରେ motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | [୧] ସାଧାରଣତଃ ଅଇ, ବାନ୍ତି, ଥଣ୍ଡା ଝାଳ, ମୁଣ୍ଡବିନ୍ଧା, ନିଦ୍ରାଳୁ, ହାଇ, ଅରୁଚି ଏବଂ ଅଧିକ ଲାଳ ବୋହିବା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ | [୧] କ୍ୱଚିତ ଜଟିଳ ହେଲେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ ସମସ୍ୟା କିମ୍ବା ଏକ ଗ୍ରାସନଳୀର ନିମ୍ନ ଭାଗ ଚିରିଯିବା ଦେଖାଯାଏ | [୧]
ଗତି ରୋଗର କାରଣ ହେଉଛି ବାସ୍ତବ ବା ଅନୁଭବ ହୋଇଥିବା ଗତି | [୧] ଏହା କାର ଭ୍ରମଣ, ବିମାନ ଯାତ୍ରା, ସମୁଦ୍ର ଭ୍ରମଣ, ବାସ୍ତବତା ଅନୁକରଣ କିମ୍ବା ମହାକାଶ ଯାତ୍ରା କଲେ ହୋଇପାରେ ।[୧] ଗର୍ଭାବସ୍ଥା, ଅଧକପାଳି ଏବଂ ମିନିଅର୍ସ ରୋଗ ଇତ୍ୟାଦି ଏହି ସଙ୍କଟ ସୃଷ୍ଟି କରିପାରେ । [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ନିର୍ଭର କରେ। [୧]
ବ୍ୟବହାରିକ ପଦକ୍ଷେପ କିମ୍ବା ଔଷଧ ଦେଇ ଏହାର ଚିକିତ୍ସା କରାଯାଏ | [୨] ବ୍ୟବହାରିକ ପଦକ୍ଷେପରେ ମୁଣ୍ଡ ସ୍ଥିର ରଖିବା ଏବଂ ଦିଗବଳୟ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ଉପଦେଶ ଦିଆଯାଏ | [୧] ତିନି ପ୍ରକାରର ଔଷଧ: ସ୍କୋପୋଲାମିନ ଭଳି ଆଣ୍ଟିମସ୍କାରିନ, ଡାଇମେନହାଇଡ୍ରିନେଟ ଭଳି ଏଚ୧ ଆଣ୍ଟିହିଷ୍ଟାମିନ ଓ ଡେକ୍ସଆମ୍ଫେଟାମିନ ଭଳି ଆମ୍ଫେଟାମିନ ଦିଆଯାଏ । [୨] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଗୁଡ଼ିକର ବ୍ୟବହାରକୁ ସୀମିତ କରାଯାଏ | [୨] ଅନଡାନସେଟ୍ରନ୍ ଭଳି ଅନେକ ଔଷଧ ଗତି ରୋଗ ପାଇଁ ପ୍ରଭାବଶାଳୀ ହୁଏନାହିଁ | [୨]
ଅଧିକ ଗତି ହେଲେ ପ୍ରାୟ ସମସ୍ତ ଲୋକ ପ୍ରଭାବିତ ହୁଅନ୍ତି | [୧] ସମ୍ବେଦନଶୀଳତା କିନ୍ତୁ ପରିବର୍ତ୍ତନଶୀଳ | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୧] ହିପୋକ୍ରେଟସ ଅମଳରୁ ଗତି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି | [୧] "ଅଇ"ର ଗ୍ରୀକ୍ ପ୍ରତିଶବ୍ଦ ନାଉସ୍ ଜାହାଜରୁ ଆସିଛି | [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Takov, V; Tadi, P (January 2019). "Motion Sickness". PMID 30969528.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Golding, J. F. (2016). "Motion sickness". Handbook of Clinical Neurology. 137: 371–390. doi:10.1016/B978-0-444-63437-5.00027-3. ISBN 9780444634375. ISSN 0072-9752. PMID 27638085.