ମିନିଅର୍ସ ଡିଜିଜ୍

ଉଇକିପିଡ଼ିଆ‌ରୁ

ମିନିଅର୍ସ ଡିଜିଜ୍
ମିନିଅର୍ସ ସିଣ୍ଡ୍ରୋମ, ଏଣ୍ଡୋଲିମ୍ଫାଟିକ ହାଇଡ୍ରପ୍ସ[୧]
ଅନ୍ତଃକର୍ଣ୍ଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/mnˈjɛərz/[୨]
ସ୍ପେଶାଲିଟିotolaryngology[*]
ଆଇସିଡ଼ି-୧୦H81.0
ଆଇସିଡ଼ି-୯-ସିଏମ୍386.0
ଓଏମ୍‌ଆଇଏମ୍156000
ରୋଗ ଡାଟାବେସ8003
ମେଡ଼ିସିନ-ପ୍ଲସ000702
ଇ-ମେଡ଼ିସିନemerg/308
MeSHD008575
Orphanet45360

ମିନିଅର୍ସ ଡିଜିଜ୍ (ଏମଡି), ଅନ୍ତକର୍ଣ୍ଣର ଏକ ରୋଗ ଯେଉଁଥିରେ ମୁଣ୍ଡ ବୁଲା, ଟିନିଟସ/ କଣନାଦ, ଶ୍ରବଣ ହାନୀ ହୁଏ ଓ କାନ ଭିତର ପୂର୍ଣ୍ଣ ଥିବା ଭଳି ଲାଗେ ।[୩][୪] ଗୋଟିଏ କାନରେ ପ୍ରାୟ ଏହି ରୋଗ ହୁଏ ଓ ସମୟ କ୍ରମେ ଉଭୟ କାନ ପ୍ରଭାବିତ ହୋଇପାରେ ।[୩] ଏହି ବେମାରୀ ୨୦ ମିନିଟରୁ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ ।[୫] ଏହିପରି ଘଟଣାମାନଙ୍କ ପୁନରାବୃତ୍ତି ସମୟ ଭିନ୍ନ ଭିନ୍ନ ହୁଏ ।[୩] ସମୟକ୍ରମେ ଶ୍ରବଣ ହାନୀ ଓ କାନ ଭିତରେ ହେଉଥିବା ଶବ୍ଦ ଲାଗିରହେ ।[୪]

ମିନିଅର୍ସ ଡିଜିଜ୍‌ର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି କିନ୍ତୁ ଜେନେଟିକ ଓ ପରିବେଶ କାରକ ପ୍ରଭାବରୁ ଏହା ହେଉଥିବା ସମ୍ଭବ । [୩][୧] ରକ୍ତ ନଳୀ ସଙ୍କୋଚନ, ଭୁତାଣୁ ସଂକ୍ରମଣ ଓ ଅଟିଇମ୍ମ୍ୟୁନ ରୋଗ ଇତ୍ୟାଦି ଏହି ରୋଗ ସୃଷ୍ଟି କରିବା ଥିଓରି ଅଛି ।[୩] ପ୍ରାୟ ୧୦% କେଶ ପରିବାରରେ ଚାଲୁ ରହେ । [୪] ଅନ୍ତଃକର୍ଣ୍ଣର ମେମ୍ବ୍ରେନସ୍ ଲାବିରିନ୍ଥରେ ଅଧିକ ତରଳ ପଦାର୍ଥ ଜମିଯିବା ଫଳରେ ଏହା ହୁଏ । ଲକ୍ଷଣ ଓ କାନ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଏକା ଭଳି ଲକ୍ଷଣ ପ୍ରକାଶ ପାଉଥିବା ଅନ୍ୟ ରୋଗମାନଙ୍କ ନାମ: ଭେସ୍ଟିବୁଲାର ମିଗ୍ରେନ (vestibular migraine) ଓ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (transient ischemic attack) । [୧]

ଏହା ଆରୋଗ୍ୟସାଧ୍ୟ ନୁହେଁ ।[୩] ପ୍ରତି ଆକ୍ରମଣରେ ଓକାଳଉଦ୍‌ବେଗକୁ ଔଷଧ ଦେଇ ଚିକିତ୍ସା କରାଯାଏ । ଆକ୍ରମଣ ପ୍ରତିରୋଧ ଉପାୟ ଗୁଡ଼ିକର ଫଳାଫଳ ପ୍ରମାଣିତ ହୋଇନାହିଁ । ସ୍ୱଳ୍ପ ଲବଣ ଯୁକ୍ତ ଖାଦ୍ୟ, ମୂତ୍ରବର୍ଦ୍ଧକ ଔଷଧ (diuretics) ଓ କର୍ଟିକୋସ୍ଟିରଏଡ (corticosteroid) ଦେଇ ପରୀକ୍ଷା କରାଯାଇପାରେ ।[୪] ଫିଜିକାଲ ଥେରାପି (en:Physical therapy|Physical therapy]])ଦ୍ୱାରା ସନ୍ତୁଳନ ସାହାଯ୍ୟ ମିଳିପାରେ ଓ କାଉନସେଲିଙ୍ଗଦ୍ୱାରା (counselling) ଉତ୍କଣ୍ଠା ଦୂର ହୋଇପାରେ ।[୪][୩] କୌଣସି ଉପାୟରେ ଭଲ ନ ଲାଗିଲେ କାନରେ ଇଞ୍ଜେକସନ ଦିଆଯାଏ ବା ଅପରେଶନ କରାଯାଏ କିନ୍ତୁ ଏହାଦ୍ୱାରା ହାନୀ ହୋଇପାରେ । [୫][୩] ଲୋକପ୍ରିୟ ଟିମ୍ପାନୋସ୍ଟୋମି ଟ୍ୟୁବ (tympanostomy tubes) ଯଦିଓ ଲୋକପ୍ରିୟ ତ‌ଥାପି ଏହାର ସମର୍ଥନ ନାହିଁ ।[୫]

ସନ ୧୮୦୦ରେ ପ୍ରସ୍‌ପର୍ ମିନିଅର (Prosper Meniere) ପ୍ରଥମେ ଏହି ରୋଗ ଚିହ୍ନଟ କରିଥିଲେ ।[୫] ପ୍ରତି ଏକ ହଜାର ଲୋକରେ ୦.୩ରୁ ୧.୯ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ । [୧] ୪୦ରୁ ୬୦ ଦଶକ ବୟସ ମଧ୍ୟରେ ଏହି ରୋଗ ହୁଏ । [୩] ମହିଳାମାନଙ୍କୁ ପୁରୁଷଙ୍କ ଅପେକ୍ଷ ଏହି ରୋଗ ଅଧିକ ହୁଏ ।[୧] ମୁଣ୍ଡବୁଲା ୫ରୁ ୧୫ ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ ଓ ତା'ପରେ ରୋଗୀର ସନ୍ତୁଳନ, ଶ୍ରବଣହାନୀ ଓ କାନରେ ହେଉଥିବା ଶବ୍ଦ କିଛି ପରିମାଣରେ କମିଯାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Lopez-Escamez, Jose A.; Carey, John; Chung, Won-Ho; Goebel, Joel A.; Magnusson, Måns; Mandalà, Marco; Newman-Toker, David E.; Strupp, Michael; Suzuki, Mamoru (2015). "Diagnostic criteria for Menière's disease". Journal of Vestibular Research: Equilibrium & Orientation. 25 (1): 1–7. doi:10.3233/VES-150549 (inactive 20 ଜୁନ 2016). ISSN 1878-6464. PMID 25882471.{{cite journal}}: CS1 maint: DOI inactive as of 2016 (link)
  2. Dictionary.com Unabridged (v 1.1). Random House, Inc. Accessed on 9 September 2008
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Ménière's Disease". NIDCD. 1 ଜୁନ 2016. Retrieved 18 ଜୁଲାଇ 2016.
  4. ୪.୦ ୪.୧ ୪.୨ ୪.୩ ୪.୪ Seemungal, Barry; Kaski, Diego; Lopez-Escamez, Jose Antonio (ଅଗଷ୍ଟ 2015). "Early Diagnosis and Management of Acute Vertigo from Vestibular Migraine and Ménière's Disease". Neurologic Clinics. 33 (3): 619–628, ix. doi:10.1016/j.ncl.2015.04.008. ISSN 1557-9875. PMID 26231275.
  5. ୫.୦ ୫.୧ ୫.୨ ୫.୩ ୫.୪ Harcourt J, Barraclough K, Bronstein AM (2014). "Meniere's disease". BMJ (Clinical Research Ed.). 349: g6544. doi:10.1136/bmj.g6544. PMID 25391837.