ଗଜେନ୍ଦ୍ର ପ୍ରସାଦ ସାହୁ

ଉଇକିପିଡ଼ିଆ‌ରୁ
ଗଜେନ୍ଦ୍ର ପ୍ରସାଦ ସାହୁ
Born(1961-04-14)୧୪ ଅପ୍ରେଲ ୧୯୬୧
ଗୋପାଳପୁର, ପାଇକାସ୍ତା, ବାଲେଶ୍ୱର
Nationalityଭାରତୀୟ
Known forଶିକ୍ଷାବିତ, ମୂର୍ତ୍ତିକାର ଓ ଚିତ୍ରକର
Spouseସଚିତ୍ରା
Parentବାଞ୍ଚାନିଧୀ ସାହୁ
ଅମ୍ବିକା ସାହୁ

ଗଜେନ୍ଦ୍ର ପ୍ରସାଦ ସାହୁ (ଜନ୍ମ ୧୪ ଅପ୍ରେଲ ୧୯୬୧)[୧] ଜଣେ ଓଡ଼ିଆ ମୂର୍ତ୍ତିକାର, ଚିତ୍ରକର ଏବଂ କଳାଶିକ୍ଷକ । ଭାରତର ପ୍ରତିଷ୍ଠିତ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାରରେ ପ୍ରଦାନ କରାଯାଉଥିବା ଟ୍ରଫି ତାଙ୍କଦ୍ୱାରା ପ୍ରସ୍ତୁତ କରାଯାଏ । [୨] ୨୦୧୫ମସିହାରେ ଅନୁଷ୍ଠିତ ନବକଳେବର ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ବ୍ୟବହୃତ ଲୋଗୋଟିକୁ ମଧ୍ୟ ଗଜେନ୍ଦ୍ର ସାହୁ ପ୍ରସ୍ତୁତ କରିଥିଲେ ।[୩] ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ଗଜେନ୍ଦ୍ର, ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଗୋପାଳପୁରର ପାଇକସ୍ତା ଗ୍ରାମର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା' ଘରେ ପକାଉଥିବା ଝୋଟିଚିତା ଦେଖି ଗଜେନ୍ଦ୍ର ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ । ବିଦ୍ୟାଳୟ ସ୍ତରରୁ ବିଭିନ୍ନ ପ୍ରତିଯୋଗିତା ଜିତି ଆସିଥିବା ଗଜେନ୍ଦ୍ର ସେହି ସମୟରୁ କଳାକୁ ନିଜର ବୃତ୍ତି କରିବେ ବୋଲି ସିଦ୍ଧାନ୍ତ ନେଇ ସାରିଥିଲେ । ବାଲେଶ୍ୱରରୁ କଲେଜ ଶିକ୍ଷା ସମାପ୍ତ କରି, ଗଜେନ୍ଦ୍ର ଖଲିକୋଟ ଆର୍ଟ କଲେଜରୁ କଳାରେ ସ୍ନାତକ କରିଥିଲେ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ସ୍ନାତକ ସାରିବା ପରେ, ଗଜେନ୍ଦ୍ର କିଛି ଦିନ ଏକ ସମ୍ବାଦପତ୍ରରେ କାମ କରିଥିଲେ । ୧୯୮୬ ମସିହା ଡିସେମ୍ବର ୧୨ରେ ସେ ବି.କେ ଆର୍ଟ କଲେଜରେ ଜଣେ ଶିକ୍ଷକ ଭାବରେ ମୁଦ୍ରଣ କଳା ବିଭାଗରେଯୋଗଦେଇଥିଲେ । ୨୦୦୯ ମସିହାରେ, ଭାରତ ସରକାରଙ୍କ "କ୍ରୀଡା ଓ ଯୁବ ବ୍ୟାପାର" ମନ୍ତ୍ରଣାଳୟ ତରଫରୁ ଅର୍ଜ୍ଜୁନ ପୁରସ୍କାର ଟ୍ରଫିକୁ ପରିବର୍ତ୍ତନ କରିବ ପାଇଁ ଦରଖାସ୍ତ ଓ ଡିଜାଇନ ଆହ୍ୱାନ କରାଯାଇଥିଲା । ଗଜେନ୍ଦ୍ରଙ୍କ ଡିଜାଇନ ଏଥି ପାଇଁ ନିର୍ବାଚିତ ହୋଇଥିଲା । ଏହା ଗଜେନ୍ଦ୍ରଙ୍କୁ ଜାତୀୟ ପରିଚିତି ଆଣି ଦେଇଥିଲା । ୨୦୦୯ ମସିହାରୁ ପ୍ରଦାନ କରାଯାଉଥିବା ଅର୍ଜୁନ ପୁରସ୍କାର ଟ୍ରଫି, ଗଜେନ୍ଦ୍ର ହିଁ ପ୍ରସ୍ତୁତ କରିଆସୁଛନ୍ତି । ଅର୍ଜୁନ ପୁରସ୍କାର ବ୍ୟତିତ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ତେଞ୍ଜିଙ୍ଗ ନରବେ ପୁରସ୍କାର ପାଇଁ ମଧ୍ୟ ସେ ଟ୍ରଫି ନିର୍ମାଣ କରିଆସୁଛନ୍ତି ।[୫] ଏହି ଟ୍ରଫିଗୁଡ଼ିକ ନିର୍ମାଣ କରିବାରେ ତାଙ୍କର ଚାରିଜଣ ଛାତ୍ର; ମାନସ ମହାରଣା, ସନ୍ତୋଷ ରାଉତରାୟ, ଛତ୍ରପତି ବିଶ୍ୱାଳ ଓ ତପନ ମହାରଣା ତାଙ୍କୁ ସାହାଯ୍ୟ କରିଥାନ୍ତି । ଗଜେନ୍ଦ୍ରଙ୍କର ବହୁ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇସାରିଛି ।[୬] ୨୦୧୯ ମସିହାରେ ଗଜେନ୍ଦ୍ର, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଭାବରେ ଆସୀତ ହୋଇଥିଲେ ।[୭]

ଆଧାର[ସମ୍ପାଦନା]

  1. "ଦୁଲୁକିବ ଦିଲ୍ଲୀ". ରବିବାର (ସମାଜ). Retrieved 22 January 2017.
  2. http://www.telegraphindia.com/1100820/jsp/orissa/story_12832394.jsp
  3. ସମାଜ ଭୁବନେଶ୍ୱର ସଂସ୍କରଣ ୨୪/୦୮/୨୦୧୫ ପୃଷ୍ଠା ୧୮ରେ ପ୍ରକାଶିତ "ନିଆରା ଅନୁଭୂତି"
  4. http://www.deccanherald.com/content/434206/sculpting-awards-his-blood.html
  5. http://www.telegraphindia.com/1090829/jsp/nation/story_11421294.jsp
  6. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-07-04. {{cite web}}: Cite has empty unknown parameter: |1= (help)
  7. "ଗଜେନ୍ଦ୍ର ସାହୁ ଓଡ଼ିଶା ଲଳିତ କଳା ଏକାଡେମି ସଚିବ". sambad.in. ସମ୍ବାଦ. Retrieved 22 October 2019.