କ୍ଲୋରୋଥିଆଜାଇଡ
Clinical data | |
---|---|
Pronunciation | klor" oh thye' a zide[୧] |
Trade names | Diuril, others |
AHFS/Drugs.com | Monograph |
MedlinePlus | a682341 |
Routes of administration |
By mouth, IV |
Drug class | Thiazide diuretic[୧] |
Legal status | |
Legal status |
|
Pharmacokinetic data | |
Bioavailability | low |
Metabolism | Nil |
Elimination half-life</nowiki> | 45 to 120 minutes |
Excretion | Kidney |
Identifiers | |
IUPAC name
| |
Chemical and physical data | |
Formula | C7H6ClN3O4S2 |
Molar mass | 295.71 g·mol−1 |
3D model (JSmol) | |
SMILES
| |
InChI
| |
(verify) |
କ୍ଲୋରୋଥିଆଜାଇଡ (ଇଂରାଜୀ ଭାଷାରେ Chlorothiazide), ଡାଇୟୁରିଲ ଏହାର ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ରକ୍ତଚାପ ଏବଂ ଇଡିମାର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଉଚ୍ଚ ରକ୍ତଚାପ ପାଇଁ ଏହା ପ୍ରଥମ ଧାଡି ବିକଳ୍ପ ମଧ୍ୟରୁ ଗୋଟିଏ ।[୨] ହୃଦ୍ପାତ, ନେଫ୍ରୋଟିକ ସିଣ୍ଡ୍ରୋମ କିମ୍ବା ଗର୍ଭଧାରଣ ଯୋଗୁ ହେଉଥିବା ଇଡିମାର ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ପରିସ୍ରା ପରିମାଣ ବୃଦ୍ଧି, ନିର୍ଜଳନ ବା ଡିହାଇଡ୍ରେସନ୍, ଶୁଖିଲା ପାଟି, ଅଳ୍ପ ସୋଡିଅମ ରକ୍ତତା, କମ୍ ରକ୍ତ ପୋଟାସିୟମ୍ ଏବଂ କମ୍ ମ୍ୟାଗ୍ନେସିୟମ୍ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଗାଉଟ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ସୁରକ୍ଷା ଅସ୍ପଷ୍ଟ ଥିଲେ ମଧ୍ୟ ଗର୍ଭାବସ୍ଥାରେ ହେଉଥିବା ରକ୍ତଚାପ ଏବଂ ଫୁଲାକୁ ନିୟନ୍ତ୍ରଣ କରିବା ପାଇଁ ଏହା ଦ୍ୱିତୀୟ ଧାଡି ଚିକିତ୍ସା ଭାବରେ ବ୍ୟବହୃତ ହେଇଛି ।[୨] [୩] ଏହା ଏକ ଥିଆଜାଇଡ ଡାଇୟୁରେଟିକ୍।[୧]
କ୍ଲୋରୋଥିଆଜାଇଡ ୧୯୫୬ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ହାଇଡ୍ରୋକ୍ଲୋରୋଥିଆଜାଇଡର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୫] ଏହା ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ।[୬] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ପ୍ରାୟ ୧୪ ଡଲାର ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Thiazide Diuretics". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 4 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Chlorothiazide Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 4 January 2022.
- ↑ "Chlorothiazide Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 4 January 2022.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 456. ISBN 9783527607495. Archived from the original on 2021-11-01. Retrieved 2021-10-04.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ ୬.୦ ୬.୧ "Chlorothiazide Prices, Coupons & Savings Tips - GoodRx". GoodRx. Archived from the original on 30 April 2016. Retrieved 4 January 2022.