ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା

ଉଇକିପିଡ଼ିଆ‌ରୁ

ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା ହେଉଛି ଏକ ପ୍ରକାରର ଆର୍ଥିକ ପରିଚାଳନା ଯେଉଁଥିରେ ଏକ ବ୍ୟକ୍ତି ବା ପରିବାର ନିଜର ଭବିଷ୍ୟତ ଜୀବନରେ ଘଟିବାକୁଥିବା ଘଟଣା ଆକଳନ କରି ଏବଂ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିପରି ଅର୍ଥ ଖର୍ଚ୍ଚ ବା ସଞ୍ଚୟ କରି ହେବ ତାହାର ଏକ ବଜେଟ ପ୍ରସ୍ତୁତ କରିଥାନ୍ତି ।[୧] ଯୋଜନା ପ୍ରସ୍ତୁତି ସମୟରେ ବ୍ୟକ୍ତିଜଣକୁ ନିଜର ସୁବିଧାନୁସାରେ ବିଭିନ୍ନ ବ୍ୟାଙ୍କିଙ୍ଗ ପ୍ରଡକ୍ଟ (ସଞ୍ଚୟ ଖାତା, କ୍ରେଡିଟ କାର୍ଡ, ଖାଉଟି ଋଣ) କିମ୍ବା ଇକ୍ୱିଟିରେ ନିବେଶ (ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, ବଣ୍ଡ ) ଏବଂ ବୀମା ପ୍ରଡକ୍ଟ (ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ବିକଳାଙ୍ଗ ବୀମା) କିମ୍ବା ଚାକିରିରୁ ମିଳୁଥିବା ଅବସର ଯୋଜନା ସୁବିଧା ଏବଂ ଆୟକର ପରିଚାଳନାଆଦିକୁ ଦେଖିକରି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ ।

ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା ଯୋଜନା ପ୍ରକ୍ରିୟା[ସମ୍ପାଦନା]

ବ୍ୟକ୍ତିଗତ ଅର୍ଥବ୍ୟବସ୍ଥାର ମୂଳ ଦ୍ରବ୍ୟଗୁଡ଼ିକ ହେଲା, ଆର୍ଥିକ ଯୋଜନା ପ୍ରସ୍ତୁତି, ଯାହାକି ଏକ ନିରବଛିନ୍ନ ପ୍ରକ୍ରିୟା ଅଟେ । ଏହାକୁ ଏକ ନିର୍ଦ୍ଧିଷ୍ଟ ଅନ୍ତରାଳରେ ପର୍ଯ୍ୟବେକ୍ଷଣ କରିବାକୁ ପଡ଼େ ଏବଂ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଥାଏ । ସାଧାରଣତଃ ଏଥିରେ ପାଞ୍ଚୋଟି ସୋପାନ ଥାଏ ।[୨][୩]

  1. ନିରୀକ୍ଷଣ: ଜଣେ ବ୍ୟକ୍ତିର ଆର୍ଥିକ ପରିସ୍ଥିତି କିଛି ସରଳ ରିପୋର୍ଟ ଯଥା ବାଲାନ୍ସ ଚିଠା (Balance sheets) ଏବଂ ଆୟ ଷ୍ଟେଟମେଣ୍ଟଦ୍ୱାରା ନିରୀକ୍ଷଣ କରାଯାଏ । ଏକ ବ୍ୟକ୍ତିଗତ ବାଲାନ୍ସ ଚିଠାରେ ବ୍ୟକ୍ତିଟିର ଆସେଟ ଏବଂ ଲାୟାବିଲିଟି ବିଷୟରେ ଦର୍ଶଯାଇଥାଏ । ଆୟ ଷ୍ଟେଟମେଣ୍ଟରେ ନିଜସ୍ୱ ଆୟ ଏବଂ ବ୍ୟୟ ବିଷୟରେ ଲେଖାଯାଇଥାଏ ।
  2. ଲକ୍ଷ୍ୟ ନିର୍ଦ୍ଧାରଣ: ଏକ ସ୍ୱଳ୍ପକାଳୀନ ଏବଂ ଏକ ଦୀର୍ଘକାଳୀନ ଲକ୍ଷ୍ୟ ସ୍ଥାପନ ଏକ ସାଧାରଣ କଥା ଅଟେ । କିଛି ନିର୍ଦ୍ଧିଷ୍ଟ ଆର୍ଥିକ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଥାଏ ।
  3. ଯୋଜନା ପ୍ରସ୍ତୁତି: ଆର୍ଥିକ ଯୋଜନାରେ ଲକ୍ଷକୁ କିପରି ହାସଲ କରାଯିବ ସେହି ବିଷୟରେ ଲେଖାଯାଇଥାଏ । ଏହା ଖର୍ଚ୍ଚ କାଟ କରିବା, ଆୟ ବଢାଇବା, ଶେୟାର ବଜାରରେ ପଇସା ଆହୁରି ଅଧିକ ଲଗାଇବାକୁ ଦର୍ଶାଇଥାଏ ।
  4. ନିଷ୍ପାଦନ: ଏକ ଯୋଜନାର ସଠିକ ନିଷ୍ପାଦନ କରିବାକୁ ହେଲେ ଶୃଙ୍ଖଳା ଏବଂ ଧୈର୍ଯ୍ୟ ଆବଶ୍ୟକ । ବହୁ ବ୍ୟକ୍ତି ପୋଖତ ସଂସ୍ଥା ବା ବ୍ୟକ୍ତିଙ୍କଠାରୁ ଯଥା ଆକାଉଣ୍ଟାଣ୍ଟ, ପୋର୍ଟଫୋଲିଓ ପରିଚାଳକ, ଆର୍ଥିକ ଯୋଜକ, ନିବେଶ ପରାମର୍ଶଦାତା ଏବଂ ଆଇନଜୀବୀମାନଙ୍କଠାରୁ ପରାମର୍ଶ ନେଇଥାନ୍ତି ।
  5. ଜାଞ୍ଚ ଏବଂ ପୁନଃନିରୀକ୍ଷଣ: ଯେପରି ସମୟ ଗଡିଚାଲେ ଆର୍ଥିକ ଯୋଜନାଟିକୁ ପୁଣିଥରେ ଜାଞ୍ଚକରି ଆବଶ୍ୟକୀୟ ଅଦଳବଦଳ କରିବାକୁ ପଡ଼ିଥାଏ ।

ସାଧାରଣତଃ ଅନେକ ବୟସ୍କ ବ୍ୟକ୍ତିଙ୍କର ଆର୍ଥିକ ଲକ୍ଷ୍ୟ ହେଉଛି ଋଣ ଶୁଝିବା (କ୍ରେଡିଟ କାର୍ଡ଼, ଗୃହ, ଛାତ୍ର, କାର ଋଣ), ଅବସର ନିମିତ୍ତ ନିବେଶ, ସ୍ୱାସ୍ଥ୍ୟଗତ ଋଣ ଇତ୍ୟାଦି ।[୪][୫]

ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା ସିଦ୍ଧାନ୍ତ[ସମ୍ପାଦନା]

ବ୍ୟକ୍ତିଗତ ଆୟ ହିସାବରେ ବ୍ୟକ୍ତିରୁ ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରକାରର ଆର୍ଥିକ ଅବସ୍ଥାରେ ରହିଥାନ୍ତି । ଦେଶରୁ ଦେଶ ମଧ୍ୟ ଆର୍ଥିକ ଯୋଜନାଗୁଡିକ ଅଲଗା ଅଲଗା ଥାଏ । ଏହାର ଅର୍ଥ ଗୋଟିଏ ବା କିଛି ହାତଗଣତି ସିଦ୍ଧାନ୍ତ ସମସ୍ତଙ୍କର ପାଇଁ ଲାଗୁହେବ ନାହିଁ, କିନ୍ତୁ ଶିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ହ୍ୟାରୋଲଡ଼ ପୋଲକ ଏବଂ ଆର୍ଥିକ ଲେଖକ ହେଲେଁ ଓଏନଙ୍କ ମତରେ କିଛି ଆମେରିକାରେ ଭଲ ଆର୍ଥିକ ଉପଦେଶ ହେଲା:[୬]

  • ନିଜର କ୍ରେଡିଟ କାର୍ଡ ବିଲ ପ୍ରତି ମାସରେ ପୁରା ପୁରୀ ଭରଣା କରନ୍ତୁ । ନିଜର କ୍ରେଡିଟ ଅଙ୍କ (Credit‌‌‌ score) କିଛି ସମୟ ଅନ୍ତରାଳରେ ନଜର ରଖନ୍ତୁ । କ୍ରେଡିଟ ଅଙ୍କ ୩୦୦ରୁ ୮୫୦ ଅଙ୍କ ମଧ୍ୟରେ ନିରୂପଣ ହୋଇଥାଏ ।[୭] ଯେଉଁଥିରେ:
    • ୬୦୦ରୁ କମ ଖରାପ କ୍ରେଡିଟ ଅଙ୍କ
    • ୬୫୦ରୁ ୭୨୦ ମଧ୍ୟମ ଏବଂ
    • ୭୨୦ରୁ ଅଧିକ ଭଲ କ୍ରେଡିଟ ଅଙ୍କ ବୋଲି ଜଣାଯାଇଥାଏ ।
  • ଅତିକମରେ ନିଜର ୨୦% ଆୟ ସଞ୍ଚୟ କରନ୍ତୁ ।
  • ଅବସର ଯୋଜନାଗୁଡିକରେ ନିଜର ଅବଦାନ ବଢ଼ାନ୍ତୁ ।
  • ଯେତେବେଳେ ନିବେଶ କରୁଛନ୍ତି:
    • ଅଧିକ କମିଶନ ଏବଂ ସକ୍ରିୟ ପରିଚାଳିତ (Actively Funded) ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ ନାହିଁ
    • ଅଳ୍ପ କମିଶନ ବିଶିଷ୍ଟ ଭିନ୍ନ ଭିନ୍ନ ପ୍ରଜାତିର ଶେୟାରକୁ ନେଇ ଗଠିତ (Diversified Mutual Fund) ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ ।

ଆଧାର[ସମ୍ପାଦନା]

  1. "Personal Finance". Investopedia. Retrieved 7 April 2012.
  2. "What is Personal Finance?". Practical Financial Tips. Archived from the original on 23 April 2012. Retrieved 7 April 2012.
  3. "Creating a Personal Financial Plan" (PDF). Missouri State University. Archived from the original (PDF) on 17 September 2015. Retrieved 28 September 2015.
  4. "Goals:Setting financial goals". CNN. Archived from the original on 28 September 2015. Retrieved 28 September 2015.
  5. "Financial Planning And Goal Setting". The USAA (United Services Automobile Association) Educational Foundation. Archived from the original on 28 September 2015. Retrieved 28 September 2015.
  6. Can The Best Financial Tips Fit On An Index Card?
  7. https://www.investopedia.com/terms/p/personalfinance.asp

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Personal finance-ସମ୍ପର୍କିତ ମିଡ଼ିଆ