Jump to content

କୋଲେଷ୍ଟିରାମାଇନ

ଉଇକିପିଡ଼ିଆ‌ରୁ
କୋଲେଷ୍ଟିରାମାଇନ
Clinical data
Pronunciation/kˈlɛstərəmn/, /klɪˈstrəmn/
Trade namesQuestran, Cholybar, Olestyr, others
SynonymsCholestyramine
AHFS/Drugs.commonograph
MedlinePlusa682672
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityLow
    Protein bindingUnknown
    MetabolismBile acids
    Elimination half-life1 hour
    ExcretionFaecal
    Identifiers
    ECHA InfoCard100.031.143 Edit this at Wikidata
    Chemical and physical data
    Molar massIn average, exceeds 1×106 g/mol
      (verify)

    କୋଲେଷ୍ଟିରାମାଇନ, ଏକ ବେପାର ନାମ କ୍ୱେଷ୍ଟ୍ରାନ୍, ଯାହା ବିଲିଆରି ଅବରୋଧ, ଯକୃତ ରୋଗ, ଉଚ୍ଚ ଲିପିଡ ସ୍ତର ଏବଂ କେତେକ ପ୍ରକାର କ୍ରନିକ ତରଳ ଝାଡ଼ା ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ଏକ ଔଷଧ ।[] [] ଉଚ୍ଚ ଲିପିଡ ସ୍ତର ପାଇଁ ଏହା ଷ୍ଟାଟିନ୍ ପରେ ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[] ବିଲିଆରି ଅବରୋଧରେ ଏହା ଗଲୁ ଉପଶମ କରିବାକୁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ | []

    ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ଅସୁବିଧା, ବୁକୁଜ୍ୱାଳା, ଅଇ, ଅତ୍ୟଧିକ ଅନ୍ତନଳୀ ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ବିରେ ଦ୍ରବୀଭୂତ ଜୀବସାର ଅଭାବ, ଓଷ୍ଟିଓପୋରୋସିସ୍ ଏବଂ ହାଇପରକ୍ଲୋରେମିକ୍ ଏସିଡୋସିସ୍ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [] ଏହା ଏକବାଇଲ ଏସିଡ୍ ସିକ୍ୱେଷ୍ଟ୍ରାଣ୍ଟ, ଯାହା ପାକ-ଅନ୍ତନଳୀରେ ପିତ୍ତ ସ‌ହିତ ସଂଯୁକ୍ର ହେବାକୁ ରୋକିଦିଏ ।[] କମ୍ ପିତ୍ତ ଏସିଡ୍ ଯୋଗୁ ଯକୃତରେ କମ୍ କୋଲେଷ୍ଟେରୋଲ ଉତ୍ପାଦନ ହୁଏ ।[]

    ୧୯୭୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କୋଲେଷ୍ଟିରାମାଇନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ପ୍ରତି ୪ ଗ୍ରାମର ୫୦ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୧୧ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ 20 ଡଲାର ଅଟେ ।[]

    1. 1 2 3 4 5 6 7 "Cholestyramine". Archived from the original on 14 May 2021. Retrieved 4 January 2022.
    2. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 212. ISBN 978-0857114105.
    3. 1 2 3 4 "Cholestyramine Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2021. Retrieved 4 January 2022.
    4. "Cholestyramine Prices, Coupons & Savings Tips - GoodRx". GoodRx. Archived from the original on 16 August 2021. Retrieved 4 January 2022.