କୋଭିଡ-୧୯ ପାଣ୍ଡେମିକ କାଳରେ ମାନସିକ ସ୍ୱାସ୍ଥ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ସାରା ପୃଥିବୀର ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ପ୍ରଭାବ ପଡ଼ିଛି ।[୧] ମିଳିତ ଜାତିସଂଘର ଇଣ୍ଟର-ଏଜେନ୍ସି ସ୍ଟାଣ୍ଡିଙ୍ଗ କମିଟିର ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସପୋର୍ଟର କେନ୍ଦ୍ରୀୟ ଗାଇଡ ଲାଇନ ଅନୁସାରେ ଜରୁରୀକାଳୀନ ମାନସିକ ସ୍ୱାସ୍ଥ୍ୟ ସାହାଯ୍ୟର ନିମନ୍ତେ "କୌଣସି କ୍ଷତି କରନାହିଁ, ମାନବାଧିକାର ଓ ସାମ୍ୟ, ସ‌ହଭାଗୀ ସାମିପ୍ୟ, ଉପଲବ୍‌ଧ ଶକ୍ତି ଓ ସାଧନ‌କୁ ନେଇ ଗଠନ, ବ‌ହୁସ୍ତରୀୟ କାର୍ଯ୍ୟ ହସ୍ତକ୍ଷେପ କରି ସମନ୍ୱିତ ସାହାଯ୍ୟକାରୀ ସ‌ହ‌ଯୋଗ" କରିବାକୁ ଉପଦେଶ ଦେଇଛନ୍ତି ।[୨] କୋଭିଡ-୧୯ ପାଣ୍ଡେମିକ ସଂକ୍ରମଣ ଯୋଗୁ ଜନ ସାଧାରଣଙ୍କର ସେମାନଙ୍କର କର୍ମ ଓ ଆମଦାନୀ, ଉଦ୍‌ବେଗ, ଅବସାଦ ଓ ଚିନ୍ତା ଅତ୍ୟଧିକ ଭାବରେ ବୃଦ୍ଧି ପାଇଛି ।[୩]

କୋଭିଡ-୧୯ ପାଣ୍ଡେମିକ ସମୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର କାରଣ[ସମ୍ପାଦନା]

କରୋନା ରୋଗ ୨୯୧୯ ସ‌ହିତ ସାମାଜିକ ଦୂରତା ଇତ୍ୟାଦି ନିୟମ ପ୍ରଣୟନ ଯୋଗୁ ଲୋକମାନେ ମାନସିକ ଚାପ, ଉତ୍କଣ୍ଠା ଓ ଚିନ୍ତାଗ୍ରସ୍ତ ରହୁଛନ୍ତି । ମୁଖ୍ୟତଃ ଏହି ରୋଗ ଯୋଗୁ ମୃତ୍ୟୁ ସମ୍ଭାବନା, କର୍ମ ଛଟେଇ ଯୋଗୁ ଜୀବିକାହାନୀ, ରୋଗ ସମ୍ଭାବନା, ସମାଜରୁ ଦୂରେଇଯିବା ଭୟ, କ୍ୱାରେଣ୍ଟାଇନ ଭୟ, ନିଜର ଓ ପରିବାରର ସୁରକ୍ଷା ଦେବାକୁ ଶକ୍ତିହୀନତା, ସଂକ୍ରମଣ ଭୟରେ ନିଜ ଲୋକଙ୍କର କାମରେ ନ ଆସିବା, ଅସ‌ହାୟତା, ଏକାକୀତ୍ୱ ଓ ତଦ‌୍‌ଜନିତ ଅବସାଦର ଭୟ ଯୋଗୁ ମାନସିକ ସମସ୍ୟା ଉତ୍ପନ୍ନ ହୁଏ ।[୨]

କୋଭିଡ ରୋଗ ସମ୍ପୁର୍ଣ୍ଣ ନିରାକରଣ ହେଉନଥିବାରୁ ନିଜର ସଂକ୍ରମଣ ସମ୍ଭାବନା, ସାଧାରଣ ରୋଗ ହେଲେ ମଧ୍ୟ କୋଭିଡ ରୋଗ ହୋଇଥିବା ଭୟ, ପିଲାମାନେ ଘରେ ଏକାକୀ ରହିବା ଭୟ ଓ ସୁରକ୍ଷିତ ଯତ୍ନ ଅଭାବରୁ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟର ନିମ୍ନ‌ଗତି ହୋଇଯାଏ । [୨]

କୋଭିଡ ଯୋଦ୍ଧା ବା ଚିକିତ୍ସକ ଓ ସେବିକାମାନେ ମାତ୍ରାଧିକ ଚାପଗ୍ରସ୍ତ ରହନ୍ତି କାରଣ ସେମାନେ ପ୍ରତ୍ୟହ ରୋଗୀ ସଂସ୍ପର୍ଶରେ ଆସୁଥିବାରୁ ଅଧିକ ରୋଗ ସମ୍ଭାବନା, ସର୍ବଦା ସୁରକ୍ଷା ଉପକରଣମାନ ପିନ୍ଧିବା ଚାପ, ସର୍ବଦା ଜାଗରୁକ ଓ କର୍ମ ଚାପ, ନିଜର ଯତ୍ନ ଓ ସୁରକ୍ଷା ନିମନ୍ତେ ଅସମର୍ଥ ଓ ସର୍ବୋପରି ନିଜଦ୍ୱାରା ନିଜ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିବା ସମ୍ଭାବନା ବୃଦ୍ଧି ହେବାର ଭୟ ତାଙ୍କୁ ଚାପଗ୍ରସ୍ତ କରୁଛି ।[୨][୪][୫]

ଜେକ ରିପବ୍ଲିକ ଦେଶରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ସମୟରେ ଲୋକମାନଙ୍କଠାରେ ଭୟ, କ୍ରୋଧ ଓ ନିରାଶା ଭଳି ମାନସିକ ପ୍ରତିକ୍ରିୟା ଦେଖାଯାଇଥିଲା । ଚାରି ଶ୍ରେଣୀର ଭୟ ଦେଖାଗଲା: ପରିବାର ଅର୍ଥନୀତିର ବିଯୁକ୍ତାତ୍ମକ ପ୍ରଭାବ, ଏହି ବିଯୁକ୍ତାତ୍ମକ ପ୍ରଭାବର ଅନ୍ୟ ଉଲ୍ଲେଖନୀୟ ପ୍ରଭାବ, ସ୍ୱାସ୍ଥ୍ୟ ଯତ୍ନର ଅଭାବ ଓ ଯଥେଷ୍ଟ ଖାଦ୍ୟାଭାବ । [୬]

ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରତିଷେଧ ଓ ଚିକିତ୍ସା[ସମ୍ପାଦନା]

କୋଭିଡ-୧୯ ସଂକ୍ରମଣ ସମୟରେ ବାଇପୋଲାର ଡିଜଅଡର ଓ ମାନସିକ ସମସ୍ୟାର ସମାଧାନ ଚିତ୍ର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ କେନ୍ଦ୍ରର ମାର୍ଗ ଦର୍ଶନ[ସମ୍ପାଦନା]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ କେନ୍ଦ୍ର (Centre for Disease Control) କୋଭିଡ-୧୯ ପାଣ୍ଡେମିକ ସମୟରେ ମାନସିକ ସ୍ୱାସ୍ଥ୍ୟ ଅବନତି ରୋକିବା ନିମନ୍ତେ କିଛି ମାର୍ଗଦର୍ଶକ ଜାରି କରିଛନ୍ତି । ଏହି ମାର୍ଗଦର୍ଶିକାର ସାରାଂଶ ନିମ୍ନରେ ଦିଆଗଲା: [୭][୮]

ଜନ ସାଧାରଣଙ୍କ ନିମନ୍ତେ[ସମ୍ପାଦନା]

  • ଜାତି ଧର୍ମ ନିର୍ବିଶେଷରେ ରୋଗ‌ଗ୍ରସ୍ତ ଲୋକଙ୍କ ପ୍ରତି ସ‌ହାନୁଭୂତି ପ୍ରଦର୍ଶନ କରନ୍ତୁ ।
  • ରୋଗ‌ଗ୍ରସ୍ତ ଲୋକଙ୍କୁ କୋଭିଡ-୧୯ ନାମ ନ‌ଦେଇ ତାଙ୍କର ବର୍ଣ୍ଣନା (people-first language) କରନ୍ତୁ ।
  • ଖବର ପଢ଼ିଲେ ଯଦି ଉତ୍କଣ୍ଠା ବଢ଼ୁଛି, ତାହେଲେ କମ୍ ଖବର ପଢ଼ନ୍ତୁ । ପ୍ରତ୍ୟହ ଥରେ ବା ଦୁଇ ଥର ବିଶ୍ୱସନୀୟ ଉତ୍ସରୁ ପଢ଼ନ୍ତୁ ।
  • ନିଜର ଓ ପଡ଼ୋଶୀମାନଙ୍କର ସୁରକ୍ଷା ନିମନ୍ତ ଯତ୍ନଶୀଳ ହୁଅନ୍ତୁ ।
  • ସୁସ୍ଥ ହୋଇଥିବା ରୋଗୀଙ୍କର ଅନୁଭୂତି ପ୍ରଚାର କରିବାରେ ସାହାଯ୍ୟ କରନ୍ତୁ ।
  • କରୋନା ରୋଗୀଙ୍କର ଚିକିତ୍ସା କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଦିଅନ୍ତୁ ।

ସ୍ୱାସ୍ଥ୍ୟକର୍ମୀ ନିମନ୍ତେ[ସମ୍ପାଦନା]

  • ସଙ୍କଟ ସମୟରେ ଚାପ ଅନୁଭବ ଏକ ସାଧାରଣ କଥା । ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ତ୍ୟର ରକ୍ଷଣାବେକ୍ଷଣ ମଧ୍ୟ ଅତି ଆବଶ୍ୟକ ଓ ଜରୁରୀ ।
  • କଅଣ କରିବେ: ଯଥେଷ୍ଟ ବିଶ୍ରାମ, ସ୍ୱାସ୍ଥ୍ୟପ୍ରଦ ଉତ୍ତମ ଖାଦ୍ୟ ଖାଇବେ, ବ୍ୟାୟାମ କରିବେ ।
 କଅଣ କରିବେନି: ମଦ୍ୟପାନ, ଧୁମ୍ରପାନ ଓ ଡ୍ରଗ ସେବନ କରିବେନି ।
ଏଥି ପୂର୍ବରୁ ଚାପ ନିମନ୍ତେ କୌଣସି ଚିକିତ୍ସା ଫଳପ୍ରଦ ହୋଇଥିଲେ ସେହି ଚିକିତ୍ସା ଗ୍ରହଣ କରିବେ ।
  • ଘର ଓ ବାହାର ଲୋକଙ୍କଦ୍ୱାରା ପ୍ରତ୍ୟାଖାତ ହୋଇଥିଲେ ଡିଜିଟାଲ ଉପାୟରେ ସ୍ନେହ କରୁଥିବା ବ୍ୟକ୍ତି ସ‌ହିତ ସମ୍ପର୍କ ରଖନ୍ତୁ ।
  • ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ‌ହିତ ବୁଝିପାରୁଥିବା ଭାଷାରେ ତ‌ଥ୍ୟ ଆଦାନ ପ୍ରଦାନ କରନ୍ତୁ ।
  • କୋଭିଡ-୧୯ ସଂକ୍ରମିତ ଲୋକଙ୍କ ସ‌ହିତ ସଂଯୋଗ କିପରି କରିବେ, ତାହା ଶିକ୍ଷା କରନ୍ତୁ ।

ସ୍ୱାସ୍ଥ୍ୟକର୍ମୀମାନଙ୍କର ଦଳପତି ନିମନ୍ତେ[ସମ୍ପାଦନା]

  • ମାନସିକ ସ୍ୱାସ୍ଥ୍ୟ କମ ଥିବା ସୁରକ୍ଷାକର୍ମୀମାନଙ୍କର ସୁରକ୍ଷା ନମନ୍ତେ ପଦକ୍ଷେପ ନିଅନ୍ତୁ । ସ୍ୱଳ୍ପକାଳୀନ ଫଳ ଅପେକ୍ଷା ଦୀର୍ଘକାଳୀନ କର୍ମ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟିତ ହୁଅନ୍ତୁ ।
  • ଉତ୍ତମ ମାନର ଯୋଗାଯୋଗ ଓ ନିର୍ଭୁଲ ଅଦ୍ୟତନ କରନ୍ତୁ ।
  • ସ୍ୱାସ୍ଥ୍ୟ ସୁରକ୍ଷା ସାହାଯ୍ୟ କିପରି ଓ କେଉଁଠାରେ ମିଳିବ, ତାହା ସମସ୍ତ କର୍ମୀ ଜାଣିରଖନ୍ତୁ ।
  • ରୋଗୀଙ୍କୁ ମନୋବୈଜ୍ଞାନିକ ଫାଷ୍ଟ ଏଡ କିପରି ଦିଆଯାଏ ତାହା କର୍ମୀମାନେ ଅବଗତ ହୁଅନ୍ତୁ ।
  • ଚିକିତ୍ସକମାନେ ଆଶୁ ମାନସିକ ସ୍ୱାସ୍ଥ୍ୟ ସେବା ପରିଚାଳନା କରନ୍ତୁ ।
  • ମାନସିକ ରୋଗ ଔଷଧ ଉପଲବ୍‌ଧ କରେଇବା ନିମନ୍ତେ ପଦକ୍ଷେପ ନିଅନ୍ତୁ ।

ଶିଶୁ ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ[ସମ୍ପାଦନା]

  • ନିଜର ଭାବନା ପ୍ରକାଶ କରିବାକୁ ଶିଶୁଙ୍କୁ ଶିକ୍ଷା ଦିଅନ୍ତୁ ।
  • ପିତାମାତା ଓ ସେବାକାରୀଙ୍କଠାରୁ ଅଲଗା ରଖିବାରୁ ଯେତେଦୂର ସମ୍ଭବ ବିରତ ହୁଅନ୍ତୁ । ଏକାନ୍ତରେ ରହୁଥବା ସମୟରେ ପିତାମାତା ଓ ସେବାକାରୀଙ୍କ ସ‌ହିତ ନିୟମିତ ସମ୍ପର୍କ ରଖିବାକୁ ଚେଷ୍ଟିତ ହୁଅନ୍ତୁ ।
  • ପରିବାରର ରୁଟିନ କାମ ଜାରି ରଖନ୍ତୁ ଓ ବୟସ ଅନୁସାରେ ପିଲାଙ୍କୁ ସକ୍ରିୟ ରହିବାକୁ ସକ୍ଷମ କରାନ୍ତୁ ।
  • ପିତାମାତାଙ୍କ ସ‌ହିତ ମିଶିବାକୁ ଇଚ୍ଛୁକ ପିଲାଙ୍କୁ କରୋନାଭୂତାଣୁ ରୋଗ ୨୦୧୯ ବିଷୟରେ ସଚେତନ କରାନ୍ତୁ ।

ବୟସ୍କ ଓ ଅନ୍ତର୍ନିହିତ ରୋଗ ଥିବା ଲୋକ ଓ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ନିମନ୍ତେ[ସମ୍ପାଦନା]

  • ପୂର୍ବରୁ ଅନ୍ୟ ବେମାରୀ ଥିବା ଓ ଏକାନ୍ତରେ ଥିବା ବୟସ୍କ ଲୋକ ଅଧିକ ଚାପଗ୍ରସ୍ତ ହେବାରୁ ତାଙ୍କର ଉତ୍କଣ୍ଠା, କ୍ରୋଧ ଓ ପରିତ୍ୟକ୍ତ ବୋଧ ହୁଏ । ଏମାନଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରବୋଧନା ଦେବା ଆବଶ୍ୟକ ।
  • ସଂକ୍ରମଣ ସଙ୍କଟ କମ୍ କରିବା ଉପାୟ ବତେଇବା ଓ ସଙ୍କଟ ସମୟ ଏଡ଼େଇବା ନିମନ୍ତେ ସାଧାରଣ ସ୍ପଷ୍ଟ ସୂଚନା ଦେବାକୁ ଉପଦେଶ ଦିଆଯାଅଏ ।
  • ବ୍ୟବ‌ହାର ଉପ‌ଯୋଗୀ ଔଷଧ ପାଖରେ ଉପଲବ୍‌ଧ କରେଇବା ଉଚିତ ।
  • କେଉଁଠାରେ ଓ କିପରି ବ୍ୟବ‌ହାରିକ ସାହାଯ୍ୟ ମିଳିବ, ତାହାର ଜ୍ଞାନ ରହିବା ଆବଶ୍ୟକ ।
  • ନିଜ ଘରେ ଦୈନନ୍ଦିନ ସାଧାରଣ ବ୍ୟାୟାମ କରିବା ଶିକ୍ଷା ଆବଶ୍ୟକ ।
  • ଦୈନନ୍ଦିନ କାର୍ଯ୍ୟ କରିବା ଓ ସ୍ନେହାସ୍ପଦ ଲୋକଙ୍କ ସ‌ହ ସମ୍ପର୍କ ରଖିବାକୁ କୁହାଯାଏ ।
  • ନିଜର କର୍ମ ତ‌ଥା ହବିରେ ମଗ୍ନ ରହିଲେ ଚାପ କମିଯାଏ ।
  • ଫୋନ ଓ ନେଟ ମାଧ୍ୟମରେ ଲୋକଙ୍କ ସ‌ହିତ ବାର୍ତ୍ତାଳାପ ଓ ହସଖୁସି ହେବା ଆବଶ୍ୟକ ।
  • ଗୋଷ୍ଟୀର ସେବାର ଯଥା ସମ୍ଭବ ନିୟୋଜିତ ରହିବା, ସାମାଜିକ ଦୂରତା ରଖିବାକୁ ଚେଷ୍ଟ କରନ୍ତୁ । ଗରିବମାନଙ୍କୁ ମିଲ, ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜକୁ ନିୟୋଜିତ ରଖନ୍ତୁ ।

ଏକାନ୍ତରେ ଥିବା ଲୋକଙ୍କ ନିମନ୍ତେ[ସମ୍ପାଦନା]

  • ପରସ୍ପର ସ‌ହିତ ଯୋଗାଯୋଗ ରଖନ୍ତୁ ଓ ସାମାଜିକ ନେଟ‌ୱର୍କ ଚାଲୁ ରଖନ୍ତୁ ।
  • ନିଜର ଆବଶ୍ୟକତା ଓ ଭାବନା ପ୍ରତି ଧ୍ୟାନ ଦିଅନ୍ତୁ । ନିଜକୁ ବିଶ୍ଳିଷ୍ଟ (relax) କଲାଭଳି କର୍ମରେ ନିୟୋଜିତ ହୁଅନ୍ତୁ ।
  • ବେଆରାମ କଲାଭଳି ଗୁଜବ ଶୁଣିବା ବନ୍ଦ କରିଦିଅନ୍ତୁ ।

ଆତ୍ମହତ୍ୟା ଉପରେ ପ୍ରଭାବ[ସମ୍ପାଦନା]

କରୋନାଭୂତାଣୁ ପାଣ୍ଡେମିକ ଆରମ୍ଭ ହେବା ପରଠାରୁ ଚିନ୍ତାଜନ‌କ ଭାବରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି । ସାମାଜିକ ଏକାନ୍ତ, କ୍ୱାରେଣ୍ଟାଇନ, କର୍ମହାନୀ ବେରୋଜଗାର ହେବା ଭୟ ସାମାଜିକ ଦୂରୀକରଣ ମାର୍ଗଦର୍ଶନ ତ‌ଥା ଅର୍ଥନୈତିକ କାରକମାନଙ୍କ ଯୋଗୁ ମାନସିକ ଅଶାନ୍ତି ହୋଇ ଲୋକମାନେ ଆତ୍ମହତ୍ୟା କରୁଛନ୍ତି । [୯][୧୦]

ଭାରତ[ସମ୍ପାଦନା]

କୋଭିଡ-୧୯ ପାଣ୍ଡେମିକର ଲକଡାଉନ ସମୟରେ ଭାରତରେ ମଦ ନ ମିଳିବା ଯୋଗୁ ଆତ୍ମହତ୍ୟା ହେଉଥିବା ଖବର ଆସୁଛି । [୧୧]

ପରବର୍ତ୍ତୀ ମାନସିକ ଯତ୍ନ[ସମ୍ପାଦନା]

ଏହି ପାଣ୍ଡେମିକ ସମାପ୍ତ ହେଲେ ବା ସ୍ଥିର ହୋଇଗଲେ ସମୟ ବାହାର କରି ଏହି ଘଟଣାରୁ ଯେଉଁ ଶିକ୍ଷା ମିଳିଲା ତାହା ଜନସାଧାରଣଙ୍କ ଅନୁଭୂତି, ଚିକିତ୍ସକମାନଙ୍କର ଅନୁଭୂତି ଇତ୍ୟାଦି ବିଚାରକୁ ନେଇ ପରବର୍ତ୍ତୀ ସମୟରେ ଏଭଳି କିଛି ହେଲେ ତୁରନ୍ତ କାର୍ଯ୍ୟକ୍ରମ ଚାଲୁ କରିବାକୁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ । ମାନସିକ ଚାପ ଓ ଅସୁସ୍ଥାତ କମ୍‌ କରିବା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ଓ ଯତ୍ନ ଉତ୍କୃଷ୍ଟତା ଅନୁଷ୍ଠାନ (National Institute for Health and Care Excellence) ପଦକ୍ଷେପ ନେବାକୁ ପଡ଼ିବ ।

ଆଧାର[ସମ୍ପାଦନା]

  1. CDC (2020-02-11). "Coronavirus Disease 2019 (COVID-19)". Centers for Disease Control and Prevention (in ଇଂରାଜୀ). Retrieved 2020-05-17.
  2. ୨.୦ ୨.୧ ୨.୨ ୨.୩ "Inter-Agency Standing Committee Guidelines on Mental Health and Psychosocial support" (PDF). MH Innovation. Archived (PDF) from the original on 31 March 2020. Retrieved 28 March 2020.
  3. "OECD". read.oecd-ilibrary.org. Retrieved 2020-05-07.
  4. "ICN COVID-19 Update: New guidance on mental health and psychosocial support will help to alleviate effects of stress on hard-pressed staff". ICN - International Council of Nurses (in ଇଂରାଜୀ). Archived from the original on 28 March 2020. Retrieved 28 March 2020.
  5. "Emergency Responders: Tips for taking care of yourself". emergency.cdc.gov (in ଇଂରାଜୀ). 10 January 2020. Archived from the original on 27 March 2020. Retrieved 28 March 2020.
  6. https://www.researchgate.net/publication/342188336_Fear_anger_and_media-induced_trauma_during_the_outbreak_of_COVID-19_in_the_Czech_Republic
  7. "Mental health and psychosocial considerations during the COVID-19 outbreak" (PDF). World Health Organization. Archived (PDF) from the original on 26 March 2020. Retrieved 28 March 2020.
  8. "Coronavirus Disease 2019 (COVID-19)". Centers for Disease Control and Prevention (in ଇଂରାଜୀ). 11 February 2020. Archived from the original on 29 March 2020. Retrieved 28 March 2020.
  9. Gunnell, David; et al. (April 21, 2020). "Suicide risk and prevention during the COVID-19 pandemic". The Lancet. 7 (6): 468–471. doi:10.1016/S2215-0366(20)30171-1. PMC 7173821 Check |pmc= value (help). PMID 32330430 Check |pmid= value (help). Retrieved April 27, 2020.
  10. Baker, Noel (April 22, 2020). "Warning Covid-19 could lead to spike in suicide rates". Irish Examiner. Retrieved April 27, 2020.
  11. "Two tipplers in Kerala commit suicide upset at not getting liquor during COVID-19 lockdown". The New Indian Express. Archived from the original on 29 March 2020. Retrieved 29 March 2020.