କେ. ଶ୍ୟାମବାବୁ ସୁବୁଦ୍ଧି

ଉଇକିପିଡ଼ିଆ‌ରୁ
କେ. ଶ୍ୟାମବାବୁ ସୁବୁଦ୍ଧି
ଜନ୍ମ
କେ. ଶ୍ୟାମବାବୁ ସୁବୁଦ୍ଧି
ଜାତୀୟତାଭାରତୀୟ
ବୃତ୍ତିହୋମିଓପାଥି ଡାକ୍ତର

କେ. ଶ୍ୟାମବାବୁ ସୁବୁଦ୍ଧି, [ବ୍ରହ୍ମପୁର]]ର ଜଣେ ରାଜନୈତିକ ବ୍ୟକ୍ତିତ୍ୱ ।[୧] ଏଯାବତ ସେ ୨୮ଥର ନିର୍ବାଚନ ଲଢ଼ି, ସବୁଥର ପରାଜୟ ବରଣ କରିଛନ୍ତି । ବୃତ୍ତିରେ ସେ ଜଣେ ହୋମିଓପାଥି ଡାକ୍ତର ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଶ୍ୟାମବାବୁ ୧୯୫୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୬୨ମସିହାରେ ହିଞ୍ଜିଳିରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ ।[୩] ସମୁଦାୟ ୨୮ଟି ନିର୍ବାଚନ ମଧ୍ୟରୁ, ୧୦ଥର ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଓ ୧୦ଥର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଛନ୍ତି ।[୪] ସେହିପରି ବ୍ରହ୍ମପୁର, ହିଞ୍ଜିଳି, କବିସୂର୍ଯ୍ୟ ନଗରବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସମୁଦାୟ ୮ଥର ନିର୍ବାଚନ ଲଢ଼ିଛନ୍ତି ।[୫] ଏହି ସବୁ ନିର୍ବାଚନ ମଧ୍ୟରୁ ସେ ଉଭୟ ରାଜନୈତିକ ଦଳର ପାର୍ଥୀ ଭାବରେ ଓ ସ୍ୱାଧୀନ ପାର୍ଥୀ ଭାବରେ ଲଢ଼ିଛନ୍ତି । ପି. ଭି. ନରସିଂହ ରାଓ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକନବୀନ ପଟ୍ଟନାୟକ ଆଦି ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୋଧରେ ଶ୍ୟାମବାବୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ।[୬]

କଳାକୋର୍ଟ ଓ ଟୋପି ପରିଧାନ କରି, ସାଇକେଲ ଚଲାଇ ଶ୍ୟାମବାବୁ ବର୍ଷତମାମ ନିଜର ପ୍ରଚାର ଜାରି ରଖିଥାନ୍ତି ।[୭]

ଆଧାର[ସମ୍ପାଦନା]

  1. "62 साल से चुनाव हारते आ रहे हैं श्याम बाबू, 2019 में भी जीतने के लिए आजमाएंगे किस्मत". khabar.ndtv.com. NDTV. Retrieved 14 March 2019.
  2. "23 चुनाव हारने के बावजूद ये जनाब बनना चाहते हैं प्रधानमंत्री!". www.amarujala.com. amar ujala. Retrieved 14 March 2019.
  3. "Odisha man's unusual fetish for defeat!". odishasuntimes.com. Eastern Media Ltd. Retrieved 14 March 2019.
  4. "୨ଟି ଲୋକ ସଭା ଆସନରୁ ଲଢିବେ ଶ୍ୟାମବାବୁ ସୁବୁଦ୍ଧି". No. ସମ୍ବାଦ ୧୪/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ନ ମିଡିଆ ପା ଲି. Retrieved 14 March 2019.[permanent dead link]
  5. Mahendra Singh Rana (2006). India Votes: Lok Sabha & Vidhan Sabha Elections 2001-2005. Sarup & Sons. pp. 609–. ISBN 978-81-7625-647-6.
  6. "Is this the world's biggest election loser?". www.bbc.com. BBC. Retrieved 14 March 2019.
  7. "୬୨ ବର୍ଷ ଧରି ନିର୍ବାଚନ ହାରି ଆସୁଛନ୍ତି ଶ୍ୟାମ ବାବୁ, ଏହି ବର୍ଷ ମଧ୍ୟ ଭାଗ୍ୟକୁ ଆଦରିବେ ।". lifestyle.kanaknews.com. Eastern Media Ltd. Retrieved 14 March 2019.