କେଶ

ଉଇକିପିଡ଼ିଆ‌ରୁ


ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା

କେଶ (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) କେଶ କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । ଶରୀରରେ ସହ୍ୟ କରିହେଉନଥିବା ଗରମ ପଡିଲେ, ଶରୀରରୁ ଝାଳ ବାହାରି ଆସିଥାଏ, ତାହା କେଶ କାରଣରୁ ଗରମରୁ ଅତିଶୀଘ୍ର ଶୁଖେ ନାହିଁ, କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ କେଶ ବୃଦ୍ଧି, କେଶର ପ୍ରକାର ଏବଂ କେଶ ଯତ୍ନ ଉପରେ ମନୁଷ୍ୟର ଅଧିକତମ ଆଗ୍ରହ କେନ୍ଦ୍ରିତ ହୁଏ । କେଶ ଉପରେ ମନୋଭାବ ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ କେନ୍ଦ୍ରତ ଥାଏ ଯାହା ଭିନ୍ନ ଭିନ୍ନ ସଂସ୍କୃତି ଏବଂ ଐତିହାସିକ ପର୍ଯ୍ୟାୟରେ ବିସ୍ତୃତ ଭାବେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଯେପରିକି ସେମାନଙ୍କ ବୟସ, ଲିଙ୍ଗ, ଏବଂ ଧର୍ମକୁ ସୂଚିତ କରାଇଥାଏ । [୧]

କୋମଳ କେଶଯୁକ୍ତ ପ୍ରାଣୀ

କେଶର ପ୍ରସ୍ତୁତି ପକ୍ଷୀମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ, କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । ମନୁଷ୍ୟମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁକ୍ଷ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡ଼ାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟମାନଙ୍କର କିଛିମାତ୍ରାରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।

ମନୁଷ୍ୟମାନଙ୍କ ପାଇଁ କେଶର ବହୁ ଉପଯୋଗ ରହିଥାଏ । କିଛି କେଶରେ ବାର୍ନିଶ ଲେପନର ବ୍ରସ୍, ଦାନ୍ତ ସଫା କରିବାର ବ୍ରସ୍ ତିଆରି କରାଯାଏ । ଛୋଟ-ଛୋଟ କେଶ ଏକାଠି ମିଳାଇ କରି ଗୃହନିର୍ମାଣରେ ପ୍ରଯୁକ୍ତ କରାଯାଏ । ଲମ୍ବା-ଲମ୍ବା କେଶରେ କପଡ଼ା ବୁଣା ଯାଏ । ଏହି କପଡ଼ା କୋଟ ବନେଇବାରେ ଲାଇଲନ ରୂପେ କାମରେ ଆସେ । କିଛି ପଶୁ ଏବଂ ପକ୍ଷୀମାନଙ୍କ କେଶ ମଧ୍ୟ କୋମଳ ହୋଇଥିବାରୁ ବସ୍ତ୍ର, ଘରସାଜ ଜିନିଷ, କମ୍ବଳ ଆଦି ତିଆରି କରାଯାଏ ।

କେଶର ସରଞ୍ଚନା[ସମ୍ପାଦନା]

କେଶର ବିଭିନ୍ନ ବିଭାଗ

ଚମଡ଼ାର ବାହାରେ କେଶର ଯେଉଁ ଅଂଶ ରହିଥାଏ, ତାହାକୁ କାଣ୍ଡ (shaft) କୁହାଯାଏ । କୁହାଯାଏ ଯେ, କାଣ୍ଡର ତିନୋଟି ଭାଗ ରହିଥାଏ: ସବୁଠାରୁ ବାହାରେ ରହୁଥିବା ଭାଗକୁ କ୍ୟୁଟିକଲ(cuticle) କୁହାଯାଏ । କ୍ୟୁଟିକଲର ତଳେ ଏକ କଡା ସ୍ତର ରହିଥାଏ ଯାହାକୁ ଅଧ୍ୟାଶ(cortex) କୁହାଯାଏ । କୁହାଯାଏ ଅଧ୍ୟାଶ ତଳର ମଧ୍ୟ ଭାଗକୁ ମଧ୍ୟାଂଶ (medulla) କୁହାଯାଏ । ଚମଡା ଭିତରେ ରହୁଥିବା କେଶର ଭାଗକୁ ମୂଳ (root) କୁହାଯାଏ । କେଶର ବଢ଼ିବାରେ ମୂଳ ମଧ୍ୟ ଧୀରେ ଧୀରେ କାଣ୍ଡରେ ବଦଳି ଯାଏ । ଭିନ୍ନ-ଭିନ୍ନ କ୍ଷେତ୍ରରେ କେଶର ବୃଦ୍ଧି ଭିନ୍ନ-ଭିନ୍ନ ସ୍ତରରେ ହୋଇଥାଏ ।

ସାଧାରଣତଃ କୁହାଯାଏ ଯେ , ଏକ ମାସରେ କେଶ ଅଧା ଇଞ୍ଚ, କିମ୍ବା ଏକ ବର୍ଷରେ ପାଞ୍ଚରୁ ଛଅ ଇଞ୍ଚ ବଢ଼ିଥାଏ । ମୂଳ ଏକ ଗଣ୍ଡିରେ ରହିଥାଏ, ଯାହାକୁ ଲୋମକୂପ (follicle) କୁହାଯାଏ । ଲୋମକୂପରୁ ହିଁ କେଶ ବାହାରିଥାଏ । ଏକ ଲୋମକୂପରୁ ଏକ ବା ଏକାଧିକ କେଶ ବାହାରି ପାରିଥାଏ । ଲୋମକୂପରେ ନାସପାତିର ପୌପିଳାରେ ତିଆରି ହୋଇଥାଏ । ଏହି ପୌପିଳା ଚର୍ମର ହୋଇଥାଏ । ପୌପିଳା ଏବଂ ଲୋମକୂପର ସଙ୍ଗମରେ ହିଁ କେଶ ତିଆରି ହୋଇଥାଏ । ପୌପିଳା ରୁଧିସ୍ୱାହିନୀରେ ସମ୍ବନ୍ଧ ରହିଥାଏ । ଏହିଠାରୁ ହିଁ ମୂଳର ସମସ୍ତ ବସ୍ତୁ ପ୍ରାପ୍ତ ହୁଏ, ଯେଉଁଠାରୁ କେଶର ନିର୍ମାଣ ଏବଂ ତାହାର ବୃଦ୍ଧି ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ପୌପିଳା ଏବଂ ଲୋମକୂପ ନଷ୍ଟ ହୁଏନାହିଁ ସେ ପର୍ଯ୍ୟନ୍ତ କେଶ ବଢିଥାଏ । ମୁଣ୍ଡର କେଶ ଦୁଇରୁ ଛଅ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହାପରେ ଝଡ଼ିଯାଏ ଏବଂ ସେହି ସ୍ଥାନରେ ନୂଆ କେଶ ଉତ୍ପନ୍ନ ହୁଏ । ଏହି କ୍ରମ ବୟସ୍କ କାଳ ପର୍ଯ୍ୟନ୍ତ ଚାଲିଥାଏ । କେଶ କାହିଁକି ଝଡେ ଏବଂ ତାହା ସ୍ଥାନରେ କାହିଁକି ନୂଆ କେଶ ଉତ୍ପନ୍ନ ହୁଏ ନାହିଁ, ଏହାର କାରଣ ଏପର୍ଯ୍ୟନ୍ତ ଠିକରେ ଜଣାପଡିନାହିଁ । କିଛି ଲୋକଙ୍କର ମୁଣ୍ଡ ରଙ୍ଗ କରିବା କାରଣରୁ ଚନ୍ଦା ହୋଇଯା'ନ୍ତି ।

ଶରୀରର ଏକ ଯୋଜନା ମୂଳକ ଚିତ୍ର

ସୂର୍ଯ୍ୟ କିରଣଦ୍ୱାରା ବହୁ ଅସ୍ଥାୟୀ ରୂପେ ଚନ୍ଦା ହୋଇଯା'ନ୍ତି । ଶେଷରେ ସ୍ନାବି ଗ୍ରନ୍ଥର ସ୍ନାବର କମିୟତା , ବଂଶଗତ କାରଣ ତଥା ଜିନଦ୍ୱାରା ମଧ୍ୟ କେଶ ଝଡ଼ିଥାଏ । ଅପୁଷ୍ଟିକ ଖାଦ୍ୟର ଅଭାବରେ କେଶ ଶୁଷ୍କ ଏବଂ ଅସ୍ପଷ୍ଟ (dull) ହୋଇ କିଛି ଝଡିପାରେ , କିନ୍ତୁ ସାମାନ୍ୟ ଚନ୍ଦାପଣର ଏହା କାରଣ ନୁହେଁ ।

କେଶର ରଙ୍ଗ[ସମ୍ପାଦନା]

ବର୍ଣ୍ଣଙ୍କୋର କାରଣରୁ କେଶ କଳା , ଭୁରା କିମ୍ବା ଲାଲ ହୋଇପାରେ । ଏହା ବର୍ଣ୍ଣକ ବଳ୍କୁଟର କେଶର ନିକ୍ଷିପ୍ତ ହୋଇଥାଏ । କେଶ କାହିଁକି ଧଳା ପଡ଼ିଯାଏ , ଏହାର କାରଣ ଜ୍ଞାତ ହୋଇପାରିନାହିଁ । ଏହା ସମ୍ଭବ ଯେ ବୟସ ବଢିବା , ରୋଗରେ ପଡ଼ିବା , ଚିନ୍ତା , ଶୋକ , ଆଘାତ ଏବଂ କିଛି ଭିଟାମିନ ଅଭାବରେ ଏହା ହୋଇଥାଏ । ଡାକ୍ତରଙ୍କ ମତ ଏହା ଯେ , କେଶ ଧଳା ପଡିବା ଏକ ବଂଶଗତ କାରଣ ହୋଇଥାଏ ।

କେଶ ପ୍ରଧାନତଃ ନିମ୍ନଲିଖିତ ୪ ପ୍ରକାରର ହୋଇଥାଏ :

୧- ଆଦିବାସୀ (ଅଷ୍ଟ୍ରେଲିଆ ଏବଂ ଭାରତର ଆଦିବାସୀ ସମ୍ପ୍ରଦାୟ)ଙ୍କର କେଶ ଛୋଟ-ଛୋଟ ଏବଂ କୁଞ୍ଚିତ ହୋଇଥାଏ । ଏହି କେଶର ଅନୁପ୍ରସ୍ଥ ପରିଚ୍ଛେଦ ଦୀର୍ଘବୃତ୍ତିୟ , କିମ୍ବା ବୃକ୍କ ଆକାରର ହୋଇଥାଏ । ଏହି କେଶର ରଙ୍ଗ ସର୍ବଦା କଳା ରଙ୍ଗର ହୋଇଥାଏ । ଏହି କେଶ ଦୁଇ ପ୍ରକାରର ହୋଇଥାଏ । ମେଳାନୀଶିୟାଈ ଏବଂ ଅଧିକାଂଶ ହବଶିୟୋଂର କେଶ ଅପେକ୍ଷା ଲମ୍ବା ହୋଇଥାଏ । କିଛି ଆଦିବାସୀ ଏବଂ ହବଶିୟୋଂଙ୍କ କେଶ ଛୋଟ ହୋଇଥାଏ ।

୨- ପୀତ ଜାତି (ଚୀନ , ମଂଗୋଲ) ଏବଂ ଆମେରିକୀୟ ଇଣ୍ଡିଆନଙ୍କ କେଶ ସିଧା , ଲମ୍ବା , ଅକୁଞ୍ଚିତ ଏବଂ ରୁକ୍ଷ ହୋଇଥାଏ । ଏମାନଙ୍କ କେଶର ଅନୁପ୍ରସ୍ଥ ପରିଚ୍ଛେଦ ଗୋଲାକାର ହୋଇଥାଏ ଏବଂ ସେମାନଙ୍କ ମଧ୍ୟାଶ କିମ୍ବା ମଜ୍ଜାର ବିଭେଦ ସରଳତାରେ କରାଯାଇପାରେ । ଏହି କେଶର ରଙ୍ଗ ମଧ୍ୟ ବିନା ଉପବାଦରେ କଳା ହୋଇଥାଏ ।

୩- ୟୁରପମାନଙ୍କ କେଶ ଲମ୍ବା , ଘନ , ଚିକ୍କଣ ଏବଂ ରେଶମରେ କୋମଳ ହୋଇଥାଏ । କେଶର ଅନୁପ୍ରସ୍ଥ ପରିଚ୍ଛେଦ ଅଣ୍ଡାଭ ହୋଇଥାଏ । ଏହାର ରଙ୍ଗ କଳା , କହରା କିମ୍ବା ଲାଲ ହୋଇଥାଏ । ଭାରତୀୟମାନଙ୍କ କେଶର ରଙ୍ଗ ମଧ୍ୟ ଏହାର ଅନ୍ତର୍ଗତ ଆସିଥାଏ ।

୪- କିଛି ଲୋକଙ୍କ କେଶ ଘୁଙ୍ଗରାଳେ , ହବଶୀୟଙ୍କ କେଶ ସହ ମିଳିତ ହୋଇଥାଏ , ଏମାନଙ୍କୁ ଇଂରାଜୀରେ ଫ୍ରିଜୀ (frizzy) କେଶବାଲେ କୁହାଯାଏ । ଏହି କେଶ ଅଷ୍ଟ୍ରେଲିୟନ , ଆଦିବାସୀ ନ୍ୟୁବିୟନ ଏବଂ ମୁଲ୍ଲଟୋ (mulatto) ଲୋକଙ୍କର ହୋଇଥାଏ ।

କହରା କେଶଯୁକ୍ତ ଏକ ଯୁବତୀର ଚିତ୍ର

ଉତ୍ତର ୟୁରୋପୀୟମାନଙ୍କ କେଶର ରଙ୍ଗ ଫିକା ହୋଇଥାଏ ଏବଂ ଦକ୍ଷିଣ ୟୁରୋପୀୟମାନଙ୍କ କେଶ ଗାଢା ହୋଇଥାଏ । ସାଧାରଣତଃ ସିଧା କେଶ ଅଧିକ ଲମ୍ବା ହୋଇଥାଏ ଏବଂ କୁଞ୍ଚିତ କେଶ କମ ଲମ୍ବା ହୋଇଥାଏ । ଲେହେରଦାର କେଶର ସ୍ଥାନ ମଧ୍ୟମ ଅଟେ । ଅଷ୍ଟ୍ରେଲିୟନ ଏବଂ ଟୈସମୈନିଙ୍କ ଶରୀରରେ ସବୁଠୁ ଅଧିକ କେଶ ରହିଥାଏ । ପୀତ ଜାତିୟଙ୍କ ଶରୀରରେ ସବୁଠାରୁ କମ କେଶ ରହିଥାଏ । କିଛି ପୀତ ଜାତିର ଲୋକମାନଙ୍କର ଦାଢ଼ି ମଧ୍ୟ କୋଚିତ ଥାଏ ।

କେଶର ସୁନ୍ଦରତା ବହୁ କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । ମୁଣ୍ଡବଳ୍କ (scalp)ର ସ୍ୱଚ୍ଛତା ୠଧିର ପରିସଞ୍ଚାରଣ ଉପରେ ନିର୍ଭର କରେ । ଯଦି ୠଧିର ପରିସଞ୍ଚାରଣରେ କିଛି ବଧ ପହଞ୍ଚେ ତ , କେଶକୁ କିଛିବି ପୋଷଣ ମିଳେନାହିଁ । ଏହାଦ୍ୱାରା କେଶ ଦୁର୍ବଳ ଏବଂ ଆଭାହୀନ ହୋଇପଡେ । ସୁସ୍ଥ ରହଣ-ସହଣ , ବାହାର କସରତ , ଉପଯୁକ୍ତ ଆହାର କିମ୍ବା ମାନସିକ ସୁଖଶାନ୍ତି କେଶର ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ବିଶେଷ ପ୍ରଭାବ ପଡିଥାଏ । ମୁଣ୍ଡବଳ୍କକୁ ପ୍ରତିଦିନ ଅତି କମରେ ଗୋଟିଏ ଥର ଥାପିକରି ମାଲିଶ କରିବା ଭଲ ଅଟେ । ମୁଣ୍ଡକୁ କୁଣ୍ଡାଇବାରେ ମଧ୍ୟ ତାହାର ମାଲିଶ ହୋଇଯାଏ । ଏହାଦ୍ୱାରା ମୁଣ୍ଡବଳ୍କରେ ୠଧିର ପରି ସଞ୍ଚାରଣ ହେବାଦ୍ୱାରା କେଶ କୋମଳ ଏବଂ ଚମକଦାର ହୋଇଯାଏ ।

  • କେଶର ବିଶେଷତଃ :

ମହିଳାମାନଙ୍କର କେଶକୁ ସଜାଇବା ଏକ କଳା ଅଟେ । କିଛି ଜାତିମାନେ ଏହି କଳାରେ ବହୁ ନିପୁଣ ଅଟନ୍ତି । ସବୁ ଦେଶର ମହିଲାମାନେ ନିଜ ନିଜ ଢଙ୍ଗରେ ନିଜର କେଶକୁ ସଜାଇଥା'ନ୍ତି ।

ଆଧାର[ସମ୍ପାଦନା]

  1. Sherrow, Victoria (2006). Encyclopedia of Hair: A Cultural History. 88 Post Road West, Westport, CT: Greenwood Press. p. iv. ISBN 0-313-33145-6.{{cite book}}: CS1 maint: location (link)

ବାହାର ଲିଙ୍କ[ସମ୍ପାଦନା]