କେରାଟୋକୋନସ

ଉଇକିପିଡ଼ିଆ‌ରୁ
କେରାଟୋକୋନସ
conical cornea[୧]
ଫାଇଲ:Keratoconus eye.jpg
ସ୍ୱଚ୍ଛପଟଳ କୋନ ଆକାର ଦେଖାଯିବା ଏହି ରୋଗର ବିଶେଷତ୍ୱ ।
ଉଚ୍ଚାରଣ
  • KEHR-uh- toh-KOH-nus[୨]
ବିଭାଗଚକ୍ଷୁରୋଗ ବିଭାଗ ophthalmology
ଲକ୍ଷଣblurry vision, nearsightedness, light sensitivity[୩]
ଆକ୍ରାନ୍ତ ସମୟପ୍ରାକ୍ ଯୌବନ କାଳ [୩]
କାରଣଅଜ୍ଞାତ[୩]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ଲିଟ ଲ୍ୟାମ୍ପ ପରୀକ୍ଷା slit lamp exam[୩]
ଚିକିତ୍ସାglasses, contacts, surgery[୩]
ପୁନଃପୌନିକପ୍ରାୟ ୨୦୦୦ ଲୋକରେ ଜଣକୁ ହୁଏ । [୩]

କେରାଟୋକୋନସ (ଇଂରାଜୀ ଭାଷାରେ Keratoconus ବା KC ବା KCN ବା KTCN) ରୋଗ ମନୁଷ୍ୟ ଆଖିର ଏକ ପ୍ରକାର ରୋଗ ଯେଉଁଥିରେ କର୍ନିଆ/ସ୍ୱଚ୍ଛପଟଳ (cornea) କ୍ରମାନୁସାରେ ପତଳା ହୋଇଯାଏ । ଏହି ପତଳା ହେବା ଫଳରେ ଝାପସା ଦୃଷ୍ଟି (blurry vision), ଦୈତ ଦୃଷ୍ଟି (double vision), ସମୀପ ଦୃଷ୍ଟି (nearsightedness), ଆସ୍ଟିଗମାଟିଜ୍ମଆଲୋକ ସମ୍ବେଦନଶୀଳ (light sensitivity) ହୋଇଯାଏ । ପ୍ରାୟ ଦିଇଟି ଯାକ ଚକ୍ଷୁରେ ଏହି ରୋଗ ହୁଏ । [୩] ରୋଗ ସାଂଘାତିକ ହେଲେ କର୍ନିଆରେ ସ୍କାର ହୁଏ ବା ତା ମଧ୍ୟରେ ବୃତ୍ତାକାର (circle) ରେଖା ଦେଖାଯାଏ । [୪]

ଏହାର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic), ପରିବେଶ ଓ ହରମୋନ (hormonal) ସମ୍ପର୍କୀୟ ପ୍ରଭାବ ଯୋଗୁ ରୋଗ ହେଉଥିବା ସନ୍ଦେହ କରାଯାଏ । ପ୍ରାୟ ୭% ରୋଗୀଙ୍କର ଏହି ରୋଗର ପାରିବାରିକ ଇତିହାସ ଥାଏ । [୩] ପରିବେଶ କାରକମାନଙ୍କ ମଧ୍ୟରୁ ଆଲର୍ଜି (allergies) ଓ ଆଖି ମଳିବା ଇତ୍ୟାଦି ସନ୍ଦେହ କରାଯାଏ ।[୪] ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟବିଧିରେ କର୍ନିଆର ଆକୃତି କୋନ (cone shape) ସଦୃଶ ହୋଇଯାଏ । ସ୍ଲିଟ ଲ୍ୟାମ୍ପ (slit lamp) ଯନ୍ତ୍ର ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩]

ଆରମ୍ଭରେ ଏହି ରୋଗକୁ ଚଷମା (glasses) ବା ନରମ କଣ୍ଟାକ୍ଟ ଲେନ୍ସ (soft contact lenses) ଦେଇ ଚିକିତ୍ସା କରାଯାଏ । ରୋଗର ଅଗ୍ରଗତି ହୋଇଥିଲେ ବିଶେଷ ଧରଣର କଣ୍ଟାକ୍ଟ ଲେନ୍ସ ଆବଶ୍ୟକ ହୁଏ । ଅଧିକାଂଶ ଲୋକଙ୍କର କିଛି ବର୍ଷ ମଧ୍ୟରେ ରୋଗ ସ୍ଥିର ହୋଇଯାଏ ଓ କିଛି ସାଂଘାତିକ ଆଖି ସମସ୍ୟା ହୁଏ ନାହିଁ । ଅଳ୍ପ ସଂଖ୍ୟକ ଲୋକଙ୍କର କର୍ନିଆରେ ସ୍କାର ହେବା ଯୋଗୁ କର୍ନିଆ ପ୍ରତିରୋଗଣ (corneal transplantation) ଆବଶ୍ୟକ ହୁଏ ।[୩]

କେରାଟୋକୋନସ ରୋଗଦ୍ୱାରା ପ୍ରତି ୨୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ ।[୩][୪] ଶୈଶବ କାଳର ଶେଷ ଭାଗ ଓ ପ୍ରାକ୍ ଯୌବନ କାଳରେ ଏହି ରୋଗ ସାଧାରଣତଃ ହୁଏ ।[୩] ପ୍ରତ୍ୟେକ ଧରଣର ଲୋକଙ୍କୁ ଏହି ହେଉଥିଲା ମଧ୍ୟ ଏସିଆବାସୀଙ୍କ ବଂଶଧରମାନଙ୍କୁ ଅଧିକ ହୁଏ ।[୪] ଏହି ଶବ୍ଦଟି ଗ୍ରୀସ (Greek) ଭାଷାର kérasରୁ ନିଆଯାଇଛି ଯାହାର ଅର୍ଥ କର୍ନିଆ ଓ ଲାଟିନ (Latin) ଭାଷାର cōnusରୁ ନିଆଯାଇଛି ଯାହାର ଅର୍ଥ କୋନ; ଏହି ଶବ୍ଦ ଦ୍ୱୟ ମିଶି କେରାଟୋକୋନସ ଶବ୍ଦ ତିଆରି ହୋଇଛି ।[୫]

ଆଧାର[ସମ୍ପାଦନା]

  1. "Keratoconus". NORD (National Organization for Rare Disorders).
  2. "Keratoconus" (PDF). The University of Texas Health Science Center at San Antonio.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Facts About the Cornea and Corneal Disease". NEI. May 2016. Retrieved 5 November 2016.
  4. ୪.୦ ୪.୧ ୪.୨ ୪.୩ Romero-Jiménez, Miguel; Santodomingo-Rubido, Jacinto; Wolffsohn, James S. (1 August 2010). "Keratoconus: a review". Contact Lens & Anterior Eye: The Journal of the British Contact Lens Association. 33 (4): 157–166, quiz 205. doi:10.1016/j.clae.2010.04.006. ISSN 1476-5411. PMID 20537579.
  5. "Keratoconus Origin". dictionary.com. Retrieved 2 November 2015.