Jump to content

କେରାଟୋକୋନସ

ଉଇକିପିଡ଼ିଆ‌ରୁ
(Keratoconusରୁ ଲେଉଟି ଆସିଛି)
କେରାଟୋକୋନସ
conical cornea[]
ଫାଇଲ:Keratoconus eye.jpg
ସ୍ୱଚ୍ଛପଟଳ କୋନ ଆକାର ଦେଖାଯିବା ଏହି ରୋଗର ବିଶେଷତ୍ୱ ।
ଉଚ୍ଚାରଣ
  • KEHR-uh- toh-KOH-nus[]
ବିଭାଗଚକ୍ଷୁରୋଗ ବିଭାଗ ophthalmology
ଲକ୍ଷଣblurry vision, nearsightedness, light sensitivity[]
ଆକ୍ରାନ୍ତ ସମୟପ୍ରାକ୍ ଯୌବନ କାଳ []
କାରଣଅଜ୍ଞାତ[]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ଲିଟ ଲ୍ୟାମ୍ପ ପରୀକ୍ଷା slit lamp exam[]
ଚିକିତ୍ସାglasses, contacts, surgery[]
ପୁନଃପୌନିକପ୍ରାୟ ୨୦୦୦ ଲୋକରେ ଜଣକୁ ହୁଏ । []

କେରାଟୋକୋନସ (ଇଂରାଜୀ ଭାଷାରେ Keratoconus ବା KC ବା KCN ବା KTCN) ରୋଗ ମନୁଷ୍ୟ ଆଖିର ଏକ ପ୍ରକାର ରୋଗ ଯେଉଁଥିରେ କର୍ନିଆ/ସ୍ୱଚ୍ଛପଟଳ (cornea) କ୍ରମାନୁସାରେ ପତଳା ହୋଇଯାଏ । ଏହି ପତଳା ହେବା ଫଳରେ ଝାପସା ଦୃଷ୍ଟି (blurry vision), ଦୈତ ଦୃଷ୍ଟି (double vision), ସମୀପ ଦୃଷ୍ଟି (nearsightedness), ଆସ୍ଟିଗମାଟିଜ୍ମଆଲୋକ ସମ୍ବେଦନଶୀଳ (light sensitivity) ହୋଇଯାଏ । ପ୍ରାୟ ଦିଇଟି ଯାକ ଚକ୍ଷୁରେ ଏହି ରୋଗ ହୁଏ । [] ରୋଗ ସାଂଘାତିକ ହେଲେ କର୍ନିଆରେ ସ୍କାର ହୁଏ ବା ତା ମଧ୍ୟରେ ବୃତ୍ତାକାର (circle) ରେଖା ଦେଖାଯାଏ । []

ଏହାର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic), ପରିବେଶ ଓ ହରମୋନ (hormonal) ସମ୍ପର୍କୀୟ ପ୍ରଭାବ ଯୋଗୁ ରୋଗ ହେଉଥିବା ସନ୍ଦେହ କରାଯାଏ । ପ୍ରାୟ ୭% ରୋଗୀଙ୍କର ଏହି ରୋଗର ପାରିବାରିକ ଇତିହାସ ଥାଏ । [] ପରିବେଶ କାରକମାନଙ୍କ ମଧ୍ୟରୁ ଆଲର୍ଜି (allergies) ଓ ଆଖି ମଳିବା ଇତ୍ୟାଦି ସନ୍ଦେହ କରାଯାଏ ।[] ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟବିଧିରେ କର୍ନିଆର ଆକୃତି କୋନ (cone shape) ସଦୃଶ ହୋଇଯାଏ । ସ୍ଲିଟ ଲ୍ୟାମ୍ପ (slit lamp) ଯନ୍ତ୍ର ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । []

ଆରମ୍ଭରେ ଏହି ରୋଗକୁ ଚଷମା (glasses) ବା ନରମ କଣ୍ଟାକ୍ଟ ଲେନ୍ସ (soft contact lenses) ଦେଇ ଚିକିତ୍ସା କରାଯାଏ । ରୋଗର ଅଗ୍ରଗତି ହୋଇଥିଲେ ବିଶେଷ ଧରଣର କଣ୍ଟାକ୍ଟ ଲେନ୍ସ ଆବଶ୍ୟକ ହୁଏ । ଅଧିକାଂଶ ଲୋକଙ୍କର କିଛି ବର୍ଷ ମଧ୍ୟରେ ରୋଗ ସ୍ଥିର ହୋଇଯାଏ ଓ କିଛି ସାଂଘାତିକ ଆଖି ସମସ୍ୟା ହୁଏ ନାହିଁ । ଅଳ୍ପ ସଂଖ୍ୟକ ଲୋକଙ୍କର କର୍ନିଆରେ ସ୍କାର ହେବା ଯୋଗୁ କର୍ନିଆ ପ୍ରତିରୋଗଣ (corneal transplantation) ଆବଶ୍ୟକ ହୁଏ ।[]

କେରାଟୋକୋନସ ରୋଗଦ୍ୱାରା ପ୍ରତି ୨୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ ।[][] ଶୈଶବ କାଳର ଶେଷ ଭାଗ ଓ ପ୍ରାକ୍ ଯୌବନ କାଳରେ ଏହି ରୋଗ ସାଧାରଣତଃ ହୁଏ ।[] ପ୍ରତ୍ୟେକ ଧରଣର ଲୋକଙ୍କୁ ଏହି ହେଉଥିଲା ମଧ୍ୟ ଏସିଆବାସୀଙ୍କ ବଂଶଧରମାନଙ୍କୁ ଅଧିକ ହୁଏ ।[] ଏହି ଶବ୍ଦଟି ଗ୍ରୀସ (Greek) ଭାଷାର kérasରୁ ନିଆଯାଇଛି ଯାହାର ଅର୍ଥ କର୍ନିଆ ଓ ଲାଟିନ (Latin) ଭାଷାର cōnusରୁ ନିଆଯାଇଛି ଯାହାର ଅର୍ଥ କୋନ; ଏହି ଶବ୍ଦ ଦ୍ୱୟ ମିଶି କେରାଟୋକୋନସ ଶବ୍ଦ ତିଆରି ହୋଇଛି ।[]

  1. "Keratoconus". NORD (National Organization for Rare Disorders).
  2. "Keratoconus" (PDF). The University of Texas Health Science Center at San Antonio.
  3. 1 2 3 4 5 6 7 8 9 10 11 12 "Facts About the Cornea and Corneal Disease". NEI. May 2016. Retrieved 5 November 2016.
  4. 1 2 3 4 Romero-Jiménez, Miguel; Santodomingo-Rubido, Jacinto; Wolffsohn, James S. (1 August 2010). "Keratoconus: a review". Contact Lens & Anterior Eye: The Journal of the British Contact Lens Association. 33 (4): 157–166, quiz 205. doi:10.1016/j.clae.2010.04.006. ISSN 1476-5411. PMID 20537579.
  5. "Keratoconus Origin". dictionary.com. Retrieved 2 November 2015.