କେପ ଗ୍ରିଫନ

ଉଇକିପିଡ଼ିଆ‌ରୁ

କେପ ଗ୍ରିଫନ
At St Augustine Alligator Farm, St. Augustine, USA
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Falconiformes (or Accipitriformes, q.v.)
କୁଳ: Accipitridae
ପ୍ରଜାତି: Gyps
ଜାତି: G. coprotheres
ବାଇନୋମିଆଲ ନାମ
Gyps coprotheres
(Forster, 1798)
Synonyms
  • Gyps kolbi

କେପ୍ ଗ୍ରିଫନ ବା କେଫ ଭଲଚର ହେଉଛି ଏକ ବିରଳ ପ୍ରଜାତିର ଶାଗୁଣା । ବିଶ୍ୱର ସବୁଠୁ ପୁରୁଣା ପ୍ରଜାତିର ଶାଗୁଣା ମଧ୍ୟରେ ଏହା ଅନ୍ୟତମ । ଦକ୍ଷିଣ ଆଫ୍ରିକା, ଲେସୋଥୋ, ବୋତ୍ସ୍ୱାନାନାମ୍ବିଆର କେତେକ ଅଞ୍ଚଳରେ ଏ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ହ୍ରାସପାଇବାରେ ଲାଗିଛି । ଏହି ଶାଗୁଣାଙ୍କ ଆକାର ୯୬ରୁ ୧୧୫ ସେ.ମି। ଡେଣାର ଆକାର ପ୍ରାୟ ୭.୪ରୁ ୮.୫ ଫୁଟ । ଓଜନ ପ୍ରାୟ ୭ରୁ ୧୧କି.ଗ୍ରା । [୨][୩] ରଙ୍ଗ ଗାଢ଼ ମାଟିଆ ହୋଇଥିବା ବେଳେ ଡେଣାର ତଳଭାଗ ଓ ପେଟ ତଳ ରଙ୍ଗ ଧଳା ଦେଖାଯାଏ । ଡେଣାର ଶେଷଭାଗ ଓ ଲାଞ୍ଜ କଳା । ଆଫ୍ରିକାରେ ଦେଖାଯାଉ ଥିବା ମାସାଂସୀ ପକ୍ଷୀଙ୍କ ମଧ୍ୟରୁ ଏହାକୁ ସବୁଠୁ ବଡ଼ ପକ୍ଷୀ ଭାବେ ଗଣନା କରାଯାଏ । ହିମାଳୟ ଗ୍ରିଫନ ଓ ସାଇନେରସ ଭଲଚରଙ୍କ ପରେ ଏହା ତୃତୀୟ ସର୍ବ ବୃହତ ପୁରୁଣା ଶାଗୁଣା ବୋଲି ବର୍ଣ୍ଣନା କରାଯାଏ ।

ପଛ ପାଖ

ଅଣ୍ଡିରା ପକ୍ଷୀଙ୍କ ସହିତ ମାଈ ପକ୍ଷୀର ସାମଞ୍ଜସ୍ୟ ରହିଛି । ମାଈ ପକ୍ଷୀ ବର୍ଷକରେ ମାତ୍ର ଗୋଟିଏ ଅଣ୍ଡା ଦେଇଥାନ୍ତି । ଏମାନେ ପ୍ରାୟତଃ ମାସାଂହାରୀ । ମୃତ ପଶୁଙ୍କ ମାଂସ ଭକ୍ଷଣ କରନ୍ତି । ଜଙ୍ଗଲ ଅଞ୍ଚଳରେ ତଥା ପାହାଡ଼ ଉପରେ ଗଛରେ ଆଶ୍ରୟ ନିଅନ୍ତି । ବିଷ ପ୍ରୟୋଗ, ପ୍ରାକୃତିକ ବାସସ୍ଥଳୀ ଧ୍ୱଂସ ଏବଂ ବିଦ୍ୟୁତ ତାର ହିଁ ଏମାନଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିଛି । ଏହି ପକ୍ଷୀ ଦେଖାଯାଉଥିବା ଅଞ୍ଚଳର ଚାଷୀମାନେ ହିଂସ୍ର ପଶୁ ଯଥା ବାଘ ଓ ଗଧିଆଙ୍କ ଆକ୍ରମଣରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବା ପାଇଁ ମୃତ ପଶୁଙ୍କ ଦେହରେ ବିଷ ପ୍ରୟୋଗ କରିଥାନ୍ତି । ଫଳରେ ଏହି ଶାଗୁଣାମାନେ ଉକ୍ତ ବିଷବୋଳା ପଶୁର ମାଂସ ଖାଇବା ପରେ ମୃତ୍ୟୁମୁଖରେ ପଡୁଛନ୍ତି । କେପ ଗ୍ରିଫନ ଶାଗୁଣାଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ବର୍ତ୍ତମାନ ୮ ହଜାର ଭିଅତରେ ସିମୀତ ଥିବା ଏକ ଆକଳନରୁ ଜଣାପଡ଼ିଛି । ସେଥିପାଇଁ ଇଣ୍ଟର ନ୍ୟାଶନାଲ ୟୁନିଅନ ଫର କଞ୍ଜରଭେଶନ ଅଫ ନେଚର ପକ୍ଷରୁ ଏହାକୁ ବିଲୁପ୍ତପ୍ରାୟ ପକ୍ଷୀ ତାଲିକାରେ ସ୍ଥାନିତ କରାଯାଇଛି ।

ଆଧାର[ସମ୍ପାଦନା]

  1. IUCN redlist.
  2. Raptors of the World by Ferguson-Lees, Christie, Franklin, Mead & Burton. Houghton Mifflin (2001), ISBN 0-618-12762-3
  3. vulture facts- Arkive.org Archived 2008-10-16 at the Wayback Machine. (2011).

ବାହାର ତଥ୍ୟ[ସମ୍ପାଦନା]