ଅଣ୍ଡା (ଜୀବ ବିଜ୍ଞାନ)

ଉଇକିପିଡ଼ିଆ‌ରୁ


କୁକୁଡା ଅଣ୍ଡା(ବାମ ପାର୍ଶ୍ୱ୍ ରେ) ଓ କ୍ୱିଲ ଅଣ୍ଡା (ଡାହାଣ ପାର୍ଶ୍ୱ୍ ରେ)

ପ୍ରାଣୀ ବିଜ୍ଞାନ ଅନୁସାରେ, ଅଣ୍ଡା ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭ କରିଥାଏ । ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।
ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ ।

ବର୍ତ୍ତମାନ ଜଣାଥିବା ଅଣ୍ଡା ଭିତରେ ଓଟପକ୍ଷୀର ଅଣ୍ଡା (୧.୫ କେଜି) ସବୁଠାରୁ ବଡ଼ ଅଟେ । ଯଦିଓ ବିଲୁପ୍ତ ହୋଇଯାଇଥିବା Aepyornisଡାଇନୋସରର ଅଣ୍ଡା ସବୁଠାରୁ ବଡ଼ଥିଲା । ପକ୍ଷୀମାନଙ୍କ ଭିତରେ ହାମିଙ୍ଗ ବାର୍ଡ଼ ସବୁଠାରୁ ଛୋଟ ଅଣ୍ଡା ଦିଏ , ଏହାର ଓଜନ ଅଧ ଗ୍ରାମ ପାଖାପାଖି ହୋଇଥାଏ । କେତେକ ସରୀସୃପ ଓ ମାଛ ଏହାଠାରୁ ମଧ୍ୟ ଛୋଟ ଅଣ୍ଡା ଦିଅନ୍ତି । ଏପରିକି କିଛି କୀଟ ଓ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କ ଅଣ୍ଡା ଆହୁରି ଛୋଟ ଅଟେ ।

ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ। ଅଣ୍ଡା ଏକ ଖୋଳପାଦ୍ୱାରା ଆବୃତ ହୋଇଥାଏ ଓ ଏହା ମଧ୍ୟରେ ଏଲବୁମିନ ଯୁକ୍ତ କେଶର ଥାଏ

ଆକାର[ସମ୍ପାଦନା]

ବିଭିନ୍ନ ପ୍ରଜାପତି, ସରୀସୃପ,ମାଛ,ଉଭୟଚର ଓ ପକ୍ଷୀମାନଙ୍କର ଅଣ୍ଡା

ଅଣ୍ଡା ଆକାର ଅଣ୍ଡାକାର ବା oval ହୋଇଥାଏ ।

ରଙ୍ଗ[ସମ୍ପାଦନା]

ଅଣ୍ଡାର ରଙ୍ଗ ସାଧାରଣତଃ ଧଳା ହୋଇଥାଏ କାରଣ ଏହାର ଖୋଳପା କ୍ୟାଲସିୟମ କାର୍ବୋନେଟରେ ତିଆରି ହୋଇଥାଏ ।[୧]

ଭୃଣ ଓ ଶିଶୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gosler, Andrew G.; James P. Higham and S. James Reynolds (2005). "Why are birds' eggs speckled?". Ecology Letters. 8: 1105–1113. doi:10.1111/j.1461-0248.2005.00816.x.

ଅଧିକ ତଥ୍ୟ[ସମ୍ପାଦନା]