କୃଷ୍ଣ ଚନ୍ଦ୍ର ମଲ୍ଲିକ
ଦେଖଣା
କୃଷ୍ଣ ଚନ୍ଦ୍ର ମଲ୍ଲିକ | |
|---|---|
| ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୫ | |
| ପୂର୍ବ ଅଧିକାରୀ | କଣ୍ଡୁରି ଚରଣ ମଲ୍ଲିକ |
| ପର ଅଧିକାରୀ | କୈଳାଶ ଚନ୍ଦ୍ର ମଲ୍ଲିକ |
| ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୦ ନଭେମ୍ବର ୧୯୩୮ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଇ) |
| ଜୀବନ ସାଥୀ | ଜ୍ୟୋତ୍ସ୍ନା ରାଣୀ ମଲ୍ଲିକ |
| ବାପା/ବୋଉ | ରଥ ମଲ୍ଲିକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
କୃଷ୍ଣ ଚନ୍ଦ୍ର ମଲ୍ଲିକ (ଜନ୍ମ: ୧୦ ନଭେମ୍ବର ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ମଲ୍ଲିକ ୧୯୩୮ ମସିହାର ନଭେମ୍ବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଥ ମଲ୍ଲିକ ଓ ପତ୍ନୀଙ୍କ ନାମ ଜ୍ୟୋତ୍ସ୍ନା ରାଣୀ ମଲ୍ଲିକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Krushna Chandra Mallick". odishaassembly.nic.in. Odisha Assembly. Retrieved 29 April 2022.