କୃଷ୍ଣା ସୋବତୀ
କୃଷ୍ଣା ସୋବତୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୁଜରାଟ, ପାକିସ୍ତାନ | ୧୮ ଫେବୃଆରୀ ୧୯୨୫
ମୃତ୍ୟୁ | ୨୫ ଜାନୁଆରୀ ୨୦୧୯ ଦିଲ୍ଲୀ, [ଭାରତ]] | (ବୟସ ୯୩)
ବୃତ୍ତି | ଲେଖିକା, ପ୍ରାବନ୍ଧିକା |
ଭାଷା | ହିନ୍ଦୀ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଫତେ ଚାନ୍ଦ ମହିଳା ମହାବିଦ୍ୟାଳୟ |
ସାହିତ୍ୟ କୃତି | ଜୀନ୍ଦେଗୀନାମା ମିତ୍ରୋ ମରଜାନୀ ଦାର ସେ ବିଛଡି ସୂର୍ଯ୍ୟମୂଖୀ ଅନ୍ଧେରେ କେ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (୧୯୮୦)[୧] କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ (୧୯୯୬)[୨] |
କାର୍ଯ୍ୟକାଳ | ୧୯୪୪-୨୦୧୮ |
ଜୀବନସାଥୀ | ଶିବନାଥ |
କୃଷ୍ଣା ସୋବତୀ (୧୮ ଫେବୃଆରୀ ୧୯୨୫ – ୨୫ ଜାନୁଆରୀ ୨୦୧୯) ଜଣେ ହିନ୍ଦୀ ଲେଖିକା ଓ ପ୍ରାବନ୍ଧିକା ଥିଲେ ।[୩] ୧୯୮୦ ସେ ମସିହାରେ ନିଜ ପୁସ୍ତକ ଜୀନ୍ଦେଗୀନାମା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୧୯୯୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ହାସଲ କରିଥିଲେ । [୨] ୨୦୧୭ ମସିହାରେ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ ।
ସୋବତୀ ନିଜ ପୁସ୍ତକ "ମିତ୍ରୋ ମରଜାନୀ" ପାଇଁ ପରିଚିତ । ୧୯୬୬ର ଏହି ପୁସ୍ତକରେ ସେ ଜଣେ ବିବାହିତ ମହିଳାର ଯୌନ ଇଚ୍ଛା ବାବଦରେ ଲେଖିଥିଲେ । ୧୯୯୯ରେ ସେ ପ୍ରଥମ "କଥା ଚୂଡାମଣି" ପୁରସ୍କାର ଲାଭ କରିଥିଲେ । ୧୯୮୧ରେ ସେ ଶିରୋମଣି ପୁରସ୍କାର, ୧୯୮୨ରେ ହିନ୍ଦୀ ଏକାଡେମୀ ପୁରସ୍କାର ଓ ଶଳକା ପୁରସ୍କାର ଲାଭ କରିଥିଲେ । ୨୦୦୮ରେ ସେ ନିଜ ପୁସ୍ତକ "ସମୟ ସରଗମ" ପାଇଁ କେ କେ ବିରଳା ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ "ବ୍ୟାସ ସମ୍ମାନ" ଲାଭ କରିଥିଲେ ।ସୋବତୀଙ୍କୁ ହିନ୍ଦୁ ସାହିତ୍ୟର "ଗ୍ରାଣ୍ଡ ଡେମ" (grande dame) ସମ୍ମାନ ଦିଆଯାଏ । କୃଷ୍ଣା ପଞ୍ଜାବର ଗୁଜରାତଠାରେ(ବର୍ତ୍ତମାନ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ । ସେ "ହସମତ" ନାମରେ ମଧ୍ୟ ଲେଖୁଥିଲେ ଓ "ହମ ହସମତ" ନାମକ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ । ତାଙ୍କର ପ୍ରମୂଖ ସାହିତ୍ୟକୃତି ମଧ୍ୟରେ "ଦାର ସେ ବିଛଡି", "ସୂର୍ଯ୍ୟମୂଖୀ ଅନ୍ଧେରେ କେ", "ୟାରୋଁ କେ ୟାର", "ଜୀନ୍ଦେଗୀନାମା" ଆଦି ଅନ୍ୟତମ । ତାଙ୍କର କିଛି ଲୋକପ୍ରିୟ ଗଳ୍ପ ଥିଲା "ନଫିସା", "ସିକ୍କା ବଦଲ ଗୟା" ଓ "ବାଦଲୋଁ କେ ଘେରେ" । "ସୋବତୀ ଏକା ସୋହବତା" ପୁସ୍ତକରେ ତାଙ୍କର ପ୍ରମୂଖ ରଚନାବଳୀ ସ୍ଥାନ ପାଇଥିଲା । ତାଙ୍କର ବହୁତ ରଚନା ଇଂରାଜୀ ଓ ଉର୍ଦ୍ଦୁ ଭାଷାକୁ ଅନୁବାଦୀତ ହୋଇଛି ।
୨୦୦୫ରେ ସୋବତୀଙ୍କ ପୁସ୍ତକ "ଦିଲ୍-ଓ-ଦାନିଶ", ରୀମା ଆନନ୍ଦ ଓ ମୀନାକ୍ଷୀ ସ୍ୱାମୀଙ୍କଦ୍ୱାରା "ଦ ହାର୍ଟ ହାଜ ଇଟସ ରିଜନ୍ସ" (The Heart Has Its Reasons) ନାମରେ ଇଂରାଜୀକୁ ଅନୁବାଦ କରା ଯାଇଥିଲା । କଥା ବୁକ୍ସ ଏହାକୁ ପ୍ରକାଶ କରିଥିଲା । ଏହି ଅନୁବାଦିତ ପୁସ୍ତକଟି କ୍ରସୱାର୍ଡ଼ ପୁରସ୍କାର ଲାଭ କରିଥିଲା । କୃଷ୍ଣାଙ୍କ ରଚନାବଳୀ ବହୁ ଭାରତୀୟ ଓ ବିଦେଶୀ ଭାଷାକୁ ଅନୁବାଦିତ ହୋଇଛି ।[୩]
ଜୀବନୀ
[ସମ୍ପାଦନା]କୃଷ୍ଣା ୧୯୨୫ ଫେବୃଆରୀ ୧୮ ତାରିଖରେ ପଞ୍ଜାବର ଗୁଜରାଟଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ବିଭାଜନ ପରେ, ସେହି ସ୍ଥାନ ଏବେ ପାକିସ୍ତାନ ଅଧିକୃତ ।[୩] ସେ ଦିଲ୍ଲୀ ଓ ଶିମଲାରେ ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାର ବ୍ରିଟିଶ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲା ।[୪] ସେ ଲାହୋରର ଫତେଚାନ୍ଦ କଲେଜରେ ପାଠ ଆରମ୍ଭ କରିଥିଲେ କିନ୍ତୁ ଭାରତ ବିଭାଜନ ପରେ ସେ ଭାରତ ପକ୍ଷରେ ରହି ଯାଇଥିଲେ । ଭାରତ ବିଭାଜନ ପରେ ସେ ରାଜସ୍ଥାନ ସିରୋହୀର ମହାରାଜ ବାଳକ ତେଜ ସିଂହଙ୍କର(୧୯୪୩) ସେବିକା ଭାବରେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ । ସୋବତୀ ୭୦ବର୍ଷ ବୟସରେ ଡୋଗରୀ ଭାଷାର କବି "ଶିବନାଥ"ଙ୍କୁ ବିବାହ କରିଥିଲେ । ଶିବନାଥ ଓ କୃଷ୍ଣା ସମାନ ବର୍ଷ ସମାନ ଦିନରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଉଭୟ ଦିଲ୍ଲୀର ମୟୁର ବିହାରରେ ରହୁଥିଲେ । ଶିବନାଥଙ୍କର ଆଗ ପରଲୋକ ଘଟିଥିଲା । ଶିବନାଥଙ୍କ ପରଲୋକ ପରେ ମଧ୍ୟ କୃଷ୍ଣା ସେହି ଘରେ ରହୁଥିଲେ । ୨୦୧୯ ମସିହା ଜାନୁଆରୀ ୨୫ ତାରିଖରେ ବହୁ ଦିନର ଅସୁସ୍ଥତା ପରେ କୃଷ୍ଣାଙ୍କର ପରଲୋକ ଘଟିଥିଲା ।[୩]
ରଚନାବଳୀ
[ସମ୍ପାଦନା]କୃଷ୍ଣା ହିନ୍ଦୀରେ ସାହିତ୍ୟ ରଚନା କରୁଥିଲେ କିନ୍ତୁ ତାଙ୍କ ରଚନାରେ ପଞ୍ଜାବୀ ଓ ଉର୍ଦ୍ଦୁ ଓ ରାଜସ୍ଥାନୀ ଭାଷାର ଛାପ ଦେଖିବାକୁ ମିଳୁଥିଲା ।[୫] [୩] ତାଙ୍କ ଲେଖାର ଚରିତ୍ରମାନେ ସବୁବେଳେ ଦୁଃସାହାସୀ । ଲେଖାଟି ଯେଉଁ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିଲା, ଲେଖାରେ ସେ ସେଠାର ଭାଷାର ପ୍ରୟୋଗ ମଧ୍ୟ କରୁଥିଲେ ।[୬] ତାଙ୍କ ଲେଖାକୁ ଅନୁବାଦ କରୁଥିବା ଅନୁବାଦକମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରୁଥିଲା ।[୭] ନାରୀମାନଙ୍କ ସମସ୍ୟା ଓ ଯୌନତା ସୋବତୀଙ୍କ ଲେଖାରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲେ ମଧ୍ୟ, ସେ ନିଜକୁ କେବେ ନାରୀବାଦୀ ଲେଖକ ଭାବରେ ପରିଚିତ କରାଇବାକୁ ଇଚ୍ଛା କରୁ ନଥିଲେ । କୃଷ୍ଣା ନିଜ ଲେଖାରେ ବ୍ୟବହାର କରୁଥିବା ଉଦ୍ଧୃତି ଓ ଗାଳିଗୁଲଜର ଭାଷା ପାଇଁ ସବୁବେଳେ ସମାଲୋଚିତ ହୋଇଥିଲେ । ତାଙ୍କ ଲେଖାରେ ଅଧିକରୁ ଅଧିକ ଯୌନତାର ଦେଖେଇବା ପାଇଁ ମଧ୍ୟ ସେ ସମାଲୋଚିତ ହୋଇଥିଲେ । "ଲାମା" ଓ "ନଫିସା"(୧୯୪୪) ଆଦି ଗଳ୍ପ, ସୋବତୀଙ୍କୁ ଜଣେ ଗାଳ୍ପିକର ପରିଚିତି ଓ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । [୬]
୧୯୫୮ରେ କୃଷ୍ଣାଙ୍କ ପୁସ୍ତକ "ଦର ସେ ବିଛଡି" ପ୍ରକାଶ ପାଇଥିଲା । ଏହା ବିଭାଜନ ପୂର୍ବ ଭାରତରେ ପର୍ଯ୍ୟବସିତ ଏକ ପ୍ରେମ କାହାଣୀ ଥିଲା । [୬] ୧୯୬୬ରେ ମିତ୍ରୋ ମରଜାନୀ ପ୍ରକାଶିତ ହୋଇଥିଲା । ମିତ୍ରୋ ମରଜାନୀକୁ ଗୀତା ରାଜନ ଓ ରାଜୀ ନରସିଂହା "ଟୁ ହେଲ ଉଇଥ ୟୁ" ନାମରେ ଇଂରାଜୀକୁ ଅନୁବାଦ କରିଥିଲେ [୮] ୧୯୬୮ରେ "ୟାରୋଁ କେ ୟାର", "ତିନ ପହର" ଓ ୧୯୭୨ରେ "ସୂର୍ଯ୍ୟମୁଖୀ କେ ଅନ୍ଧେରେ" ପ୍ରକାଶିତ ହୋଇଥିଲା । "ଏ ଲଡ଼କୀ" , "ଗୁଜରାଟ ପାକିସ୍ତାନ ସେ ଗୁଜରାଟ ହିନ୍ଦୁସ୍ତାନ ତକ"[୫] ଓ "ଦିଲ-ଓ-ଦାନିଶ" ତାଙ୍କର ଅନ୍ୟ ପ୍ରମୂଖ ରଚନା ।[୩]
୧୯୬୦ ଦଶକରେ "ହସମତ" ଛଦ୍ମନାମରେ ବହୁତ ଗୁଡିଏ ସାହିତ୍ୟିକଙ୍କ ବାବଦରେ ପ୍ରବନ୍ଧ ଓ ଖବର କାଗଜ ସ୍ତମ୍ଭ ଲେଖିଥିଲେ । ସେଗୁଡିକ ୧୯୭୭ରେ "ହମ ହସମତ" ନାମରେ ଏକ ସଂକଳନ ରୂପରେ ପ୍ରକାଶିତ ହୋଇଥିଲା । ସେଥିରେ ଭୀଷ୍ମ ସାହାଣୀ, ନିର୍ମଳ ବର୍ମା ଓ ନାମୱର ସିଂହ ଆଦିଙ୍କ ବାବଦରେ ଲେଖା ଯାଇଥିଲା ।[୬] ଛଦ୍ମନାମ "ହସମତ" ମାଧ୍ୟମରେ ସେ ନିଜେ ଲେଖୁଥିବା ଲେଖାର ଠିକ ବିପରୀତ ଦିଗ ଓ ଧର୍ମର ଲେଖା ଲେଖୁଥିଲେ ବୋଲି ସେ ସ୍ୱୀକାର କରିଥିଲେ ।[୯]
ରଚନାବଳୀ
[ସମ୍ପାଦନା]କୃଷ୍ଣାଙ୍କର କିଛି ପ୍ରମୂଖ ରଚନା :
ଉପନ୍ୟାସ
[ସମ୍ପାଦନା]- ଜୀନ୍ଦେଗୀନାମା
- ମିତ୍ରୋ ମରଜାନୀ[୩]
- ଦାର ସେ ବିଛଡି
- ସୂର୍ଯ୍ୟମୁଖୀ ଅନ୍ଧେରେ କେ
- ୟାରୋଁ କେ ୟାର(Friendend of Friends)[୧୦]
- ସମୟ ସରଗମ (Time’s Musical Notes)
- ଏ ଲଡ଼କୀ
- ଦିଲ-ଓ-ଦାନିଶ
- ବାଦଲୋଁ କେ ଘେରେ (Circles of Clouds)
- ଗୁଜରାଟ ପାକିସ୍ତାନ ସେ ଗୁଜରାଟ ହିନ୍ଦୁସ୍ତାନ(From Gujarat in Pakistan to Gujarat in India)
- ହମ ହସମତ
- ତିନ ପାହାଡ଼
- ମୁକ୍ତିବୋଧ : ଏକ ବ୍ୟକ୍ତିୱ ସହି କି ତଲାଶ ମେଁ (Muktibodh: A Personality in Search of Right)
- ଶବ୍ଦୋଁ କେ ଆଲୋକ ମେଁ (In the Light of Words),
- ସୋବତୀ ଏକ ସୋହବତ (Sobti: A Company),
- ଲେଖକ କା ଯନ୍ତ୍ରଣା (A Writer’s Democracy)
- ମାର୍ଫତ ଦିଲ୍ଲୀ (C/O Delhi)
- ଜ୍ଞାନୀ ମେହେରବାନ ସିଂହ
- ବୁଦ୍ଧ କା କମଣ୍ଡଳ ଲଦାଖ[୧୧]
ଅନୁବାଦ
[ସମ୍ପାଦନା]- To hell with you Mitro! (ମିତ୍ରୋ ମରଜାନୀ) [୮]
- Memory's Daughter (ଦାର ସେ ବିଛୁଡି) [୩]
- Listen Girl (ଏ ଲଡକୀ)
- Zinda Rukh (Urdu ଜୀନ୍ଦେଗୀନାମା)
- The Heart Has Its Reasons (ଦିଲ-ଓ-ଦାନିଶ)
କ୍ଷୁଦ୍ର ଗଳ୍ପ
[ସମ୍ପାଦନା]- ନଫିସା
- ସିକ୍କା ବଦଲ ଗୟା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୦ (ଜୀନ୍ଦେଗୀନାମା)
- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୧୯୯୬[୨] (୨୦୧୫ରେ ସରକାରଙ୍କ କାମରେ ଅସନ୍ତୋଷ ପ୍ରକାଶ କରି ସେ ଉଭୟ ସମ୍ମାନ ଫେରେଇ ଦେଇଥିଲେ ।[୧୨] )
- ପଦ୍ମଶ୍ରୀ - ୨୦୧୦ ( ଏହି ପୁରସ୍କାର ମଧ୍ୟ ସେ ପ୍ରତ୍ୟାକ୍ଷାନ କରିଥିଲେ )[୧୩]
- ଜ୍ଞାନପୀଠ ପୁରସ୍କାର - ୨୦୧୭[୨]
- ଶିରୋମଣି ପୁରସ୍କାର - ୧୯୮୧
- ମୈଥିଳୀ ଶରଣ ଗୁପ୍ତ ସମ୍ମାନ[୩]
ଆଧାର
[ସମ୍ପାଦନା]- ↑ "Here are the 33 writers who returned their Sahitya Akademi awards". indianexpress.com. The Indian Express. Retrieved 25 February 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "हिंदी की प्रसिद्ध लेखिका कृष्णा सोबती को 2017 का ज्ञानपीठ पुरस्कार". Firstpost Hindi. 4 November 2017. Archived from the original on 3 October 2022. Retrieved 25 January 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Jnanpith winning Hindi writer Krishna Sobti passes away". The Hindu (in Indian English). 25 January 2019. Retrieved 25 January 2019.
- ↑ Gupta, Trisha (1 September 2016). "Singular and Plural: Krishna Sobti's unique picture of a less divided India". The Caravan (in ଆମେରିକୀୟ ଇଂରାଜୀ). Retrieved 24 March 2017.
- ↑ ୫.୦ ୫.୧ Kuruvilla, Elizabeth (13 May 2016). "Hindi is an epic language: Krishna Sobti". livemint.com/. Retrieved 24 March 2017.
- ↑ ୬.୦ ୬.୧ ୬.୨ ୬.୩ Lal, Mohan (1 January 1992). Encyclopaedia of Indian Literature: Sasay to Zorgot (in ଇଂରାଜୀ). Sahitya Akademi. p. 4126. ISBN 9788126012213.
- ↑ Miller, Jane Eldridge (24 March 2017). Who's who in Contemporary Women's Writing (in ଇଂରାଜୀ). Psychology Press. p. 64. ISBN 9780415159807.
- ↑ ୮.୦ ୮.୧ Govind, Nikhil. "Mitro Marjani turns 50". The Hindu (in ଇଂରାଜୀ). Retrieved 24 March 2017.
- ↑ "Partition, Hashmat & Krishna Sobti". hindustantimes.com/ (in ଇଂରାଜୀ). 12 April 2006. Retrieved 24 March 2017.
- ↑ Kumar, Kuldeep (23 February 2018). "Krishna Sobti: The original feminist". The Hindu (in Indian English). Retrieved 25 January 2019.
- ↑ "Two more writers return Sahitya Akademi awards, another resigns". The Indian Express (in ଆମେରିକୀୟ ଇଂରାଜୀ). 11 October 2015. Retrieved 24 March 2017.
- ↑ "Look who declined Padma Bhushan this year: two giants of art, literature". Indian Express. 9 February 2010.
ଅଧିକ ପଠନୀୟ
[ସମ୍ପାଦନା]- Indian Women Novelists(ଭାରତୀୟ ମହିଳା ଔପନ୍ୟାସିକଗଣ), ଆର କେ ଧୱନଙ୍କଦ୍ୱାରା ସମ୍ପାଦିତ ଓ ପ୍ରେଷ୍ଟିଜ ବୁକ୍ସ, ନୂଆ ଦିଲ୍ଲୀଦ୍ୱାରା ପ୍ରକାଶିତ18 Volms.) ISBN 81-85218-40-4. (Vol. XVII, 10-12) Vedams eBooks