Jump to content

କୁଶୀନଗର

ଉଇକିପିଡ଼ିଆ‌ରୁ

କୁଶୀନଗର
कुशीनगर
Kushinara
city
StateUttar Pradesh
DistrictKushinagar
Government
  TypeNagar Panchayat
  District MagistrateMr. Shambhu Kumar
Population
 (2011)
  Total୨୨,୨୧୪[]
Languages
  OfficialHindi
Time zoneUTC+5:30 (IST)
Websitewww.kushinagar.nic.in

କୁଶୀନଗର, ବ କୁଶୀନାରା ,  ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ସହର ଓ ନଗର ପଞ୍ଚାଯତ । NH- 28ରେ ଗୋରଖପୁରରୁ 52 କିଲୋମିଟର ଦୂରରେ ଏହା ଅବସ୍ଥିତ ।ପ୍ରସ୍ତାବିତ କୁଶୀନଗର - ସାରନାଥ ବୁଦ୍ଧହ ଏକ୍ସପ୍ରେସସ୍ୱୟ ରେଳପଥ ଏହାକୁ ରେଳ ସଂଯୋଗ ପ୍ରଦାନ କରିବା । ଏହା ଏକ ଗୁରୁତ୍ୱପୂର୍ଣ ବୌଦ୍ଧ ତୀର୍ଥ ସ୍ଥଳ । ଏଠାରେ ଗୌତମ ବୁଦ୍ଧ ତାଙ୍କର ମୃତ୍ୟୁ ପରେ ପରିନିର୍ବାଣ ଲାଭ କରିଥିଲେ ବୋଲି କୁହାଯାଏ । [] ଭରତ ବାହାରୁ ବୌଦ୍ଧମାନେ ଏହି ସ୍ଥାନକୁ  ଜୀବନକାଳରେ ଅନ୍ତତଃ ଥରେ ଏହି ସ୍ଥାନକୁ ପରିଦର୍ଶନରେ ନିଶ୍ଚୟ ଆସିଥାନ୍ତି ।[]

ବ୍ୟୁପତ୍ତି 

[ସମ୍ପାଦନା]

ଏକ ତଥ୍ୟ ଅନୁସାରେ କୁଶବତୀ କୋଶଳ ରାଜ୍ୟର ରାଜଧାନୀ  ଥିଲା । ଓ ରାମାୟଣର ଲିପି ଅନୁସାରେ ଏହି ନଗରକୁ ରାମାଙ୍କ ପୁତ୍ର  ରାଜା କୁଶ ସ୍ଥାପନ କରିଥିଲେ  । ବୌଦ୍ଧ ମତରେ କୁଶୀନଗର ରାଜା କୁଶଙ୍କ ଆଗରୁ ସ୍ଥାପିତ ହେଇଥିଲା । କୁଶ ବତୀ ନାମ କୁଶ ଜାତୀୟ ଘାସରୁ ଆସିଥିବା କୁହାଯାଏ । []

ଜନସଂଖ୍ୟା

[ସମ୍ପାଦନା]

2011 ଜନଗଣନା ଅନୁସାରେ କୁଶୀନଗରର ଜନସଂଖ୍ୟା 22,214 ଥିଲା ,[][] ସମୁଦାୟ ଗୃହ ସଂଖ୍ୟା 3462 ଥାଇ ପୁରୁଷ ସଂଖ୍ୟା 52% ହେଇଥିବା ବେଳେ ମହିଳା 48% ଥିଲେ । ସାକ୍ଷ୍ୟରତା ହାର 78.43 % ଯାହା ଜାତୀୟ ହାରଠାରୁ ଆଦିକ । 10 ବର୍ଷରୁ କମ ଆବାଡି 11% ରହିଥିଲେ ।  କୁଶୀନଗର  ରେ 5.03 % SC ହେଇଥିବା ବେଳେ ,2.39% ଲୋକ(ST) ଥିଲେ ।[]

  • Buddha Post Graduate College, Kushinagar
  • Buddha Intermediate College, Kushinagar

ଇତିହାସ  ପୂର୍ବତନ କୁଶବତୀ ନାମ ଥିବା ସହର ବର୍ତ୍ତମାନ କୁଶୀନଗର ନାମରେ ପରିଚିତ । ଏହା 6 ସ୍ଥ ଶତାବ୍ଦୀରେ ମଲ୍ଲ ରାଜବଂଶର ରାଜଧାନୀ ଥିଲା । ଏହା ମୌର୍ଯ୍ୟ , ଶ୍ରୁଙ୍ଗ , କୁଶାଣ ଗୁପ୍ତା ଓ ହର୍ଷ ସମ୍ଭ୍ରାଜ୍ୟର ଅଂଶ ରହିଥିଲା । 

 12 ଶ ଶତାବ୍ଦୀ ପର୍ଯ୍ୟନ୍ତ କୁଶୀନଗର କୁଶୀନାରା ନାମକ ରାଜବଂଶଦ୍ୱାରା ପରିଚାଳିତ ହେବା ପରେ ତାହାର ବିଲୋପ ହେଇଥିଲା । 15 ଶ ଶତାବ୍ଦୀରେ ପାଡରାଉନା ରାଜପୁତ ମଦନ ସିଂହଙ୍କଦ୍ୱାରା ଶାସିତ ହଉଥିଲା । 


ବ୍ରିଟିଶ ସମୟରେ 19 ଶ ଶତାବ୍ଦୀରେ ଆଲେକଜାଣ୍ଡାର କନନୀଙଘମ ନାମକ ପ୍ରତ୍ନତତ୍ତ୍ୱବିଦଙ୍କଦ୍ୱାରା ଖନନ କରାଯିବା ପରେ କୁଶୀନଗର ପୁଣି ଆଧୁନିକ କୁଶୀନଗର ଭାବରେ ପରିଚିତ ଓ ପ୍ରସିଦ୍ଧିକୁ ଆସିଲା । 1876 ମସିହାରୁ 20 ତମ ଶତାବ୍ଦୀର ପ୍ରାରମ୍ଭ ଯାଏ ବିହୀନନା ସମୟରେ ପ୍ରତ୍ନତତ୍ତ୍ୱ ଖନନ ପରେ ସ୍ତୂପ ଓ ଅନନ୍ୟ ଗୃହ ସବୁ ଅବିଷ୍କୃତ ହେଲା । 20 ତମ ଶତାବ୍ଦୀରେ ଏଇତିହାସିକ ଭୋଗେଲ[] ଏ ଦିଗର ଭୂ ଉଦ୍ୟମ କରି ବୌଦ୍ଧ ଭଗ୍ନାବଶେଷ ସବୁ ଉଦ୍ଧାର କରିଥିଲେ । 

1903 ମସିହାରେ ବର୍ମାର ବୌଦ୍ଧ ସନ୍ଥ ଏଠାକୁ ଆସି ମହାପରିନିର୍ବାଣ ମନ୍ଦିରକୁ ରହଣି ମନ୍ଦିର ଭାବରେ ରଖିଲେ । 

ସ୍ୱାଧୀନତା ପରେ 1994ରେ କୁଶୀନଗର ଏକ ଜିଲ୍ଲାର ମାନ୍ୟତା ପାଇଲା ।[] 

Buddha's cremation stupa, Kushinagar.

ଗୌତମ ବୁଦ୍ଧଙ୍କ ମୃତ୍ୟୁ ଓ ପରିନିର୍ବାଣ ସ୍ଥଳ 

[ସମ୍ପାଦନା]

1896ରେ ୱେଦାଳ  ନାମକ ହିତିହାସ ବିଷାରଦ ବୁଦ୍ଧଙ୍କ ପରିନିର୍ବାଣ ରାମପୁରା ନାମକ ସ୍ଥାନରେ ହେଇଥିଲା ବୋଲି ମତଦେଇଥିଲେ । କିନ୍ତୁ ମହାପରିନିର୍ବାଣ ସତ୍ତ  ଅନୁସାରେ ବୁଦ୍ଧ କୁଶୀନଗରକୁ ଯାତ୍ରା କରିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ପରେ ସମାଧି ଦିଆ ଯାଇଥିଲା । ଆଧୁନିକ ପ୍ରତ୍ନତାତ୍ୱିକ ପ୍ରମାଣ ଅନୁସାରେ ଅଧୁନା କାଶିଆ ନାମକ ସ୍ଥାନରେ ବୁଦ୍ଧଙ୍କ ପରଲୋକ ହେଇଥିଲା । .[][][][୧୦]

ଅଶୋକ ଏଠାରେ ସ୍ତୂପ ଓ ତୀର୍ଥ ସ୍ଥଳର ନିର୍ମାଣ କରେଇ ଥିଲେ । [୧୧] ଗୁପ୍ତ ରାଜୁତି ସମୟରେ ଏହାର ପରିବର୍ଦ୍ଧନ ହେଇଥିଲା ଓ ଢଳିତ ବୁଦ୍ଧ ମୂର୍ତି ସ୍ଥାପନ ହେଇଥିଲା । [୧୨][୧୩] 1200 ମସିହା ପରେ ଏଠାରୁ ବୌଦ୍ଧ ଧର୍ମାବଲମ୍ବୀମାନେ ମୁସଲମାନ ଆକ୍ରମଣ ଯୋଗୁ ପଳାଯନ କରିଥିଲେ । d.[୧୪][୧୫] 1900 ମସିହା ପରେ ବ୍ରିଟିଶ ପ୍ରତ୍ନତତ୍ତ୍ୱବିଦମାନେ ଏଠାରେ 1500 ବର୍ଷ ପୁରାତନ ବୌଦ୍ଧ ମୁଠି ଓ ଚିତ୍ର ଉଦ୍ଧାର କରିଥିଲେ । [୧୩][୧୬][୧୭] ସେହିଦିନରୁ ପୁଣି ଏହା ବୁଦ୍ଧ ଧର୍ମର ଏକ ମୁଖ୍ୟ ତୀର୍ଥ ଭାବେ ରହିଛି । .[୧୮][୧୯] ଖନନ ବେଳେ ଏହି ଅଞ୍ଚଳ 3 ମ ଶତାବ୍ଦୀରେ ମଧ୍ୟ ତୀର୍ଥ ସ୍ଥଳ ଭାବେ ଥିବାର ଜଣା ଯାଏ । [୧୮]

ଭୋଗୋଳିକ ସ୍ଥିତି 

[ସମ୍ପାଦନା]

କୁଶୀନଗର ଜାତୀୟ ରାଜପଥ 28ର ଗୋରଖପୁରଠାରୁ 53 କିଲୋମିଟର ଦୂରରେ  latitude 26° 45´ N and 83° 24´ E.[୨୦][୨୧] ମଧ୍ୟରେ ଅବସ୍ଥିତ ।  କାଶିଆ ଆଞ୍ଚଲରେ ବିମାନ ସେବା ମଧ୍ୟ ରହିଛି । .[୨୦]

ପର୍ଯ୍ୟଟନ 

[ସମ୍ପାଦନା]
ୱାଟ ଠାର କୁଶୀନାରା ମନ୍ଦିରର ସ୍ୱରନା ବୁଦ୍ଧ ପ୍ରତିମା 
ପରିଣୀବର୍ତନ ମନିର , ପରିଣୀବର୍ତନ ସ୍ତୂପ ସହ , କୁଶୀନଗର 

ଗ୍ୟାଲେରି 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. 1 2 3 "Kushinagar City Census". census2011. Retrieved 17 ଜୁଲାଇ 2015. ଆଧାର ଭୁଲ: Invalid <ref> tag; name "census2011" defined multiple times with different content.
  2. W. Owen Cole, Peggy Morgan Six Religions in the Twenty-First Century 2000 - Page 204 "Kushinara.
  3. 1 2 "Kushinagar". official government website of Kushinagar.
  4. Census of India: Population Finder, http://censusindia.gov.in/PopulationFinder/View_Village_Population.aspx?pcaid=1249&category=N.P.
  5. J. Ph. Vogel, “Some Buddhist Monasteries in Ancient India,” Journal of the Ceylon branch of the Royal Asiatic Society 1 (1950): pp. 27-32
  6. "Kushinagar History". kushinagar.nic.in.
  7. United Nations (2003).
  8. Kevin Trainor (2004).
  9. Elizabeth Lyons; Heather Peters; Chʻeng-mei Chang (1985).
  10. Huntington, John C (1986), "Sowing the Seeds of the Lotus" (PDF), Orientations, September 1986: 47, archived from the original (PDF) on Nov 28, 2014 
  11. Akira Hirakawa; Paul Groner (1993).
  12. Gina Barns (1995).
  13. 1 2 Robert Stoddard (2010).
  14. Richard H. Robinson; Sandra Ann Wawrytko; Ṭhānissaro Bhikkhu (1996).
  15. Mark Juergensmeyer; Wade Clark Roof (2011).
  16. Asher, Frederick (2009).
  17. Himanshu Prabha Ray (2014).
  18. 1 2 Lars Fogelin (2015).
  19. Lars Fogelin (2006).
  20. 1 2 "Kushinagar geography". kushinagr.nic.in.
  21. "Kushinagar". onefivenine.