କୁନାଲ କାମ୍ରା

ଉଇକିପିଡ଼ିଆ‌ରୁ
କୁନାଲ କାମ୍ରା
ଜନ୍ମ ନାମକୁନାଲ କାମ୍ରା
ଜନ୍ମ୩ ଅକ୍ଟୋବର ୧୯୮୮
ଜାତୀୟତାIndian
ଉଲ୍ଲେଖନୀୟ କାମଗୁଡ଼ିକସଟ୍ ଅପ ୟା କୁନାଲ୍,ଫ୍ରେସ୍ ଥଟସ୍
ୱେବସାଇଟwww.kunalkamra.in

କୁନାଲ କାମ୍ରା ଜଣେ ହାସ୍ୟ ଅଭିନେତା ଯିଏକି ତାଙ୍କର ପର୍ଯ୍ୟବେକ୍ଷଣକାରୀ କମେଡି [୧] ଏବଂ ଉତ୍ତେଜକ ରାଜନୈତିକ ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା ।

୨୦୨୦ ରେ, [ଇଣ୍ଡିଗୋ] ବିମାନ ସେବାରେ ଏକ ଘଟଣା ପରେ, ଯେଉଁଠାରେ ସେ ଭାରତୀୟ ନ୍ୟୁଜ୍ ଆଙ୍କର୍ ଅର୍ନାବ ଗୋସ୍ୱାମୀଙ୍କ ସହ ମୁହାଁମୁହିଁ ହୋଇଥିଲେ, ତାଙ୍କୁ ପାଞ୍ଚଟି ଇଣ୍ଡିଆନ୍ ଏୟାରଲାଇନ୍ସଦ୍ୱାରା ନିଷିଦ୍ଧ କରାଯାଇଥିଲା । [୨]

ବୃତ୍ତି[ସମ୍ପାଦନା]

କୁନାଲ କାମ୍ରା ୩ ଅକ୍ଟୋବର ୧୯୮୮ରେ ମହିମଠାରେ ଜନ୍ମଗ୍ରହଣ କରିଥିଲେ,[୩] ମୁମ୍ବାଇ, ଭାରତ । କାମ୍ରା ମୁମ୍ବାଇରେ ବଢିଥିଲେ ଏବଂ ଜୟ ହିନ୍ଦ କଲେଜରେ ଡିଗ୍ରୀ ହାସଲ କରିଥିଲେ । ସେ ଦ୍ୱିତୀୟ ବର୍ଷରେ ଛାଡି ପ୍ରସୁନ୍ ପାଣ୍ଡେଙ୍କ ବିଜ୍ଞାପନ ଚଳଚ୍ଚିତ୍ର ପ୍ରଡକ୍ସନ୍ ହାଉସ୍ କରକୋଇଜ୍ ଫିଲ୍ମରେ ପ୍ରଡକ୍ସନ୍ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯେଉଁଠାରେ ସେ ଏଗାର ବର୍ଷ ରହିଥିଲେ । [୪][୫]

ସେ ମୁମ୍ବାଇର କାନଭାସ୍ ହସ କ୍ଲବରେ ଏକ ଗିଗ୍ ସହିତ ୨୦୧୩ରେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୫] ୨୦୧୭ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ତାଙ୍କର ଏକ ଗିଗ୍ର ଏକ କ୍ଲିପ୍, ତାଙ୍କୁ ଭାରତୀୟ ହାଇପର-ଜାତୀୟତାକୁ ନେଇ ବ୍ୟଙ୍ଗାତ୍ମକ ପଦକ୍ଷେପ ନେଇ ମୃତ୍ୟୁ ଧମକ ଦେଆଯାଇଥିଲା ।[୬] ସେ ଜୁଲାଇ ୨୦୧୭ରେ ରମିତ ଭର୍ମାଙ୍କ ସହ ୱେବ୍ ସିରିଜ୍ ସଟ୍ ଅପ୍ ୟା କୁନାଲ୍ ଆରମ୍ଭ କରିଥିଲେ ।[୭] ଏହାର ଏପିସୋଡଗୁଡିକ ସାଧାରଣତଃ ଏକ କିମ୍ବା ଏକାଧିକ ନିମନ୍ତ୍ରିତ ଅତିଥିମାନଙ୍କ ସହିତ ବାର୍ତ୍ତାଳାପ,ନ୍ୟୁଜ୍ ସେଗମେଣ୍ଟ୍ କିମ୍ବା ବିତର୍କର କ୍ଲିପ୍ ସହିତ ଅନ୍ତର୍ଭୁକ୍ତ ହାସ୍ୟରସକୁ ଦର୍ଶାଏ ।[୮]

୧ ମାର୍ଚ୍ଚ ୨୦୧୭ରେ ସେ ବିମୁଦ୍ରୀକରଣ,ସରକାର ଏବଂ ସେନା ପ୍ରତି ଭାରତୀୟଙ୍କ ମନୋଭାବକୁ ଉପହାସ କରୁଥିବା ୟୁଟ୍ୟୁବରେ, "ଦେଶପ୍ରେମ ଏବଂ ସରକାର" ଶୀର୍ଷକ ଏକ କମେଡି ଭିଡିଓ ପ୍ରକାଶ କରିଥିଲେ ।[୯] ଭିଡିଓ ଅପଲୋଡ୍ କରିବା ପାଇଁ ତାଙ୍କୁ ଅନେକ ମୃତ୍ୟୁ ଧମକ ମିଳିଥିଲା ​​।[୧୦] ୨୦୧୮ରେ, ସେ ପ୍ରକାଶ କରିଥିଲେ ଯେ ତାଙ୍କୁ "ରାଜନୈତିକ ପ୍ରସଙ୍ଗ" ହେତୁ ଘର ଖାଲି କରିବାକୁ ତାଙ୍କ ଘରମାଲିକ କହିଥିଲେ ।[୧୧]

ଇଣ୍ଡିଗୋ ବିମାନର ଘଟଣା[ସମ୍ପାଦନା]

ଜାନୁଆରୀ ୨୮ରେ, କାମ୍ରା ଏକ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବାବେଳେ ସେ ନ୍ୟୁଜ୍ ଆଙ୍କର୍ ଅର୍ନାବ ଗୋସ୍ବାମୀଙ୍କୁ ତାଙ୍କ ସହ ବିତର୍କ କରିବାକୁ ଆମନ୍ତ୍ରଣ କରିଥିଲେ । କାମ୍ରା,ଅର୍ଣ୍ଣବଙ୍କ ଜାତୀୟ ବ୍ୟାପାର ଏବଂ ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ ।[୧୨] ପରେ କାମ୍ରା ଟ୍ୱିଟରରେ ଘଟଣାର ୧.୫୧ ମିନିଟର ଲମ୍ବା ଭିଡିଓ ଜାରି କରିଥିଲେ, ଯେଉଁଥିରେ କାମ୍ରାଙ୍କୁ ପଚରାଉଚରା ବେଳେ ଅର୍ଣ୍ଣବ ପ୍ରତିକ୍ରିୟାଶୀଳବିହିନ ଦେଖାଯାଇଥିଲେ ।[୧୩][୧୪] ଅର୍ଣ୍ଣବ ବିମାନ କର୍ମଚାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କହି ନାହାଁନ୍ତି କିମ୍ବା ଏହି ଘଟଣାରେ ସେ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିନାହାଁନ୍ତି, କିନ୍ତୁ ପରଦିନ ଇଣ୍ଡିଗୋ, କାମ୍ରାଙ୍କୁ ଛଅ ମାସ ପର୍ଯ୍ୟନ୍ତ ବିମାନରେ ଯିବାକୁ ବାରଣ କରିଥିଲା ।[୧୫]

ସେହି ଦିନ ଏକ ସରକାରୀ ମାଲିକାନା ବିମାନ କମ୍ପାନୀ ଏୟାର ଇଣ୍ଡିଆ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରଣ କରିଥିଲା । ଭାରତୀୟ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି ଯେ ଅନ୍ୟ ବିମାନ ସେବାଗୁଡିକ ତାହା ଅନୁସରଣ କରିବା ଉଚିତ ଏବଂ ଏକ ଉଦାହରଣ ସୃଷ୍ଟି ହେବା ପାଇଁ କାମ୍ରାଙ୍କୁ ନିଷିଦ୍ଧ କରିବା ଉଚିତ୍ ।[୧୬][୧୭] ପରଦିନ ସ୍ୱଳ୍ପ ମୂଲ୍ୟର ଏୟାରଲାଇନ୍ସ SpiceJet ଏବଂ GoAir ମଧ୍ୟ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରଣ କରିଥିଲେ । ଏୟାର ଏସିଆ ଏବଂ ଭିସ୍ତାରା ଏପର୍ଯ୍ୟନ୍ତ ତାଙ୍କୁ ବାରଣ କରିନାହାଁନ୍ତି ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସରକାରଙ୍କ ଏକ ଲିଖିତ ନିର୍ଦ୍ଦେଶନାମାକୁ ଅପେକ୍ଷା କରିବେ ବୋଲି କହିଛନ୍ତି । ଏହି ଘଟଣା ପାଇଁ ଡିଜିସିଏର ବିଦ୍ୟମାନ ନିୟମକୁ ସମାଲୋଚନା କରାଯାଇଥିଲା ବୋଲି ଏହି ନିଷେଧାଦେଶ ହୋଇଥିଲା । [୧୮] ଏହି ଘଟଣା ପରେ ଉଡ଼ାଣର ପାଇଲଟ୍ଏ କ ଆଭ୍ୟନ୍ତରୀଣ ଇମେଲରେ କହିଥିଲେ ଯେ କାମ୍ରା ଅନିୟମିତତା ନୁହଁନ୍ତି ଏବଂ ପାଇଲଟ୍-ଇନ୍-କମାଣ୍ଡଙ୍କ ସହ ପରାମର୍ଶ ନକରି ଇଣ୍ଡିଗୋ ପଦକ୍ଷେପ ନେଇଥିବାରୁ ସେ ନିରାଶ ଅଛନ୍ତି ।[୧୭]

କାମ୍ରାଙ୍କୁ ନିଷିଦ୍ଧ କରିବାର ନିଷ୍ପତ୍ତି ହେତୁ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ,ଇଣ୍ଡିଗୋ ବିମାନରେ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ । [୧୨] ଇଣ୍ଡିଗୋର ଦୁଇଜଣ ଯାତ୍ରୀ ମଧ୍ୟ କାମ୍ରାଙ୍କ ସମର୍ଥନରେ ବିମାନରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।[୧୯]

ଯାତ୍ରାନିଷେଧ ବିରୋଧରେ କାମ୍ରା, ଇଣ୍ଡିଗୋକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏକ ଆଇନଗତ ବିଜ୍ଞପ୍ତି ଜାରି କରିଛନ୍ତି । [୧୫] କାମ୍ରା କହିଛନ୍ତି ଯେ ଏକ ଆଇନ ସଂସ୍ଥା ତାଙ୍କ ମାମଲାକୁ ଏକ ସ୍ୱତନ୍ତ୍ର ମାମଲା ଭାବରେ ଗ୍ରହଣ କରିଛି ।[୨୦]

ଆଧାର[ସମ୍ପାଦନା]

  1. "Kunal Kamra chance encounter with stand up comedy". Archived from the original on 2019-03-21.{{cite news}}: CS1 maint: bot: original URL status unknown (link)
  2. "Kunal Kamra flight ban: What gets you on a 'No-Fly' List".
  3. "Kunal Kamra birth place - Mahim". Archived from the original on 2020-02-11.{{cite news}}: CS1 maint: bot: original URL status unknown (link)
  4. "Murthy, Neeraja (2017-07-17). "Bring your brains along". The Hindu. Retrieved 22 May 2018". Archived from the original on 9 November 2020. {{cite web}}: Cite has empty unknown parameter: |dead-url= (help)CS1 maint: bot: original URL status unknown (link)
  5. ୫.୦ ୫.୧ Chatterjee, Suprateek (2018-03-16). "Kunal Kamra: The accidental revolutionary". Livemint (in ଇଂରାଜୀ). Retrieved 2020-02-27.
  6. ""Please Don't 'Shut Up Ya Kunal': Enjoying Politics Through Comedy". The Quint. Retrieved 27 May 2018". Archived from the original on 21 March 2019.{{cite news}}: CS1 maint: bot: original URL status unknown (link)
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; :4 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. "D'souza, Dipti Nagpaul (11 March 2018). "Don't Get Mad, Get Funny: Kunal Kamra on why his standup comedy is edgy, funny but completely safe". The Indian Express. Retrieved 27 May 2018". Archived from the original on 21 June 2020.{{cite news}}: CS1 maint: bot: original URL status unknown (link)
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; :1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. "Stand-up comedian Kunal Kamra receives death threats for his sketch on patriotism- Entertainment News, Firstpost". Firstpost (in ଇଂରାଜୀ). 16 March 2017. Archived from the original on 6 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  11. "Kunal Kamra asked to vacate his house: 'As a comedian having a political opinion comes at a cost'- Entertainment News, Firstpost". Firstpost (in ଇଂରାଜୀ). 25 January 2018. Archived from the original on 5 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  12. ୧୨.୦ ୧୨.୧ "Anurag Kashyap refuses to fly IndiGo to support comedian Kunal Kamra". gulfnews.com (in ଇଂରାଜୀ). Archived from the original on 4 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  13. "Kunal Kamra barred from flying Indigo, Air India". The Hindu (in Indian English). 28 January 2020. Archived from the original on 31 January 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  14. "SpiceJet bans Kunal Kamra, Twitter reminds the airline of Pragya Thakur incident". Bangalore Mirror (in ଇଂରାଜୀ). Archived from the original on 5 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  15. ୧୫.୦ ୧୫.୧ NETWORK, LIVELAW NEWS (1 February 2020). "Kunal Kamra Issues Legal Notice To Indigo Airlines Against Travel Ban; Demands Rs. 25L Compensation [Read Notice]". www.livelaw.in (in ଇଂରାଜୀ). Archived from the original on 5 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  16. Chowdhury, Anirban (2020-02-02). "Is Kunal Kamra right in seeking damages from IndiGo for flying ban? Here's what experts say". The Economic Times. Retrieved 2020-02-05.
  17. ୧୭.୦ ୧୭.୧ Chandra, Jagriti (30 January 2020). "Kunal Kamra was not unruly, says IndiGo pilot who flew the comedian". The Hindu (in Indian English). Archived from the original on 1 February 2020. Retrieved 5 February 2020.{{cite news}}: CS1 maint: bot: original URL status unknown (link)
  18. Mishra, Mihir; Chowdhury, Anirban (31 January 2020). "And the joke's on… Kunal Kamra flight bans". The Economic Times. Retrieved 5 February 2020.
  19. Staff, Scroll. "Watch: Passengers onboard an IndiGo flight protest against flying ban on comedian Kunal Kamra". Scroll.in. Retrieved 7 February 2020.
  20. Kamra, Kunal (31 January 2020). "You're love & support is helping me go legal against @IndiGo6EAlso Lawmen & White have taken this fight to court for me as special case,To all artists out there don't fear there are enough good people in society to always support the constitution...www.livelaw.in/top-stories/kunal-kamra-issues-legal-notice-to-indigo-airlines-152242 …". @kunalkamra88 (in ଇଂରାଜୀ). Archived from the original on 2 February 2020. Retrieved 5 February 2020. {{cite web}}: no-break space character in |title= at position 334 (help)CS1 maint: bot: original URL status unknown (link)

ଅଧିକ ତଥ୍ୟ[ସମ୍ପାଦନା]