କାୟାବରୋହଣ
କାୟାବରୋହଣ | |
---|---|
Country | India |
State | ଗୁଜରାଟ |
District | Vadodara |
Languages | |
• Official | Gujarati, Hindi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | GJ-06 |
Website | gujaratindia |
କାୟାବରୋହଣ, ଅନ୍ୟ ନାମ କାର୍ବଣ, ବଡୋଦରା ଜିଲ୍ଲାର ଏକ ଗ୍ରାମର ନାମ ଯାହା ଭାରତର ଗୁଜରାଟ ପ୍ରଦେଶରେ ଅବସ୍ଥିତ । କାୟାବରୋହଣ ନାମକୁ ଲୋକମାନେ ଶ୍ରଦ୍ଧାରେ କାର୍ବଣ ନାମ ଦେଇ ଡାକନ୍ତି । ଏହା ଜାତୀୟ ରାଜପଥ ୮କିମି ଓ ବଡୋଦରାରୁ ୩୦ କିମି ଦୂରରେ ଅବସ୍ଥିତ । ଦ୍ୱିତୀୟ ଶତାବ୍ଦୀର ପଶୁପତି ଚିନ୍ତାଧାରାର ପ୍ରବକ୍ତା ଥିବା ଲକୁଳିଶଙ୍କ ଜନ୍ମ ସ୍ଥାନ ଅଟେ ଯିଏ ଶୈବ ଧର୍ମର Shaivite ପୁନରୁଦ୍ଧାରକ ଥିଲେ । ଲକୁଲିଶ ମନ୍ଦିର ନିମନ୍ତେ ସେହି ସ୍ଥାନଟି ଏକ ଧର୍ମ ସ୍ଥାନ ହୋଇଛି ।[୧]
ଇତିହାସ
[ସମ୍ପାଦନା]କାୟାବରୋହଣ ଏକ ପୁରାତନ ଟାଉନ ଓ ହିନ୍ଦୁ ମତରେ ଚାରି ଯୁଗରେ ଥିବା ବିଶ୍ୱାସ କରାଯାଏ । ପୁରାଣ କଥାନୁସାରେ ସେଠାର ପ୍ରଭୁ ଶିବ ନିଜର କାୟା ବଦଳେଇ ଏକ ବ୍ରାହ୍ମଣ ପିଲା ରୂପ ଧାରଣ କରିଥିବାରୁ ତାହାର ନାମ କାୟାବରୋହଣ ହୋଇଥିଲା । କାୟା ଅର୍ଥ ଶରୀର ଓ ଅବରୋହଣ ଅର୍ଥ ନିମ୍ନଗାମୀ, ମିଶି କାୟାବରୋହଣ ନାମ କରଣ ହୋଇଛି । ମୃତ୍ୟୁ ପରେ ସେହି ଶରୀର ଉଭେଇ ଯାଇଥିଲା । ସେହି ସ୍ଥାନରେ ବହୁତ ତମ୍ବା ମୁଦ୍ରା ମିଳିଛି । କାର୍ତ୍ତିକେୟଙ୍କ ବିଗ୍ରହ, ତାପସଙ୍କର ମୁଣ୍ଡ ଓ ଉମା ମହେଶ୍ୱରଙ୍କ ବିଗ୍ରହ ସେଠାରୁ ମିଳିଛି ଓ ତାହାକୁ ସ୍ଥାନୀୟ ସଂଗ୍ରହାଳୟରେ ରଖାଯାଇଛି ।
ଧାର୍ମିକ ମହତ୍ତ୍ୱ
[ସମ୍ପାଦନା]ଶିବ ପୂରାଣ ଅନୁସାରେ ଶିବଙ୍କର ୨୮ ତମ ଜନ୍ମର ଅବତାର ସ୍ଥାନ ହେଉଛି କାୟାବରୋହଣ । ପଶୁପତିଙ୍କର ଅନୁଗାମୀ ପାଶୁପତଙ୍କର, ଯେଉଁ ଏହି ସ୍ଥାନର ତାତ୍ପର୍ଯ୍ୟ ରହିଛି ଯେହେତୁ ଏହା ତାଙ୍କର ଏକ ଜନ୍ମ ସ୍ଥାନ । କାୟାବରୋହଣ ସ୍ଥାନରେ ବ୍ରହ୍ମେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ଅଛି ଯାହାକୁ ମହର୍ଷି ବିଶ୍ୱାମିତ୍ର (Vishwamitra) ତିଆରି କରେଇଥିବା ଦାବି ହୋଇଛି । ଶିବଙ୍କ ଲକୁଳିଶ ଅବତାର ସମ୍ଭବି ମୁଦ୍ରାରେ ଶିବ ଲିଙ୍ଗ ସହିତ ଲୀନ ହୋଇଯାଇଛି ।
ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ
[ସମ୍ପାଦନା]ଗ୍ରାମ ଚାରି ପାଖରେ ଥିବା ସ୍ଥାନର ପ୍ରତ୍ନତତ୍ତ୍ୱ ମହତ୍ତ୍ୱ ଥିବା ଜଣାଯାଏ । ସେହି ସ୍ଥାନକୁ ଖୋଲିବାଦ୍ୱାରା ଦ୍ୱିତୀୟ ଶତାବ୍ଦୀର ପୁରାତନ ସ୍ଥାପତ୍ୟ ଓ ଧ୍ୱଂସାବଶେଷ ମିଳିଛି । ୧୧ଶ-୧୭ଶ ଶତାବ୍ଦୀରେ ବୈଦେଶିକ ଆକ୍ରମଣ ଯୋଗୁ କାର୍ବଣ ଶିବ ମନ୍ଦିର ନଷ୍ଟ ହୋଇଯାଇଛି । କିନ୍ତୁ ସୌଭାଗ୍ୟକୁ ଶିବ ଲିଙ୍ଗ ଏପର୍ଯ୍ୟନ୍ତ ତିଷ୍ଠି ରହିଛି । ଆଧ୍ୟାତ୍ମିକ ନେତା କୃପାଳବାନନ୍ଦ ସେହି ଲକୁଳିଶ ମନ୍ଦିର ଓ କରବନ ମନ୍ଦିରକୁ ଦ୍ୱାଦଶ ଶତାବ୍ଦୀର ଶେଷ ଭାଗରେ ପୁନର୍ନିମାଣ କରେଇଥିଲେ ।[୨]
ଅସଂଖ୍ୟ ହିନ୍ଦୁ ମୂର୍ତ୍ତି, ତମ୍ବା ମୁଦ୍ରା ଓ କ୍ୱେର୍ଣ ପ୍ରସ୍ତର (stone quern|) ସେହି କାୟୋବରୋହନରୁ ମିଳିଛି । ଏକ ତପସ୍ୱୀର ମୁଣ୍ଡ, କାର୍ତ୍ତିକେୟ ମୂର୍ତ୍ତି ଓ ଉମାମହେଶ୍ୱରଙ୍କର ବିଗ୍ରହ ମିଳିଛି । ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କାର୍ବଣକୁ ଏକ ମୂଖ୍ୟ ଐତିହ୍ୟ ସ୍ଥାନର ମାନ୍ୟତା ଦେଇଛି । ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ଅଛି ଯେଉଁଠାରେ ବିରଳ ସ୍ମୃତି ସବୁ ସାଇତି ରଖାଯାଇଛି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Home". ktss.in.
- ↑ Constance Jones; James D. Ryan (2006). Encyclopedia of Hinduism. Infobase Publishing. p. 238. ISBN 978-0-8160-7564-5.