କାଳିକାମ୍ବଲ ମନ୍ଦିର
କାଳିକାମ୍ବଲ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଚେନ୍ନଇ |
ଦେବାଦେବୀ | କାଲିଗାମ୍ବାଲ (ପାର୍ବତୀ) |
Location | |
ସ୍ଥାନ | Thambu Chetty Street, Parry's corner (Old: George Town), Chennai |
State | ତାମିଲ ନାଡୁ |
Country | ଭାରତ |
ଭୌଗଳିକ ଅବସ୍ଥିତି | 13°05′40″N 80°17′21″E / 13.09455°N 80.2891°E |
Architecture | |
Type | Hindu temple architecture |
Date established | 1640 |
Completed | 1678 |
Temple(s) | 1 |
କାଳିକାମ୍ବଲ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଶ୍ରୀ କାଲିଗାମ୍ବାଲ (କାମାକ୍ଷୀ) ଓ ପ୍ରଭୁ କମଦେଶ୍ୱରଙ୍କୁ ସମର୍ପିତ ହୋଇଛି । ଭାରତରେ ଥିବା ତାମିଲନାଡୁ ପ୍ରଦେଶର ଜର୍ଜ ଟାଉନରେ ଅବସ୍ଥିତ । ଜର୍ଜ ଟାଉନର ଏକ ମୂଖ୍ୟ ଅର୍ଥନୈତିକ ଥାମ୍ବୁଚେଟ୍ଟି ରାସ୍ତାରେ ଏହି ମନ୍ଦିର ଅଛି ।
ଇତିହାସ
[ସମ୍ପାଦନା]ଏହି ମନ୍ଦିର ପ୍ରଥମେ ଏବେକାର ଫୋର୍ଟ ସେଣ୍ଟ ଜର୍ଜ ପାଖରେ ସମୁଦ୍ର କୂଳରେ ଥିଲା ।[୧] ସେଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଫୋର୍ଟ କରିବାରୁ ମନ୍ଦିରକୁ ବର୍ତ୍ତମାନର ସ୍ଥାନରେ ୧ ମାର୍ଚ୍ଚ ୧୬୪୦ ମସିହାରେ ଅବସ୍ଥାପିତ କରାଯାଇଥିଲା[୧] ଓ ୧୬୭୮ ମସିହା ପର୍ଯ୍ୟନ୍ତ ମନ୍ଦିର ତିଆରି କାମ ଚାଲିଥିଲା ।[୨] ମରହଟ୍ଟା ସାମ୍ରାଜ୍ୟର ଛତ୍ରପତି ଶିବାଜି ଏହି ମନ୍ଦିର ଦେଖିବାକୁ ୧୬୭୭ ମସିହାର ୩ ଅକ୍ଟୋବର ତାରିଖରେ ଆସିଥିଲେ ।[୩][୪] ପୂର୍ବରୁ ଥିବା ଭୟାନକ କାମାକ୍ଷୀ ଦେବୀଙ୍କ ପ୍ରତିମୂର୍ତ୍ତି ବଦଳରେ ଶାନ୍ତସ୍ୱରୁପା କାମାକ୍ଷୀ ପ୍ରତିମୂର୍ତ୍ତି ରଖିବାକୁ ଆଦି ଶଙ୍କର ଉପଦେଶ ଦେଇଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ତାମିଲ କବି ସୁବ୍ରମନ୍ୟମ ଭାରତୀ ନିୟମିତ ଏହି ମନ୍ଦିରକୁ ଯାଉଥିଲେ ।[୪]
ତାମିଲ ଭକ୍ତି ଶ୍ଳୋକ ଉଲ୍ଲମ ଉରୁଗୁଥାଇୟା ୧୯୫୨ ମସିହାରେ ଅନ୍ଦାବନ ପିଚ୍ଚି ଲେଖିଥିଲେ ଓ ମନ୍ଦିର ପ୍ରାଙ୍ଗଣରେ ସ୍ୱର ଦେଇଥିଲେ ।[୧]
୧୯୮୦ ମସିହାରେ ୧୦ ମିଟର ଉଚ୍ଚ ଗମ୍ବୁଜ ରାଜଗୋପୁରମ ଯୋଗ କରାଯାଇଥିଲା ।[୪] ଗମ୍ବୁଜ ତିଆରି କାମ ୨୨ ଜାନୁଆରୀ ୧୯୭୬ରୁ ଆରମ୍ଭ ହୋଇ ୨୧ ଜାନୁଆରୀ ୧୯୮୩ରେ ଶେଷ ହୋଇଥିଲା ।[୧] ୨୦୧୪ ମସିହାରେ ଅଧିକ କାମ କରାଯାଇଥିଲା । ଦେବୀଙ୍କୁ ଫୋର୍ଟ ପାଖରେ ଥିବା ହେତୁ କୋଟ୍ଟାଇ ଆମ୍ମା (କୋଟ୍ଟାଇ ଅର୍ଥ ଦୁର୍ଗ ବା ଫୋର୍ଟ) ଓ ଚେନାମ୍ମା (ଚେନଠୁରାମ ବା ସେନଠୁରାମ) ମଧ୍ୟ କୁହାଯାଏ ।[୧]
ମନ୍ଦିର
[ସମ୍ପାଦନା]ମୁଖ୍ୟ ଦେବୀଙ୍କ ମୁଖ ପଶ୍ଚିମ ଦିଗକୁ ଅଛି । କିମ୍ବଦନ୍ତୀ ଅନୁସାରେ ଦେବୀଙ୍କୁ ଅର୍ଦ୍ଧ-ଦେବତା, ଓ ବ୍ୟାସ, ଅଗସ୍ତ୍ୟ, ଅଙ୍ଗିରା, ପୁଲସତ୍ୟ ଭଳି ସନ୍ଥ ଓ ବରୁଣ ମଧ୍ୟ ପୂଜା କରିବାକୁ ଆସନ୍ତି ।[୧] ମୂଖ୍ୟ ଦେବୀଙ୍କ ପାଦ ପାଖରେ ତିରୁସିରନ ବା ଶ୍ରୀ ବିଶ୍ୱରୂପନ ବସିଛନ୍ତି ।[୧] ରଥ ଉପରେ ଥିବା ପେରିୟାନୟାକି ପ୍ରତିମୂର୍ତ୍ତି ଦୁଇ ପାଖରେ ମହାଲକ୍ଷ୍ମୀ ଓ ସରସ୍ୱତୀ ଠିଆ ହୋଇଛନ୍ତି ।[୧] ମନ୍ଦିରର ଅନ୍ୟ ସ୍ଥାନରେ ସିଦ୍ଧି ବିନାୟକ ଗଣେଶ, ସିଦ୍ଧି-ବୁଦ୍ଧି ବିନାୟକ ଗଣେଶ, ବିରଭଦ୍ର, ମହାକାଳୀ, କାରଟିକେୟ, ବିଶ୍ୱବ୍ରହ୍ମ, ଗାୟତ୍ରୀ, ଦୂର୍ଗା, ଦକ୍ଷିଣମୂର୍ତ୍ତି ଓ ପ୍ରତ୍ୟଗୀର ଅଛନ୍ତି ।[୧]ଏଠାରେ ପବିତ୍ର ସାଗର ଜଳ ଓ ପବିତ୍ର ଆମ୍ବ ଗଛ ଅଛି ।[୧]
ମନ୍ଦିର ପରିଚାଳନା
[ସମ୍ପାଦନା]ମାଡ୍ରାସ ହାଇ କୋର୍ଟ ନିର୍ଦ୍ଦେଶ ମତେ ପରମ୍ପରାକ୍ରମେ ମନ୍ଦିରର ପରିଚାଳନା ବିଶ୍ୱକର୍ମା ଗୋଷ୍ଠୀ କରନ୍ତି । ଗୋଟିଏ ମାନେଜିଙ୍ଗ ଟ୍ରଷ୍ଟବୋର୍ଡରେ ୫ ଜଣ ସଭ୍ୟ ଭୋଟ ଜରିଆରେ ଗୋଷ୍ଠୀରୁ ନିର୍ବାଚିତ ହୁଅନ୍ତି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ திருக்கோயில்கள் வழிகாட்டி: சென்னை மாவட்டம் (in ତାମିଲ୍) (1st ed.). Chennai: Government of Tamil Nadu, Department of Hindu Religious and Charitable Endowments. July 2014. pp. 179–181.
- ↑ "1639 A.D. TO 1700 A.D." History of Chennai. ChennaiBest.com. Archived from the original on 2012-10-09. Retrieved 20 Jan 2013.
- ↑ "Chennai High: Where history beckons". The Times of India. Chennai. 27 August 2010. Archived from the original on 16 February 2013. Retrieved 20 Jan 2013.
- ↑ ୪.୦ ୪.୧ ୪.୨ Muthiah, S. (2014). Madras Rediscovered. Chennai: EastWest. p. 384. ISBN 978-93-84030-28-5.