କାଲା-ଆଜାର ପରବର୍ତ୍ତୀ ଚର୍ମ ଲିସମାନିଆସିସ
Post-kala-azar dermatosis[୧] | |
ବିଭାଗ | Infectious disease, dermatology |
---|---|
ଲକ୍ଷଣ | White areas of skin, nodular lesions[୨] |
ଆକ୍ରାନ୍ତ ସମୟ | Within a few months to years post VL[୩] |
କାରଣ | Possibly immune related following visceral leishmaniasis[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Generally based on symptoms[୨] |
ସଠିକ ରୋଗ ନିର୍ଣ୍ଣୟ | Leprosy, xanthoma, systemic lupus erythematosus, sarcoidosis, syphilis[୨][୪] |
ଚିକିତ୍ସା | Miltefosine, sodium stibogluconate, amphotericin B[୨][୩] |
ପୁନଃପୌନିକ | 2.5% to 20% post VL[୩] |
କାଲା-ଆଜାର ପରବର୍ତ୍ତୀ ଚର୍ମ ଲିସମାନିଆସିସ (ଇଂରାଜୀ ଭାଷାରେ Post-kala-azar dermal leishmaniasis (PKDL)) ହେଉଛି କାଲାଆଜର (VL) ପରବର୍ତ୍ତୀ ଏକ ପ୍ରକାର ଜଟିଳତା ଯେଉଁଥିରେ ଚର୍ମର କେତେକ ଅଂଶ ଧଳା ରଙ୍ଗରେ ପରିବର୍ତ୍ତିତ ହୋଇପାରେ । [୨] ସେଠାରେ ଛୋଟ ବା ବଡ଼ ଫୁଲା ମଧ୍ୟ ହୋଇପାରେ । [୨] ଏହି ଦାଗ ସାଧାରଣତ ପାଟି ଚାରି ପାଖରୁ ଆରମ୍ଭ ହୋଇ ମୁହଁ ଏବଂ ଦେହାର ଉପର ଅଂଶକୁ ବ୍ୟାପିଥାଏ ।[୨] [୪] ସାଧାରଣତଃ ଅଳ୍ପ କେତେକ ଲକ୍ଷଣ ଦେଖାଯାଇପାରେ ।[୨]
ଭାରତରେ ଆରମ୍ଭ ସାଧାରଣତଃ କାଲାଆଜର ଚିକିତ୍ସା ପାଇଁ ମାସରୁ ବର୍ଷ ବିତିଯାଏ କିନ୍ତୁ ଆଫ୍ରିକାରେ ଆରମ୍ଭ ଅଧିକ ଦ୍ରୁତ ଅଟେ ।[୩] [୪] ଭାରତରେ ଯେଉଁମାନଙ୍କର କାଲାଆଜର ରୋଗ ନିର୍ଣ୍ଣୟ ହୋଇନି ସେହି ଲୋକମାନେ ଲିଶମାନିଆ ଡୋନୋଭାନି ପରଜୀବୀ ପାଇଁ ସଂକ୍ରାମକ ହୋଇପାରନ୍ତି, ଯାହା ଦ୍ୱାରା ଏହି ରୋଗ ଚିରସ୍ଥାୟୀ ହେବାର ସମ୍ଭାବନା ରହିପାରେ ।[୩] ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଉପରେ ଆଧାରିତ ଅଟେ ।[୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏହା ଏକ ପ୍ରତିରକ୍ଷା ପ୍ରତିକ୍ରିୟା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ ।[୨]
ଏହି ରୋଗର ଚିକିତ୍ସାରେ ମିଲ୍ଟେଫୋସିନ୍, ସୋଡିଅମ ଷ୍ଟିବୋଗ୍ଲୁକୋନେଟ କିମ୍ବା ଆମ୍ଫୋଟେରିସିନ ବି ଦିଆଯାଇଥାଏ; ଯଦିଓ ସୁଦାନରେ ଏହା ଆପେ ଉପଶମ ହୋଇପାରେ ।[୨] [୩] ଏହି ଔଷଧଗୁଡିକ ମାସ ମାସ ଧରି ଦିଆଯାଏ ।[୩] ଚର୍ମ ସ୍ୱାଭାବିକ ହେବା ପାଇଁ ଚିକିତ୍ସା ପରେ ଦୀର୍ଘ ସମୟ ଆବଶ୍ୟକ ।[୧]
ଏହି ରୋଗ ମୁଖ୍ୟତଃ ସୁଦାନ ଏବଂ ଭାରତର ଲିଶମାନିଆ ଡୋନୋଭାନି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଘଟିଥାଏ ।[୨] ଏହା ୨.୫ରୁ ୨୦% ଲୋକଙ୍କ ମଧ୍ୟରେ ଘଟିଥାଏ ଯାହାଙ୍କର କାଲାଆଜର ଥାଏ ।[୩] ବୟସ୍କ ଏବଂ ପିଲାମାନେ ସମ ଭାବରେ ପ୍ରଭାବିତ ହୁଅନ୍ତି ।[୫] ସାର୍ ଉପେନ୍ଦ୍ରନାଥ ବ୍ରହ୍ମଚାରି ଏହାକୁ ପ୍ରଥମେ ୧୯୨୨ ମସିହାରେ ବର୍ଣ୍ଣନା କରିଥିଲେ ଯିଏ ଏହାର ଡର୍ମାଲ ଲିସମାନଏଡ ନାମକରଣ କରିଥିଲେ । [୪] [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Tan, Cheng; Zhu, Wen-Yuan (1 January 2023). Atlas of Pigmentary Skin Disorders (in ଇଂରାଜୀ). Springer Nature. p. 76. ISBN 978-981-19-5634-8. Archived from the original on 15 July 2023. Retrieved 14 July 2023. Archived 15 July 2023 at the Wayback Machine.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Passeron, Thierry; Ortonne, Jean-Paul (2016). "Kala-azar". Atlas of Pigmentary Disorders (in ଇଂରାଜୀ). Switzerland: Springer. p. 144. ISBN 978-3-319-10897-1. Archived from the original on 12 July 2023. Retrieved 11 July 2023.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Gedda, MR; Singh, B; Kumar, D; Singh, AK; Madhukar, P; Upadhyay, S; Singh, OP; Sundar, S (July 2020). "Post kala-azar dermal leishmaniasis: A threat to elimination program". PLoS neglected tropical diseases. 14 (7): e0008221. doi:10.1371/journal.pntd.0008221. PMID 32614818.
{{cite journal}}
: CS1 maint: unflagged free DOI (link) - ↑ ୪.୦ ୪.୧ ୪.୨ ୪.୩ Kumar, Piyush; Chatterjee, Mitali; Das, Nilay Kanti (2021). "Post Kala-Azar Dermal Leishmaniasis: Clinical Features and Differential Diagnosis". Indian Journal of Dermatology. 66 (1): 24–33. doi:10.4103/ijd.IJD_602_20. ISSN 0019-5154. PMC 8061484. PMID 33911290.
{{cite journal}}
: CS1 maint: unflagged free DOI (link) - ↑ Pathania, Y S; Budania, A (5 January 2022). "Post-kala-azar dermal leishmaniasis". QJM: An International Journal of Medicine. 114 (11): 824–825. doi:10.1093/qjmed/hcab236.
- ↑ Brahmachari, U. N. (April 1922). "A New Form of Cutaneous Leishmaniasis—Dermal Leishmanoid". The Indian Medical Gazette. 57 (4): 125–127. ISSN 0019-5863. PMC 5186533. PMID 29008368.