Jump to content

କାଲା-ଆଜାର ପରବର୍ତ୍ତୀ ଚର୍ମ ଲିସମାନିଆସିସ

ଉଇକିପିଡ଼ିଆ‌ରୁ
Post-kala-azar dermatosis[]
PKDL rash on the hand
ବିଭାଗInfectious disease, dermatology
ଲକ୍ଷଣWhite areas of skin, nodular lesions[]
ଆକ୍ରାନ୍ତ ସମୟWithin a few months to years post VL[]
କାରଣPossibly immune related following visceral leishmaniasis[]
ରୋଗ ନିର୍ଣ୍ଣୟ ପଦ୍ଧତିGenerally based on symptoms[]
ସଠିକ ରୋଗ ନିର୍ଣ୍ଣୟLeprosy, xanthoma, systemic lupus erythematosus, sarcoidosis, syphilis[][]
ଚିକିତ୍ସାMiltefosine, sodium stibogluconate, amphotericin B[][]
ପୁନଃପୌନିକ2.5% to 20% post VL[]

କାଲା-ଆଜାର ପରବର୍ତ୍ତୀ ଚର୍ମ ଲିସମାନିଆସିସ (ଇଂରାଜୀ ଭାଷାରେ Post-kala-azar dermal leishmaniasis (PKDL)) ହେଉଛି କାଲାଆଜର (VL) ପରବର୍ତ୍ତୀ ଏକ ପ୍ରକାର ଜଟିଳତା ଯେଉଁଥିରେ ଚର୍ମର କେତେକ ଅଂଶ ଧଳା ରଙ୍ଗରେ ପରିବର୍ତ୍ତିତ ହୋଇପାରେ । [] ସେଠାରେ ଛୋଟ ବା ବଡ଼ ଫୁଲା ମଧ୍ୟ ହୋଇପାରେ । [] ଏହି ଦାଗ ସାଧାରଣତ ପାଟି ଚାରି ପାଖରୁ ଆରମ୍ଭ ହୋଇ ମୁହଁ ଏବଂ ଦେହାର ଉପର ଅଂଶକୁ ବ୍ୟାପିଥାଏ ।[] [] ସାଧାରଣତଃ ଅଳ୍ପ କେତେକ ଲକ୍ଷଣ ଦେଖାଯାଇପାରେ ।[]

ଭାରତରେ ଆରମ୍ଭ ସାଧାରଣତଃ କାଲାଆଜର ଚିକିତ୍ସା ପାଇଁ ମାସରୁ ବର୍ଷ ବିତିଯାଏ କିନ୍ତୁ ଆଫ୍ରିକାରେ ଆରମ୍ଭ ଅଧିକ ଦ୍ରୁତ ଅଟେ ।[] [] ଭାରତରେ ଯେଉଁମାନଙ୍କର କାଲାଆଜର ରୋଗ ନିର୍ଣ୍ଣୟ ହୋଇନି ସେହି ଲୋକମାନେ ଲିଶମାନିଆ ଡୋନୋଭାନି ପରଜୀବୀ ପାଇଁ ସଂକ୍ରାମକ ହୋଇପାରନ୍ତି, ଯାହାଦ୍ୱାରା ଏହି ରୋଗ ଚିରସ୍ଥାୟୀ ହେବାର ସମ୍ଭାବନା ରହିପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଉପରେ ଆଧାରିତ ଅଟେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏହା ଏକ ପ୍ରତିରକ୍ଷା ପ୍ରତିକ୍ରିୟା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ ।[]

ଏହି ରୋଗର ଚିକିତ୍ସାରେ ମିଲ୍‌ଟେଫୋସିନ୍, ସୋଡିଅମ ଷ୍ଟିବୋଗ୍ଲୁକୋନେଟ କିମ୍ବା ଆମ୍ଫୋଟେରିସିନ ବି ଦିଆଯାଇଥାଏ; ଯଦିଓ ସୁଦାନରେ ଏହା ଆପେ ଉପଶମ ହୋଇପାରେ ।[] [] ଏହି ଔଷଧଗୁଡିକ ମାସ ମାସ ଧରି ଦିଆଯାଏ ।[] ଚର୍ମ ସ୍ୱାଭାବିକ ହେବା ପାଇଁ ଚିକିତ୍ସା ପରେ ଦୀର୍ଘ ସମୟ ଆବଶ୍ୟକ ।[]

ଏହି ରୋଗ ମୁଖ୍ୟତଃ ସୁଦାନ ଏବଂ ଭାରତର ଲିଶମାନିଆ ଡୋନୋଭାନିଦ୍ୱାରା ପ୍ରଭାବିତ ଅଞ୍ଚଳରେ ଘଟିଥାଏ ।[] ଏହା ୨.୫ରୁ ୨୦% ଲୋକଙ୍କ ମଧ୍ୟରେ ଘଟିଥାଏ ଯାହାଙ୍କର କାଲାଆଜର ଥାଏ ।[] ବୟସ୍କ ଏବଂ ପିଲାମାନେ ସମ ଭାବରେ ପ୍ରଭାବିତ ହୁଅନ୍ତି ।[] ସାର୍ ଉପେନ୍ଦ୍ରନାଥ ବ୍ରହ୍ମଚାରି ଏହାକୁ ପ୍ରଥମେ ୧୯୨୨ ମସିହାରେ ବର୍ଣ୍ଣନା କରିଥିଲେ ଯିଏ ଏହାର ଡର୍ମାଲ ଲିସମାନଏଡ ନାମକରଣ କରିଥିଲେ । [] []

  1. 1 2 Tan, Cheng; Zhu, Wen-Yuan (1 January 2023). Atlas of Pigmentary Skin Disorders (in ଇଂରାଜୀ). Springer Nature. p. 76. ISBN 978-981-19-5634-8. Archived from the original on 15 July 2023. Retrieved 14 July 2023. Archived 15 July 2023 at the Wayback Machine.
  2. 1 2 3 4 5 6 7 8 9 10 11 12 13 Passeron, Thierry; Ortonne, Jean-Paul (2016). "Kala-azar". Atlas of Pigmentary Disorders (in ଇଂରାଜୀ). Switzerland: Springer. p. 144. ISBN 978-3-319-10897-1. Archived from the original on 12 July 2023. Retrieved 11 July 2023.
  3. 1 2 3 4 5 6 7 8 Gedda, MR; Singh, B; Kumar, D; Singh, AK; Madhukar, P; Upadhyay, S; Singh, OP; Sundar, S (July 2020). "Post kala-azar dermal leishmaniasis: A threat to elimination program". PLoS neglected tropical diseases. 14 (7): e0008221. doi:10.1371/journal.pntd.0008221. PMID 32614818.{{cite journal}}: CS1 maint: unflagged free DOI (link)
  4. 1 2 3 4 Kumar, Piyush; Chatterjee, Mitali; Das, Nilay Kanti (2021). "Post Kala-Azar Dermal Leishmaniasis: Clinical Features and Differential Diagnosis". Indian Journal of Dermatology. 66 (1): 24–33. doi:10.4103/ijd.IJD_602_20. ISSN 0019-5154. PMC 8061484. PMID 33911290.{{cite journal}}: CS1 maint: unflagged free DOI (link)
  5. Pathania, Y S; Budania, A (5 January 2022). "Post-kala-azar dermal leishmaniasis". QJM: An International Journal of Medicine. 114 (11): 824–825. doi:10.1093/qjmed/hcab236.
  6. Brahmachari, U. N. (April 1922). "A New Form of Cutaneous Leishmaniasis—Dermal Leishmanoid". The Indian Medical Gazette. 57 (4): 125–127. ISSN 0019-5863. PMC 5186533. PMID 29008368.