କାର୍ତ୍ତିକ ଶିବକୁମାର
କାର୍ତ୍ତିକ ଶିବକୁମାର | |
---|---|
ଜନ୍ମ | କାର୍ତ୍ତିକ ଶିବକୁମାର ୨୫ ମଇ ୧୯୭୭[୧] |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ବୈବାହିକ-ସାଥୀ |
ରଞ୍ଜନୀ (m. ୨୦୧୧) |
ସନ୍ତାନ | ୧ |
ପିତାମାତା | ଶିବକୁମାର (ବାପା) |
ପରିବାର | ସୁର୍ଯ୍ୟ ଶିବକୁମାର (ଭାଇ) ଜ୍ୟୋତିକା (ଭାଉଜ) |
କାର୍ତ୍ତିକ ଶିବକୁମାର (ଜନ୍ମ: ୨୫ ମଇ ୧୯୭୭), ଜଣେ ଭାରତୀୟ କଥାଚିତ୍ର ଅଭିନେତା, ସେ ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଅଭିନୟ କରନ୍ତି । କାର୍ତ୍ତିକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ସଭିଏଁ କାର୍ତ୍ତି ବା କାର୍ଥି ଭାବରେ ପରିଚିତ । ତାମିଲ କଥାଚିତ୍ର ଜଗତର ଜଣାଶୁଣା କଳାକାର ସୂର୍ଯ୍ୟ ଶିବକୁମାରଙ୍କର ଭାଇ ହେଉଛନ୍ତି କାର୍ତ୍ତିକ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଯାନ୍ତ୍ରିକ ବିଭାଗରେ ସ୍ନାତକ କରିଛନ୍ତି । ମାତ୍ର ଅଭିନେତା ହେବାର ଇଚ୍ଛା ତାଙ୍କୁ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର ପ୍ରେରଣା ଦେଇଥିଲା ଏବଂ ସେ ଭାରତ ଆସି ମଣି ରତନମ୍ଙ୍କ ସହ ଜଣେ ସହାୟକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୭ ମସିହାରେ କାର୍ତ୍ତିକଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମିଳିଥିଲା । ପରୁଥିବୀରନ୍ ଚଳଚ୍ଚିତ୍ର ଜରିଆରେ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ଶୀର୍ଷକ ଚରିତ୍ରରେ ଅଭିନୟ କରିଥିଲା କର୍ତ୍ତିକ, ଯେଉଁଥିରେ ସେ ଜଣେ ବଦମାସ ଗାଁବାଲା ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକାଟି ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରସଂଶା କରିଥିଲେ ଏବଂ ସେ ଫିଲ୍ମଫେୟାର ପୁରସ୍କାର ଓ ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ଏହାପରେ ୨୦୧୦ ମସିହାରେ କାର୍ତ୍ତିକଙ୍କର ୨ୟ ଚଳଚ୍ଚିତ୍ର ଆୟିରଥିଲ୍ ଓରୁବନ୍ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସେ ଜଣେ କୁଲି ଭାବରେ ଅଭିନୟ କରିଥିଲେ । ବିଭିନ୍ନ ପ୍ରକାର କାଳ୍ପନିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ମଧ୍ୟ ଭଲ ବ୍ୟବସାୟ କରିଥିଲା । ସେହିବର୍ଷ କାର୍ତ୍ତିକଙ୍କର ଆଉ ଦୁଇଟି ଚଳଚ୍ଚିତ୍ର ପଇୟା ଓ ନାନ୍ ମହାନ୍ ଆଲ୍ଲା ମୁକ୍ତିଲାଭ କରିଥିଲା । ଏହି ଦୁଇଟି ଚଳଚ୍ଚିତ୍ର ମଧ୍ୟ ଭଲ ବ୍ୟବସାୟିକ ସଫଳତା ପାଇଥିଲା । ଏହାପରେ ୨୦୧୧ର ଚଳଚ୍ଚିତ୍ର ସିରୁତାଇ ମଧ୍ୟ ସଫଳ ହୋଇଥିଲା ।[୨][୩] ଏହାପରେ କିଛି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କୁ ସଫଳତା ମିଳିନଥିଲା ଏବଂ ଲଗାତାର ଭାବରେ ବ୍ୟବସାୟିକ ବିଫଳତା ଭୋଗିବାକୁ ପଡ଼ିଥିଲା । ୨୦୧୩ ମସିହାରେ ପୁଣି କାର୍ତ୍ତିକଙ୍କୁ ମିଳିଥିଲା ସଫଳତା । ୨୦୧୦୩ର କଥାଚିତ୍ର ବିରିୟାନି, ୨୦୧୪ର ମାଡ୍ରାସ, ୨୦୧୬ର ଓପିରି ଏବଂ ୨୦୧୭ର କାଟ୍ରୁ ଭେଲିୟିଦାଇ ଓ ଥିରାନ୍ ଅଧିଗାରମ୍ ଓନ୍ଦୁରୁ ଆଦି ଚଳଚ୍ଚିତ୍ର ବହୁତ ଭଲ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା କାର୍ତ୍ତିକଙ୍କୁ ତାମିଲ କଥାଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ କଳାକାର ଭାବରେ ସ୍ଥାନିତ କରିଛି ।
ଚଳଚ୍ଚିତ୍ର ଜଗତରେ କାମ କରିବା ବ୍ୟତୀତ କାର୍ତ୍ତିକ କିଛି ସମାଜିକ ସେବା ସଂସ୍ଥା ସହ ମିଶି ମଧ୍ୟ କାର୍ଯ୍ୟ କରୁଛନ୍ତି । କାର୍ତ୍ତିକ ନିଜେ ମକ୍କାଲ ନାଲା ମନ୍ଦ୍ରମ ନାମକ ଏକ ସାମାଜିକ ସେବା ସଂସ୍ଥାର ଆରମ୍ଭ କରିଛନ୍ତି, ଯାହ ଜରିଆରେ ସେ ତାଙ୍କର ପ୍ରସଂଶକ ତଥା ସାଧାରଣ ଜନତାଙ୍କ ସହ ମିଶି ବିଭିନ୍ନ ସେବା କାର୍ଯ୍ୟରେ ଲିପ୍ତ ଅଛନ୍ତି । ୨୦୧୧ ମସିହାରେ କାର୍ତ୍ତିକଙ୍କୁ ଲାଇସୋସୋମାଲ ଷ୍ଟୋରେଜ ରୋଗ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିଯୁକ୍ତ କାରାଯାଇଥିଲା । କାର୍ତ୍ତିକ ୨୦୧୧ ମସିହାରେ ରଞ୍ଜନି ଚିନ୍ନାସ୍ୱାମୀଙ୍କୁ ବିବାହ କରିଥିଲେ ।[୪][୫] ତାଙ୍କର ଏହି ବିଭାଘର ସେମାନଙ୍କର ଘରଲୋକମାନେ ହିଁ ଠିକ୍ କରିଥିଲେ ।[୬] କାର୍ତ୍ତିକଙ୍କର ଗୋଟିଏ ଝିଅ ଅଛି, ଯିଏକି ୨୦୧୩ ମସିହାରେ ଜନ୍ମଗ୍ରହଣ କରିଥିଲା ।[୭] କାର୍ତ୍ତିକଙ୍କର ପତ୍ନୀ ଜଣେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି ।[୮]
ଆଧାର
[ସମ୍ପାଦନା]- ↑ "Happy Birthday Karthi!". The Times of India. 25 May 2013. Archived from the original on 27 June 2013. Retrieved 25 May 2013.
- ↑ "Karthi – Tamil Movie News – Karthi's hat-trick". Behindwoods. behindwoods.com. 8 October 2010. Archived from the original on 28 October 2011. Retrieved 12 July 2011.
- ↑ Warrior, Shobha (18 August 2010). "Eagerly awaiting Karthi's Naan Mahaan Alla". Rediff. rediff.com. Archived from the original on 20 August 2010. Retrieved 22 August 2010.
- ↑ Ramesh, S. (30 April 2011). "Karthi to tie the knot". The Hindu. Chennai, India. Archived from the original on 3 May 2011.
- ↑ "Karthi's big day". Behindwoods. behindwoods.com. 3 July 2011. Archived from the original on 7 July 2011. Retrieved 3 July 2011.
- ↑ "Actor Karthi set for marriage". Rediff Movies. Rediff. 28 April 2011. Archived from the original on 2 July 2011. Retrieved 12 July 2011.
- ↑ "Karthi's daughter named Umayaal!". The Times of India. March 19, 2013. Archived from the original on October 19, 2013. Retrieved March 19, 2013.
- ↑ "Actor Karthi to marry Ranjani". The Times of India. 28 April 2011. Archived from the original on 9 July 2012. Retrieved 31 July 2011.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Karthi