କାପୋସିସ ସାର୍କୋମା
କାପୋସିସ ସାର୍କୋମା (Kaposi's sarcoma), ମଲ୍ଟିପ୍ଲ ହେମୋରେଜିକ ସାର୍କୋମା (multiple haemorrhagic sarcoma) | |
---|---|
କାପୋସି ସାର୍କୋମା (Kaposi sarcoma) | |
ଉଚ୍ଚାରଣ | |
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ପରପ୍ଲ (Purple) ରଙ୍ଗର ଚମ ଦାଗ [୩] |
ବିପଦ କାରକ | ମାନବ ହର୍ପିସଭୁତାଣୁ ୮ ବା (ଏଚଏଚଭି୮) Human herpesvirus 8 (HHV8), ଇମ୍ମ୍ୟୁନୋସପ୍ରେସନ (poor immune function)[୩][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି (Tissue biopsy), ମେଡିକାଲ ଇମେଜିଙ୍ଗ (medical imaging)[୪][୩] |
ସଠିକ ରୋଗ ନିର୍ଣ୍ଣୟ | ବ୍ଲୁ ରବର ବ୍ଲେବ ନେଭସ ସିଣ୍ଡ୍ରୋମ (Blue rubber bleb nevus syndrome), ପାଇରୋଜେନିକ ଗ୍ରାନୁଲୋମା (pyogenic granuloma), ମେଲାନୋସାଇଟିକ ନେଭି (melanocytic nevi), ମେଲାନୋମା (melanoma)[୪] |
ଚିକିତ୍ସା | ଅପରେଶନ, କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy), ବାୟୋଲୋଜିକ ଥେରାପି (biologic therapy) [୩] |
କାପୋସିସ ସାର୍କୋମା (ଇଂରାଜୀ ଭାଷାରେ Kaposi's sarcoma/ KS) ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଚର୍ମ, ଲସିକା ଗ୍ରନ୍ଥି ବା ଅନ୍ୟାନ୍ୟ ଅଙ୍ଗମାନଙ୍କରେ (organs) ଫୁଲା ବା ଗୋଟାଳି ହୁଏ ।[୩] ଏହି ଫୁଲା ବା ଦାଗର ରଙ୍ଗ ପରପ୍ଲ (Purple) ହୋଇଥାଏ ।[୩] ଏହା ସୀମିତ ସ୍ଥାନରେ ବା ବିଚ୍ଛୁରିତ ଭାବରେ ଦେଖାଯାଇପାରେ ।[୫] ଧୀରେ ଧୀରେ ବା ଦୃତ ଗତିରେ ଏହାର ଅବସ୍ଥା ଦିନକୁ ଦିନ ଖରାପ ଦିଗକୁ ଗତି କରେ ।[୪] ଏହା ଫୁଲା ବା ସମତଳ ଆକାରର ହୋଇପାରେ ।[୪] ସମସ୍ତ ରୋଗୀଙ୍କର ମାନବ ହର୍ପିସଭୁତାଣୁ ୮/(ଏଚଏଚଭି୮) (Human herpesvirus 8? HHV8) ଥିବା ଦେଖାଯାଏ ।[୩] କ୍ରନିକ ଲିମ୍ଫିଡିମା (chronic lymphedema) ଓ ରୋଗ ବା କୌଣସି ଔଷଧ ବ୍ୟବହାର ଯୋଗୁ ଇମ୍ମ୍ୟୁନୋସପ୍ରେସନ (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[୩][୪]
ଏହି ରୋଗ ଚାରି ପ୍ରକାର ହୋଇ ଦେଖାଯାଇପାରେ ଯଥା:- କ୍ଲାସିକ, ଏଣ୍ଡେମିକ, ଏପିଡେମିକ ଓ ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ [୩][୬] ବୟସ୍କମାନଙ୍କୁ କ୍ଲାସିକ କେଏସ ରୋଗ ହୁଏ ଯାହା ଧୀରେ ବଢ଼େ ଓ ଗୋଡ଼କୁ ଆକ୍ରମଣ କରେ ।[୩] ଆଫ୍ରିକାରେ ଏଣ୍ଡେମିକ କେଏସ ରୋଗ ହୁଏ ଓ ଏହା ଅଧିକ ଆକ୍ରମଣକାରୀ ଥାଏ ।[୩] ଇମ୍ମୁନୋସପ୍ରେସନ ଥେରାପି ସମ୍ପର୍କୀୟ କେଏସ ରୋଗ ସାଧାରଣତଃ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଲୋକଙ୍କୁ ହୁଏ ଓ ପ୍ରାୟ ଚର୍ମରେ ହୁଏ ।[୩] ଏପିଡେମିକ କେଏସ ରୋଗ ଏଡସ ରୋଗୀଙ୍କୁ ହୁଏ ଓ ଦେହର ଅନେକ ସ୍ଥାନରେ ହୁଏ । AIDS [୩] ତନ୍ତୁ ବାୟୋପ୍ସି (Tissue biopsy) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩][୪]
ରୋଗର ଅବସ୍ଥା ଉପରେ ଚିକିତ୍ସା ନିର୍ଭର କରେ, ଯେପରିକି ଏହା ସ୍ଥାନୀୟ କି ବ୍ୟାପିଥିବା ଓ ଲୋକର ଇମ୍ମ୍ୟୁନିଟି ଶକ୍ତି ।[୪] ସ୍ଥାନୀୟ ରୋଗ ହୋଇଥିଲେ ଅପରେଶନ, କେମୋଥେରାପି (chemotherapy) ବା ରାଡିଏସନ ଥେରାପି (radiation therapy) ଦେଇ ଚିକିତ୍ସା କରାଯାଏ । [୪] ବିଚ୍ଛୁରିତ ହୋଇଥିଲେ କେମୋଥେରାପି ବା ବାୟୋଲୋଜିକ ଥେରାପି (biologic therapy) ଚିକିତ୍ସା ଦିଆଯାଏ ।[୪][୩] ଏଚଆଇଭି/ଏଡସ ରୋଗ ଥିଲେ ସେହି ରୋଗକୁ ଆଣ୍ଟିରେଟ୍ରୋଭାଇରାଲ ଥେରାପି (highly active antiretroviral therapy ବା HAART) ଦେଲେ ଉଭୟ ରୋଗର ପ୍ରତିଷେଧ ଓ ଚିକିତ୍ସା ହୋଇଯାଏ । [୭] କେତେକ କେଶ୍ରେ କେମୋଥେରାପି ଆବଶ୍ୟକ ହୋଇପାରେ ।[୭] ଅତ୍ୟଧିକ ରୋଗ ହୋଇଥିଲେ ମୃତ୍ୟୁ ସମ୍ଭାବନା ଅଧିକ ହୁଏ । [୪]
ସାଧାରଣତଃ ଏଚଆଇଭି/ଏଡସ ରୋଗୀ ଓ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀଙ୍କର ଏହି କାପୋସିସ ସାର୍କୋମା ହେବା ଦେଖାଯାଏ (୨୦୧୭) ।[୪][୭] ଏଚଆଇଭି/ଏଡସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ରୋଗୀଙ୍କର ଏହି ରୋଗ ହୁଏ । [୮] ସନ ୧୮୭୨ରେ ମୋରିଜ କାପୋସି (Moritz Kaposi) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୫][୯] ସନ ୧୯୮୦ରେ ଏହାକୁ ଏଡସ ଚିହ୍ନଟକାରୀ ରୋଗ ଭାବରେ ଅଭିହିତ କରାଯାଉଥିଲା ।[୫] ଭୁତାଣୁ ସହିତ ଏହାର ସମ୍ପର୍କ ଥିବା ସନ ୧୯୯୪ରେ ଆବିଷ୍କୃତ ହୋଇଥିଲା ।[୫][୧୦]
ଆଧାର
[ସମ୍ପାଦନା]- ↑ Collins English Dictionary – Complete and Unabridged, 12th Edition 2014. S.v. "Kaposi's sarcoma." Retrieved August 15, 2017 from http://www.thefreedictionary.com/Kaposi's+sarcoma
- ↑ Random House Kernerman Webster’s College Dictionary. S.v. "Kaposi's sarcoma." Retrieved August 15, 2017 from http://www.thefreedictionary.com/Kaposi's+sarcoma
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Kaposi Sarcoma Treatment". National Cancer Institute (in ଇଂରାଜୀ). 16 June 2017.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ Schwartz RA, Micali G, Nasca MR, Scuderi L (August 2008). "Kaposi sarcoma: a continuing conundrum". Journal of the American Academy of Dermatology. 59 (2): 179–206, quiz 207–8. doi:10.1016/j.jaad.2008.05.001. PMID 18638627.
- ↑ ୫.୦ ୫.୧ ୫.୨ ୫.୩ "Kaposi Sarcoma Treatment". National Cancer Institute (in ଇଂରାଜୀ). 1 October 2015. Retrieved 18 December 2017.
- ↑ Schneider JW, Dittmer DP (August 2017). "Diagnosis and Treatment of Kaposi Sarcoma". American Journal of Clinical Dermatology. 18 (4): 529–539. doi:10.1007/s40257-017-0270-4. PMC 5509489. PMID 28324233.
- ↑ ୭.୦ ୭.୧ ୭.୨ Hoffmann C, Sabranski M, Esser S (2017). "HIV-Associated Kaposi's Sarcoma". Oncology Research and Treatment. 40 (3): 94–98. doi:10.1159/000455971. PMID 28259888.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 735. ISBN 9780323529570.
- ↑ Kaposi, M (1872). "Idiopathisches multiples Pigmentsarkom der Haut". Archiv für Dermatologie und Syphilis. 4 (2): 265–273. doi:10.1007/BF01830024.
- ↑ Chang Y, Cesarman E, Pessin MS, Lee F, Culpepper J, Knowles DM, Moore PS (December 1994). "Identification of herpesvirus-like DNA sequences in AIDS-associated Kaposi's sarcoma". Science. 266 (5192): 1865–9. Bibcode:1994Sci...266.1865C. doi:10.1126/science.7997879. PMID 7997879.