କାଠଫେଡ଼ା ପକ୍ଷୀ

ଉଇକିପିଡ଼ିଆ‌ରୁ

କାଠଫେଡ଼ା ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Sittidae
Genus: Sitta
ଜାତି: S. castanea
ବାଇନୋମିଆଲ ନାମ
Sitta castanea
ରେନେ ପ୍ରିମେୱେରେ ଲେସଁ, ୧୮୩୦

କାଠଫେଡ଼ା ପକ୍ଷୀ (ଇଂରାଜୀ ଭାଷାରେ Indian nuthatch, ଜୀବବିଜ୍ଞାନ ନାମ Sitta castanea) ସିଟ୍ଟିଡାଏ ପରିବାରର ସଦସ୍ୟ ପକ୍ଷୀ । ପୂର୍ବେ ଏହି ପକ୍ଷୀକୁ ବାଦାମୀ-ପେଟ କାଠଫେଡ଼ା ପକ୍ଷୀ (‘‘chestnut-bellied nuthatch’’, ଜୀବବିଜ୍ଞାନ ନାମ ‘‘Sitta cinnamoventris’’) ସହ ମିଶାଇ ଗୋଟିଏ ପ୍ରଜାତି ଭାବେ ଚିହ୍ନଟ କରାଯାଉଥିଲା ।[୨] ୨୦୦୫ ମସିହାର ଲେଖାରେ ରାସ୍ମୁସେନ୍ ଓ ଆଣ୍ଡର୍ଟନ୍ ଏହାକୁ ବାଦାମୀ-ପେଟ କାଠଫେଡ଼ା ପକ୍ଷୀଙ୍କଠାରୁ ପୃଥକ୍ ପକ୍ଷୀ ବୋଲି କହିଥିଲେ ।[୩]

ପରିବାସ ଓ ଭୌଗୋଳିକ ବ୍ୟାପ୍ତି[ସମ୍ପାଦନା]

ଭାରତୀୟ ଉପମହାଦେଶରେ ଭାରତ, ବଙ୍ଗଳାଦେଶନେପାଳ ପ୍ରଭୃତି ଦେଶରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ ।[୧][୪][୫][୬][୭] ଭାରତୀୟ କାଠଫେଡ଼ା ପକ୍ଷୀ (ପୂର୍ବଘାଟ ପର୍ବତମାଳାର ପ୍ରାଟେରି ଉପପ୍ରଜାତି ସହ) ମୁଖ୍ୟତଃ ଗଙ୍ଗା ନଦୀର ଦକ୍ଷିଣ ଦିଗରେ ଦେଖାଯାନ୍ତି । ତେରାଇ ଓ ଗାଙ୍ଗେୟ ସମତଳ ଭୂମିରୁ କେନ୍ଦ୍ରୀୟ ଭାରତ, ପୂର୍ବଘାଟ ପର୍ବତମାଳା, ସୁନ୍ଦରବନ ଓ କିଛି ମାତ୍ରାରେ ପଶ୍ଚିମଘାଟ ପର୍ବତମାଳାରେ ମଧ୍ୟ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳେ ।

ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଶୁଷ୍କ ଅରଣ୍ୟ, ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟ, ଉପ-କ୍ରାନ୍ତୀୟ ଓ କ୍ରାନ୍ତୀୟ ଆର୍ଦ୍ର ପାର୍ବତ୍ୟ ଅରଣ୍ୟ ଏହି ପକ୍ଷୀର ପ୍ରାକୃତିକ ପରିବାସ ।

ଗଠନ ଓ ବ୍ୟବହାର[ସମ୍ପାଦନା]

ପ୍ରାପ୍ତ ବୟସ୍କ ପକ୍ଷୀର ଶରୀରର ଦୈର୍ଘ୍ୟ ପ୍ରାୟ ୧୨ ସେଣ୍ଟିମିଟର ଏବଂ ଓଜନ ପାଖାପାଖି ୧୫ ଗ୍ରାମ ।[୨] ଏହା ଏକ ଛୋଟ ହୃଷ୍ଟପୁଷ୍ଟ ପକ୍ଷୀ । ପିଠି ପଟ ପାଉଁଶିଆ ନୀଳ । ପିଠି ଉପରେ ଏକ କଳା ପଟି ଦାଗ ରହିଥାଏ । ଏହାର ଲାଞ୍ଜର ରଙ୍ଗ କଳା ଓ ଏହାର ପ୍ରାନ୍ତରେ ଧଳା ଚିହ୍ନ ରହିଥାଏ । ପାଉଁଶିଆ ପିଠି ଓ ବାଦାମୀ ପେଟ ବିଶିଷ୍ଟ ଭାରତୀୟ ଉପଦ୍ୱୀପର ଏହା ଏକମାତ୍ର କାଠଫେଡ଼ା ପ୍ରଜାତି । ଏହାର ଥଣ୍ଟଟି ଛୋଟ । ଏହାର କପାଳରେ କଳା ଉପରେ ଧଳା ପର ରହିଥାଏ । କାଠଫେଡ଼ାର ତଳିପେଟ ଅବସନ୍ନ ହଳଦି ରଙ୍ଗର ।

କାଠଫେଡ଼ା ପକ୍ଷୀଙ୍କଠାରେ ସାମାଜିକ ବ୍ୟବହାର ପରିଲକ୍ଷିତ ହୋଇଥାଏ । ନିଜ ଜାତିର ପକ୍ଷୀଙ୍କ ସହ ଯୁଗଳରେ କିମ୍ବା ଅନ୍ୟ ପ୍ରଜାତିର ପକ୍ଷୀଙ୍କ ସହ ଏମାନେ ମିଶି ବୁଲିବା ଦେଖାଯାଏ । ବିଭିନ୍ନ ପୋକଜୋକ, ଭୂଇଁ କଙ୍କଡ଼ା, ଶସ୍ୟ, ଜନ୍ଦା ପିମ୍ପୁଡ଼ି, ଗୋବରା ପୋକ, ମଞ୍ଜି ଇତ୍ୟାଦି ଏମାନଙ୍କର ମୁଖ୍ୟ ଆହାର ।

ପ୍ରଜନନ[ସମ୍ପାଦନା]

ଫେବୃଆରୀରୁ ଜୁଲାଇ ଏମାନଙ୍କ ପ୍ରଜନନ ଋତୁ । ଗଛର ଖୋପ ଓ କୋରଡ଼ ଦେଖି ଏମାନେ ଘାସ, ପତ୍ର ଓ ଡାଙ୍ଗ ବ୍ୟବହାର କରି ନିଜର ବସା ବାନ୍ଧିଥାନ୍ତି । ମାଈ କାଠଫେଡ଼ା ଏକା ଥରକେ ୪ରୁ ୫ ଗୋଟି ଅଣ୍ଡା ଦେଇଥାଏ । ଗୋଲାପୀ ରଙ୍ଗର ଅଣ୍ଡା ଗୁଡ଼ିକରେ ଲାଲ୍ ଛିଟଦାଗ ରହିଥାଏ । ଉଭୟ ଅଣ୍ଡିରା ଓ ମାଈ କାଠଫେଡ଼ା ବସା ଗଢ଼ିବା, ଅଣ୍ଡା ଉଷୁମାଇବା ଓ ଶାବକଙ୍କ ଲାଳନପାଳନ ଦାୟିତ୍ୱ ବହନ କରିଥାନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ BirdLife International (2016). "Sitta castanea": e.T103880076A94281309. doi:10.2305/IUCN.UK.2016-3.RLTS.T103880076A94281309.en. {{cite journal}}: Cite journal requires |journal= (help)
  2. ୨.୦ ୨.୧ ଡଃ ଚନ୍ଦ୍ରଶେଖର କର, ଡଃ ସଂଜତ କୁମାର ସାହୁ, ଶାରଦା ପତି, ଡଃ ବି. କେ. ସେନାପତି(୧୯୯୯) ପକ୍ଷୀ ନିରୀକ୍ଷଣ ପୁସ୍ତକ
  3. Rasmussen, P. C. & J. Anderton (2005) The Birds of South Asia:The Ripley Guide. Smithsonian Institution and Lynx Edicions.
  4. J, Praveen (17 November 2015). "A checklist of birds of Kerala, India". Journal of Threatened Taxa. 7 (13): 7983–8009. doi:10.11609/JoTT.2001.7.13.7983-8009.
  5. "eBird India- Kerala". eBird.org. Cornell Lab of Ornithology. Retrieved 1 October 2017.
  6. K. K., Neelakantan (2017). Keralathile Pakshikal (Birds of Kerala) (5 ed.). Kerala Sahitya Akademi. p. 511. ISBN 978-81-7690-251-9.
  7. Grimmett, Richard; Inskipp, Tim; P.O., Nameer (2007). Birds of Southern India [Thekke Indiayile Pakshikal (Malayalam version)]. Mumbai: BNHS.