କାଙ୍ଗୋଇ ସିଂହ
କାଙ୍ଗୋଇ ସିଂହ | |
|---|---|
| ବିଧାୟକ: ୮ମ ଓ ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୯୦ | |
| ପୂର୍ବ ଅଧିକାରୀ | ପୁରୁଷୋତ୍ତମ ନାଏକ |
| ପର ଅଧିକାରୀ | ସୁଦାମ ମାରାଣ୍ଡି |
| ନିର୍ବାଚନ ମଣ୍ଡଳୀ | ବାଙ୍ଗିରିପୋଷି |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩ ମାର୍ଚ୍ଚ ୧୯୨୮ |
| ମୃତ୍ୟୁ | ୨୨ ମଇ ୧୯୯୬ (ବୟସ ୬୮) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
| ଜୀବନ ସାଥୀ | ଏସ୍. ସିଂହ |
| ବାପା/ବୋଉ | ଗଙ୍ଗାଧର ସିଂହ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
କାଙ୍ଗୋଇ ସିଂହ (୩ ମାର୍ଚ୍ଚ ୧୯୨୮ - ୨୨ ମଇ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାଙ୍ଗୋଇ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]କାଙ୍ଗୋଇ ସିଂହ ୧୯୨୮ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗଙ୍ଗାଧର ସିଂହ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ଥିଲା ।[୧] ତାଙ୍କ ପତ୍ନୀଙ୍କ ନାମ ଏସ୍. ସିଂହ ।
ରାଜନୈତିକ ଜୀବନ
[ସମ୍ପାଦନା]କାଙ୍ଗୋଇ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]କାଙ୍ଗୋଇ ସିଂହ ୧୯୯୬ ମସିହାର ମଇ ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।