କଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK)

ଉଇକିପିଡ଼ିଆ‌ରୁ
Odisha State map

କଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK), ଭାରତୀୟ ରାଜ୍ୟ ଓଡ଼ିଶାର ଏକ ଅର୍ଥନୈତିକ ପଛୁଆ ଅଞ୍ଚଳ । ଏହି ଚିର ମରୁଡି ଗ୍ରସ୍ତ ଅଞ୍ଚଳ ଭାରତର ଏକ ସର୍ବାଧିକ ଅନଗ୍ରସର ଅଞ୍ଚଳ ଭାବରେ ପରିଚିତ । 

 ଭୌଗୋଳିକ ଅବସ୍ଥିତି  ୧୯୯୨ -୯୩ ମସିହା ପୂର୍ବରୁ ଏହି ଅଞ୍ଚଳ ୩ଟି ଜିଲା ତଥା କଳାହାଣ୍ଡି , ବଲାଙ୍ଗିରକୋରାପୁଟ ଭାବରେ ଥିଲା । ଏହା ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ  ଓ ଛତିଶଗଡ଼ ରାଜ୍ୟର  ସୀମାକୁ ଲାଗି ରହିଛି ।୧୯୯୨-୯୩ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ୮ଟି ଜିଲ୍ଲା ଭାବରେ ପୁନର୍ଗଠନ କରାଯାଇଥିଲା ।[୧] ଏହାଦ୍ୱାରା ସେହି ଅଞ୍ଚଳ ସବୁ ମାଲକାନଗିରି , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ରାୟଗଡା , ନୂଆପଡା , ବଲାଙ୍ଗିରସୁବର୍ଣପୁର , ଏହି ପରି ୮ଟି ସ୍ୱତନ୍ତ୍ର ଜିଲା ଭାବେ ଗଠିତ ହେଇଥିଲା । ଏହି ଆଠଟି ଜିଲ୍ଲାରେ ସମୁଦାୟ ୧୪ଟି ସବ୍ ଡିଭିଜନ , ୩୭ଟି ବ୍ଲକ , ୮୦ଟି CD ବ୍ଲକ ୧,୪୩୭ଟି ଗ୍ରାମ ପଞ୍ଚାଯତ , ଓ ୧୨,୨୯୩ଟି ଗ୍ରାମ ରହିଛି । KBK ଅଞ୍ଚଳର ଏହି ୮ଟି ଜିଲ୍ଲାର ସମୁଦାୟ ଲୋକସଂଖ୍ୟା ଓଡ଼ିଶା ରାଜ୍ୟର ୧୯.୭୨ % ହେଇଥିବା ବେଳେ ଆୟତନ ଅନୁସାରେ ଏହା ୩୦.୫୯ % ଅଞ୍ଚଳରେ ବ୍ୟାପ୍ତ । ଏହି ଅଞ୍ଚଳର ୯୦% ଲୋକ ଗ୍ରାମାଞ୍ଚଳରେ ବସବାସ କରିଥାନ୍ତି । ଏଠାରେ ଜନ ଘନତ୍ୱ ମାତ୍ର ୧୯୨ / ବର୍ଗ କିଲୋମିଟର । ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟର ଜନ ଘନତ୍ୱ ହାରାହାରି ୨୩୬/ ବର୍ଗ କିଲୋମିଟର ରହିଥିଲା । ଏହାର ସମୁଦାୟ ଆୟତନ ମଧ୍ୟରୁ ପ୍ରାୟ ଏକ ତୃତୀଯାଂଶ ବା ୧୬, ୧୩୧ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲରେ ପୂର୍ଣ । ଏହା ମଧ୍ୟରୁ ୫,୪୭୩ ବର୍ଗ କିଲୋମିଟର ଘଞ୍ଚ ଅରଣ୍ୟ ରହିଛି । [୨]

 ଶିକ୍ଷା ଓ ଅର୍ଥନୈତିକ ସ୍ଥିତି [ସମ୍ପାଦନା]

ଏହି ଅଞ୍ଚଳରେ ଶିକ୍ଷା ମଧ୍ୟ ଅତ୍ୟନ୍ତ ପଛୁଆ ଭାବରେ ରହିଛି । ପୁରୁଷ ସାକ୍ଷ୍ୟରତା ହାର ଜାତୀୟ ହାରଠାରୁ କମ ହେଇଥିବା ବେଳେ ମହିଳା ସାକ୍ଷ୍ୟରତା ହାର ମାତ୍ର ୨୪.୭୨ % ରହିଥିବା ୧୯୯୨  ଜନଗଣନା ଅନୁସାରେ ଜଣା ଯାଏ । ଏଠାରେ ଅଧିବାସୀମାନଙ୍କ ଆର୍ଥିକ ଅବସ୍ଥା ଅତି ଦରିଦ୍ର କୁହାଯାଇ ପାରେ । ୧୯୭୨ ମସିହାରେ ଦାରିଦ୍ରତା ସୀମା ରେଖା ତଳେ ଥିବା ପରିବାର ମାନଙ୍କ ଗଣନାରେ ଏହି ଅଞ୍ଚଳରେ ୭୨ % ପରିବାର ଦାରିଦ୍ରତା ସୀମା ରେଖା ତଳେ ରହିଥିବାର ଜଣାଯାଇଥିଲା । ଏହି ସଂଖ୍ୟା ୧୯୯୨ ଆକଳନରେ ୮୨ % ରହିଥିଲା । KBK ଅଞ୍ଚଳର ୪୯ଟି ବ୍ଲକକୁ "ଅତ୍ୟନ୍ତ ପଛୁଆ " ଘୋଷଣା କରାଯାଇଥିବା ବେଳେ ଅନ୍ୟ ୨୮ଟି ବ୍ଲକକୁ "ପଛୁଆ "ଭାବରେ ଚିହ୍ନଟ କରାଯାଇଥିଲା । ଏହି ଅଞ୍ଚଳରେ କ୍ରମାଗତ ବୃଷ୍ଟିହୀନତା ଜନିତ ମରୁଡି ଗ୍ରସ୍ତ ରହିବା ସହ ଅନାହାର , ପୃଷ୍ଟିହୀନତା , ସାଧାରଣ ସେବାରୁ ବଞ୍ଚିତ ହେବା ପରି କଠୋର ସମସ୍ୟା ସବୁ ରହିଆସିଛି । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହି ଅଞ୍ଚଳ ଯୋଗାଯୋଗ , ଜଳସେଚନ , ଚିକିସ୍ଥା ସୁବିଧା , ଶିକ୍ଷା ସୁବିଧା ଅନ୍ୟାନ୍ୟ ଜନ ସେବା ବିଷୟରେ ସାଧାରଣ ମାନ ଦଣ୍ଡ ଅନୁସାରେ ଖୁବ ପଛୁଆ ରହିଛି । 

 

କେବିକେ ଉନ୍ନୟନ ଯୋଜନା[ସମ୍ପାଦନା]

  କେନ୍ଦ୍ର ସରକାରଙ୍କ ଯୋଜନା ଆୟୋଗ KBK ଅଞ୍ଚଳକୁ ଏକ ବହୁତ ଅନୁନ୍ନତ ଅଞ୍ଚଳ ଭାବରେ ଚିହ୍ନଟ କରି ତାର ସ୍ୱତନ୍ତ୍ର ଉନ୍ନୟନ ପାଇଁ ଯୋଜନା ମାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଉନ୍ନୟନ ଯୋଜନା " ବିଜୁ କେବିକେ ଯୋଜନା " ନାମରେ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥା ଅନୁସାରେ ରାସ୍ତା ନିର୍ମାଣ , ପାନୀଯ ଜଳ ଯୋଗାଣ , ଜଳସେଚନ ଆଦି ବ୍ୟବସ୍ଥା ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।ଚିକିସ୍ଥାର ସୁଧାର ପାଇଁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆ ଯାଉଛି । [୩]

ବାହାର ଲିଙ୍କ  [ସମ୍ପାଦନା]

ଆଧାର[ସମ୍ପାଦନା]

  1. "The old districts of Koraput, Balangir and Kalahandi (popularly known as KBK districts ) have since 1992-93 been divided into eight districts: Koraput, Malkangiri, Nabarangpur, Rayagada, Balangir, Subarnapur, Kalahandi and Nuapada ", http://www.kbk.nic.in/ Archived 2017-01-15 at the Wayback Machine
  2. Although one third (16,131 sq. km.) of the geographical area of this region is recorded as forests, only 11.3 per cent (5,473 sq. km) is actually dense forest, http://nmap.nfi.org.in/article/kbk-crushed-under-callousness/
  3. * KBK, NREGA and rural employment: In Orissa, corruption robs the poor * Official web site of Kalahandi-Balangir-Koraput districts Archived 2017-01-15 at the Wayback Machine. * http://www.kbklive.com/ Archived 2017-02-02 at the Wayback Machine.