କପିଳ ନାରାୟଣ ତିୱାରୀ

ଉଇକିପିଡ଼ିଆ‌ରୁ
କପିଳ ନାରାୟଣ ତିୱାରୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଅନୁପ ସିଂହ ଦେଓ
ପର ଅଧିକାରୀଅନୁପ ସିଂହ ଦେଓ
ନିର୍ବାଚନ ମଣ୍ଡଳୀଖଡ଼ିଆଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-06-04)୪ ଜୁନ ୧୯୨୯
ମୃତ୍ୟୁ୨୧ ସେପ୍ଟେମ୍ବର ୨୦୨୨(2022-09-21) (ବୟସ ୯୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଆର୍. ପି. ଦେବୀ
ବାପା/ବୋଉବାଙ୍କେଲାଲ ତିୱାରୀ (ବାପା)
ବୃତ୍ତିରାଜନୀତିଜ୍ଞ

କପିଳ ନାରାୟଣ ତିୱାରୀ (୪ ଜୁନ ୧୯୨୯ - ୨୧ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କପିଳ ନାରାୟଣ ତିୱାରୀ ୧୯୨୯ ମସିହାର ଜୁନ ୪ ତାରିଖରେ ଖଡ଼ିଆଳଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ବାଙ୍କେଲାଲ ତିୱାରୀ ଓ ପତ୍ନୀଙ୍କ ନାମ ଆର୍. ପି. ଦେବୀ ।[୩] ସେ ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବଲାଙ୍ଗୀରରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

କପିଳ ନାରାୟଣ ତିୱାରୀ ଜଣେ ସାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]

ଛାତ୍ର ଜୀବନରେ ସେ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୧୯୬୫ ମସିହାର ସେବେକାର କୃଷକ ନେତା କିଷନ ପଟ୍ଟନାୟକଙ୍କ ସହ ମିଶି ଅବିଭକ୍ତ କଳାହାଣ୍ଡିନୂଆପଡ଼ା ଜିଲ୍ଲାର ମରୁଡ଼ି ଜନିତ ସମସ୍ୟା ପାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାକି ସଫଳାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅର୍ଥାଭାବରୁ ଛୁଆବିକ୍ରି ଘଟଣା ଏବଂ ଅନାହାର ମୃତ୍ୟୁ ସମସ୍ୟାକୁ ସେ ବିଶ୍ୱ ଦରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

କପିଳ ନାରାୟଣ ତିୱାରୀ ୨୦୨୨ ମସିହାର ସେପ୍ଟେମ୍ବର ୨୧ ତାରିଖ ଦିନ ମୃତ୍ୟୁବରଣ କରିଥଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. Satapathy, Sagarika (21 September 2022). "Vetran Sociolist & Ex Khariar MLA, Kapil Narayan Tiwari Passes Away". The News Insight (in English). Archived from the original on 23 September 2022. Retrieved 23 September 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "ଖଡ଼ିଆଳର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ପରଲୋକ". ସମ୍ବାଦ. ନୂଆପଡ଼ା/ଖଡ଼ିଆଳ. 22 September 2022. p. 9. Archived from the original on 23 September 2022. Retrieved 23 September 2022.
  3. ୩.୦ ୩.୧ "Shri Kapil Narayan Tiwari". odishaassembly.nic.in. Odisha Assembly. Retrieved 17 June 2021.
  4. "ଖଡ଼ିଆଳର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ପରଲୋକ". ସମ୍ବାଦ. ନୂଆପଡ଼ା/ଖଡ଼ିଆଳ: sambad.in. 22 September 2022. Archived from the original on 23 September 2022. Retrieved 23 September 2022.
  5. Pattnaik, Sagarika (22 September 2022). "ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣଙ୍କ ପରଲୋକ - Dharitri". Dharitri Odia News. ଖଡ଼ିଆଳ. Retrieved 23 September 2022.{{cite news}}: CS1 maint: url-status (link)