Jump to content

କପିଳ ନାରାୟଣ ତିୱାରୀ

ଉଇକିପିଡ଼ିଆ‌ରୁ
କପିଳ ନାରାୟଣ ତିୱାରୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭  ୧୯୮୦
ପୂର୍ବ ଅଧିକାରୀଅନୁପ ସିଂହ ଦେଓ
ପର ଅଧିକାରୀଅନୁପ ସିଂହ ଦେଓ
ନିର୍ବାଚନ ମଣ୍ଡଳୀଖଡ଼ିଆଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-06-04)୪ ଜୁନ ୧୯୨୯
ମୃତ୍ୟୁ୨୧ ସେପ୍ଟେମ୍ବର ୨୦୨୨(2022-09-21) (ବୟସ ୯୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଆର୍. ପି. ଦେବୀ
ବାପା/ବୋଉବାଙ୍କେଲାଲ ତିୱାରୀ (ବାପା)
ବୃତ୍ତିରାଜନୀତିଜ୍ଞ

କପିଳ ନାରାୟଣ ତିୱାରୀ (୪ ଜୁନ ୧୯୨୯ - ୨୧ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

କପିଳ ନାରାୟଣ ତିୱାରୀ ୧୯୨୯ ମସିହାର ଜୁନ ୪ ତାରିଖରେ ଖଡ଼ିଆଳଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ବାଙ୍କେଲାଲ ତିୱାରୀ ଓ ପତ୍ନୀଙ୍କ ନାମ ଆର୍. ପି. ଦେବୀ ।[] ସେ ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବଲାଙ୍ଗୀରରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

କପିଳ ନାରାୟଣ ତିୱାରୀ ଜଣେ ସାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ଛାତ୍ର ଜୀବନରେ ସେ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୧୯୬୫ ମସିହାର ସେବେକାର କୃଷକ ନେତା କିଷନ ପଟ୍ଟନାୟକଙ୍କ ସହ ମିଶି ଅବିଭକ୍ତ କଳାହାଣ୍ଡିନୂଆପଡ଼ା ଜିଲ୍ଲାର ମରୁଡ଼ି ଜନିତ ସମସ୍ୟା ପାଇଁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାକି ସଫଳାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଅର୍ଥାଭାବରୁ ଛୁଆବିକ୍ରି ଘଟଣା ଏବଂ ଅନାହାର ମୃତ୍ୟୁ ସମସ୍ୟାକୁ ସେ ବିଶ୍ୱ ଦରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

କପିଳ ନାରାୟଣ ତିୱାରୀ ୨୦୨୨ ମସିହାର ସେପ୍ଟେମ୍ବର ୨୧ ତାରିଖ ଦିନ ମୃତ୍ୟୁବରଣ କରିଥଲେ ।[] ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।[]

  1. Satapathy, Sagarika (21 September 2022). "Vetran Sociolist & Ex Khariar MLA, Kapil Narayan Tiwari Passes Away". The News Insight (in English). Archived from the original on 23 September 2022. Retrieved 23 September 2022.{{cite news}}: CS1 maint: unrecognized language (link)
  2. 1 2 3 "ଖଡ଼ିଆଳର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ପରଲୋକ". ସମ୍ବାଦ. ନୂଆପଡ଼ା/ଖଡ଼ିଆଳ. 22 September 2022. p. 9. Archived from the original on 23 September 2022. Retrieved 23 September 2022.
  3. 1 2 "Shri Kapil Narayan Tiwari". odishaassembly.nic.in. Odisha Assembly. Retrieved 17 June 2021.
  4. "ଖଡ଼ିଆଳର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ପରଲୋକ". ସମ୍ବାଦ. ନୂଆପଡ଼ା/ଖଡ଼ିଆଳ: sambad.in. 22 September 2022. Archived from the original on 23 September 2022. Retrieved 23 September 2022.
  5. Pattnaik, Sagarika (22 September 2022). "ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣଙ୍କ ପରଲୋକ - Dharitri". Dharitri Odia News. ଖଡ଼ିଆଳ. Retrieved 23 September 2022.{{cite news}}: CS1 maint: url-status (link)