କଇଳାଶ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
କଇଳାଶ ପଟ୍ଟନାୟକ
Kailash Pattanaik
ସାଳନ୍ଦୀ ସାହିତ୍ୟ ସଙ୍ଗମ, ଭଦ୍ରକରେ କଇଳାଶ ପଟ୍ଟନାୟକ
ଜନ୍ମ (1957-02-06) ୬ ଫେବୃଆରୀ ୧୯୫୭ (ବୟସ ୬୭)
ଜାତୀୟତାଭାରତୀୟ
ବୈବାହିକ-ସାଥୀଗିରିବାଳା ମହାନ୍ତି

କଇଳାଶ ପଟ୍ଟନାୟକ (ଜନ୍ମ : ୬ ଫେବୃଆରୀ ୧୯୫୭) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ । ସେ ସମାଲୋଚନା, କ୍ଷୁଦ୍ରଗଳ୍ପ, ଅନୁବାଦ ସାହିତ୍ୟରେ ନିଜ ଲେଖନି ଚାଳନା କରନ୍ତି ।[୧] ସେ ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଲୋକଗୀତ ଓ ଲୋକସଂସ୍କୃତି ଉପରେ ସେ ଅଧ୍ୟୟନ ଓ ଅନୁସନ୍ଧାନ କରିଛନ୍ତି ।

ଶିକ୍ଷା[ସମ୍ପାଦନା]

କଇଳାଶ, ଫକୀର ମୋହନ ମହାବିଦ୍ୟାଳୟରୁ ୧୯୭୫ ମସିହାରେ ସ୍ନାତକ, ୧୯୭୭ରେ ବିଶ୍ୱଭାରତୀରୁ ସ୍ନାତକୋତ୍ତର, ୧୯୮୫ରେ ପି.ଏଚ.ଡ଼ି ଶିକ୍ଷା ସମାପ୍ତ କରିଥିଲେ । ସେ ୧୯୮୯ ମସିହାରେ ବିଶ୍ୱଭାରତୀରୁ ଅସମୀୟା ଭାଷାରେ ଡିପ୍ଲୋମା ମଧ୍ୟ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ସମାଲୋଚନା[ସମ୍ପାଦନା]

  • ଓଡ଼ିଆ ଉପନ୍ୟାସର ସମାଜ ତତ୍ତ୍ବ - ୧୯୮୮ (ବିଦ୍ୟାପୁରୀ, କଟକ)
  • ଗଳ୍ପ ବନାମ ଗଳ୍ପ - ୧୯୯୮ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ)
  • ଲଳିତ ପାଲା - ୨୦୦୯ (ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର)
  • ଓଡ଼ିଶାର ଲୋକ କାହାଣୀ - ୨୦୦୮ (କାହାଣୀ, କଟକ)
  • ସ୍ଥାବରଜଙ୍ଗମ - ୨୦୦୭ (କାଦମ୍ବିନୀ ମିଡିଆ ପ୍ରା. ଲି., ଭୁବନେଶ୍ୱର)
  • ଶ୍ରେଷ୍ଠ ଗଳ୍ପ - ୨୦୧୬ (ଟାଇମ ପାସ, ଭୁବନେଶ୍ୱର)
  • ବିନୋଦ ଦ୍ୱାଦଶ - ୨୦୧୩ (ଟାଇମ ପାସ, ଭୁବନେଶ୍ୱର)
  • ସତ ଏକଶତ - ୨୦୦୪ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ)
  • ଫକୀର ମୋହନ ଦର୍ପଣ - ୨୦୦୬ (ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର)[୨]

ସମ୍ପାଦନା[ସମ୍ପାଦନା]

  • ଫକୀର ମୋହନଙ୍କ ଦୁଷ୍ପ୍ରାପ୍ୟ ରଚନାବଳୀ
  • A man without mask[୩]
  • ପ୍ରବନ୍ଧ ବଳୟ
  • ଗଳ୍ପମାଳା
  • ପ୍ରହରାଜଙ୍କ ଦୁଷ୍ପ୍ରାପ୍ୟ ଗଦ୍ୟରଚନା
  • ଓଡ଼ିଶାର ଲୋକକାହାଣୀ

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ଏକଦା ଅନ୍ତରଙ୍ଗ
  • ଦକ୍ଷିଣା ପବନ
  • ଏକାଠି ଏକା ଏକା
  • ଶୁଣ ଅବୋଲକରା

ଅନୁବାଦ[ସମ୍ପାଦନା]

  • ଗୀତାଞ୍ଜଳି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଡ଼ ଆର୍ତ୍ତବଲ୍ଲଭ ମେମୋରିଆଲ ଏସେ କମ୍ପିଟିସନ - ୧୯୭୭ ( ଉତ୍କଳ ବିଶ୍ୱବିଦ୍ୟାଳୟ )
  • ଶ୍ରେଷ୍ଠ କ୍ଷୁଦ୍ରଗଳ୍ପ ପ୍ରଜାତନ୍ତ୍ର ପୁରସ୍କାର - ୧୯୯୨
  • କହ୍ନେଇ କଥା ସମ୍ମାନ - ୧୯୯୭[୪]

ଆଧାର[ସମ୍ପାଦନା]

  1. National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
  2. "National Library Online Catalogue". opac.nationallibrary.gov.in. national library. Archived from the original on 12 March 2020. Retrieved 12 March 2020.
  3. Khageśvara Mahāpātra; Kailash Patnaik, Bikash Panda; Saurībandhu Kara (1998). A man without mask: Professor Khageswar Mahapatra felicitation volume. Prof. Khageswar Mahapatra Felicitation Committee.
  4. "Kailash Pattanaik". www.visvabharati.ac.in/. ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ. Retrieved 12 March 2020.