ଆଲୋଚନା:ଓଷ୍ଟିଓଆର୍ଥ୍ରାଇଟିସ

Page contents not supported in other languages.
ଉଇକିପିଡ଼ିଆ‌ରୁ

ସୁବାସ ସାର, ଆପଣ ଯେହେତୁ ଏଥିରେ ବିଶେଷଜ୍ଞ ତେଣୁ ନିଶ୍ଚିତ କରିପାରିବେ । କିନ୍ତୁ ହାଇସ୍କୁଲ ବହିରେ "ଅଷ୍ଠିଓପୋରୋସିସ" ଓ "ଅଷ୍ଟିଓଆର୍ଥ୍ରାଇଟିସ" ପଢ଼ିବା ମନେ ଅଛି । କେଉଁଟି ବେଶି ବ୍ୟବହୃତ ଜଣାଇଲେ ଜାଣିହୁଅନ୍ତା ପ୍ରକୃତ ଉଚ୍ଚାରଣ । --ସୁଭାସିସ ପାଣିଗାହି (ଆଳାପ) ୧୨:୧୮, ୭ ସେପ୍ଟେମ୍ବର ୨୦୧୫ (UTC)

ସୁଭାସିସ ବାବୁ, ଇଂରାଜୀରେ 'O' ଶବ୍ଦ କେବେ 'ଅ' ଉଚ୍ଚାରଣ ହେବା ମୋର ମନେ ପଡ଼ୁନି, open, odour, oh, oasis ଇତ୍ୟାଦି । ଶିକ୍ଷକମାନେ କାହିଁକି ସେମିତି ଲେଖୁଛନ୍ତି ଜଣାନାହିଁ । ଆମେ ମେଡିକାଲରେ ସମସ୍ତେ 'ଓ' ଉଚ୍ଚାରଣ କରୁ । 'ଓ' ତାହାର ସଠିକ ଉଚ୍ଚାରଣ । --Subas Chandra Rout (ମୋ ଆଲୋଚନା) ୧୦:୨୬, ୮ ସେପ୍ଟେମ୍ବର ୨୦୧୫ (UTC)
ସୁବାସ ସାର, ଆପଣଙ୍କ କଥା ସତ । ତେୱେ ସ୍ଥଳ ବିଶେଷରେ ମଧ୍ୟ ଉଚ୍ଚାରଣ ବଦଳେ । ଯେମିତି "orange" ପାଇଁ ଅରେଞ୍ଜ (ଓରେଞ୍ଜ ନୁହେଁ), "office" ପାଇଁ "ଅଫିସ" ("ଓଫିସ" ନୁହେଁ), ସେମିତି ସ୍କୁଲ ବହିରେ "ଅଷ୍ଟିଓଆର୍ଥ୍ରାଇଟିସ" ଏବଂ "ଅଷ୍ଠିଓପୋରୋସିସ" ପଢ଼ିବା ମୋର ମନେ ପଡ଼ୁଛି । ତେବେ ଆପଣ ଯେହେତୁ ଏଥିରେ ବିଶେଷଜ୍ଞ ତେଣୁ ଏ ବାବଦରେ ଆପଣ ମୋଠୁ ଅଧିକ ନିଶ୍ଚିତ ଭାବେ କହିପାରିବେ । ମୁଁ କେବଳ ପାଠକୀୟ ଅନୁଭୂତିରୁ କହିବା ବେଳେ ଆପଣ ଜଣେ ବିଶେଷଜ୍ଞ ଅନୁଭୂତିରୁ କହିବେ । --ସୁଭାସିସ ପାଣିଗାହି (ଆଳାପ) ୧୧:୦୫, ୮ ସେପ୍ଟେମ୍ବର ୨୦୧୫ (UTC)