ଓମ୍ଫାଲୋସିଲ

ଉଇକିପିଡ଼ିଆ‌ରୁ
Omphalocele
Omphalocoele, exomphalos
Dawing of an omphalocele
ଉଚ୍ଚାରଣ
ବିଭାଗPediatrics, medical genetics
ଲକ୍ଷଣIntestines, liver or other organs stick out through the belly button[୧]
ଆକ୍ରାନ୍ତ ସମୟIn the uterus[୨]
କାରଣUnclear[୧]
ବିପଦ କାରକAlcohol, smoking, obesity, certain medications[୧]
ରୋଗ ନିର୍ଣ୍ଣୟ ପଦ୍ଧତିBefore birth (blood tests, ultrasound), after birth[୧]
ସଠିକ ରୋଗ ନିର୍ଣ୍ଣୟGastroschisis, hernias of the umbilical cord[୨]
ଚିକିତ୍ସାSurgery, gradual reduction over time[୧]
Prognosis80% survival[୨]
ପୁନଃପୌନିକ1 in 4,200 births[୧]

ଓମ୍ଫାଲୋସିଲ (ଇଂରାଜୀ ଭାଷାରେ Omphalocele) ଶରୀରର ଏକ ଆଜନ୍ମ ତୃଟି ରୋଗ ଯେଉଁଥିରେ ଉଦର କାନ୍ଥର ତୃଟି ଯୋଗୁ ନାହି ବାଟ ଦେଇ ଅନ୍ତନଳୀ, ଯକୃତ କିମ୍ବା ଅନ୍ୟାନ୍ୟ ଅଙ୍ଗ‌ଗୁଡ଼ିକ ବାହାରକୁ ବାହାରିଥାଏ | [୧] ବାହାରକୁ ବାହାରିଥିବା ଅଙ୍ଗଗୁଡ଼ିକ ଏକ ପତଳା ଏବଂ ପ୍ରାୟ ସ୍ୱଚ୍ଛ ଥଳିରେ ଆଚ୍ଛାଦିତ ହୋଇଥାଏ | [୧] ରୋଗ ଜଟିଳ ହେଲେ ସଂକ୍ରମଣ, ଅଳ୍ପ ରକ୍ତ ପ୍ରବାହ, ଏବଂ ଫୁସଫୁସ ଛୋଟ ହୋଇପାରେ ।[୧]

ଏହାର କାରଣ ସାଧାରଣତଃ ଅସ୍ପଷ୍ଟ ରହିଛି | [୧] ବିପଦ କାରକଗୁଡ଼ିକ ମଧ୍ୟରେ ମଦ୍ୟପାନ, ଧୂମପାନ, ମେଦ ବ‌ହୁଳତା ଏବଂ କିଛି ଔଷଧ ରହିପାରେ | [୧] ବେକଉଇଥ-ଉଇଡରମାନ ସିଣ୍ଡ୍ରୋମ, ଟ୍ରାଇସୋମି ୧୮, ଟ୍ରାଇସୋମି ୨୧ କିମ୍ବା ପେଣ୍ଟାଲୋଜି ଅଫ କ୍ୟାଣ୍ଟ୍ରେଲ ରୋଗମାନଙ୍କ ସହିତ ଏହି ରୋଗ ଜଡ଼ିତ ହୋଇପାରେ | [୨] ଗର୍ଭଧାରଣର ଏକାଦଶ ସପ୍ତାହ ମଧ୍ୟରେ ଅନ୍ତନଳୀ ପେଟ ଭିତରକୁ ଫେରିବାରେ ଅନ୍ତର୍ନିହିତ ବିଫଳତା ଯୋଗୁ ଏହି ରୋଗ ସୃଷ୍ଟି ହୁଏ | [୧] ରକ୍ତ ପରୀକ୍ଷା ବା ଅଲଟ୍ରାସାଉଣ୍ଡ କରି ଜନ୍ମ ପୂର୍ବରୁ ରୋଗ ନିର୍ଣ୍ଣୟ କରାଯାଇପାରେ ଅଥବା ଜନ୍ମ ପରେ ନିର୍ଣ୍ଣୟ ହୁଏ । [୧]

ଓମଫାଲୋସିଲର ଆକାର ଉପରେ ଚିକିତ୍ସା ନିର୍ଭର କରେ | [୧] ଆକାର ଛୋଟ ଥିଲେ ଜନ୍ମ ପରେ ଅତି ଶୀଘ୍ର ଅସ୍ତ୍ରୋପଚାର କରାଯାଇପାରେ | [୧] ଆକାର ବଡ଼ ଥିଲେ ଅଙ୍ଗଗୁଡିକ ଏକ ବିଶେଷ ପଦାର୍ଥରେ ଆଚ୍ଛାଦିତ କରି ସମୟ କ୍ରମେ ଧୀରେ ଧୀରେ ପଛକୁ ଠେଲି ଦିଆଯାଏ | [୧] ଫୁସଫୁସ ଛୋଟ ଥିଲେ ବାୟୁ ଚଳାଚଳ ନିମନ୍ତେ ମେକାନିକାଲ ଭେଣ୍ଟିଲେଟର ଆବଶ୍ୟକ ହୋଇପାରେ। [୨] ଦୀର୍ଘକାଳୀନ ବଞ୍ଚିବା ହାର ପ୍ରାୟ ୮୦% ଓ ଏହା ଅନ୍ୟାନ୍ୟ ସଂପୃକ୍ତ ରୋଗ ଉପରେ ନିର୍ଭର କରେ । [୨]

ପ୍ରାୟ ୪,୨୦୦ ଜନ୍ମରେ ଜଣକର ଓମଫାଲୋସିଲ ଥିବା ଦେଖାଯାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ସପ୍ତଦଶ ଶତାବ୍ଦୀରେ ଏହି ଅବସ୍ଥା ପ୍ରଥମେ ଆମ୍ବ୍ରୋଜ ପାରେ ବର୍ଣ୍ଣନା କରିଥିଲେ ।[୩] ଏହା ଗ୍ୟାସ୍ଟ୍ରୋସ୍କିସିସ ରୋଗଠାରୁ ଏକ ପୃଥକ ରୋଗ ବୋଲି ୧୯୫୩ ମସିହାର ପ୍ରତିପାଦିତ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Facts about Omphalocele | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 5 December 2019. Retrieved 20 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Zahouani, T; Mendez, MD (January 2020). "Omphalocele". PMID 30085552. {{cite journal}}: Cite journal requires |journal= (help)
  3. MD, Robert Wyllie; MD, Jeffrey S. Hyams; MD, Marsha Kay (2015). Pediatric Gastrointestinal and Liver Disease (in ଇଂରାଜୀ). Elsevier Health Sciences. p. 654. ISBN 978-0-323-24099-4.
  4. MD, Robert Wyllie; MD, Jeffrey S. Hyams; MD, Marsha Kay (2015). Pediatric Gastrointestinal and Liver Disease (in ଇଂରାଜୀ). Elsevier Health Sciences. p. 654. ISBN 978-0-323-24099-4.