Jump to content

ଏଲୋରା ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଏଲୋରା ପଟ୍ଟନାୟକ
Born
ଏଲୋରା ପଟ୍ଟନାୟକ

(1968-09-05)ସେପ୍ଟେମ୍ବର ୫, ୧୯୬୮
ଟରଣ୍ଟୋ, ଓଣ୍ଟାରିଓ କାନାଡା
Citizenshipକାନାଡା
Educationଓଣ୍ଟାରିଓ, କାନାଡାର ଏମ.ଏମ. ରବିନସନ ହାଇସ୍କୁଲ, ଓଡ଼ିଶୀ ନୃତ୍ୟ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା
Occupationsଭାରତୀୟ ଓ କାନାଡିୟାନ ଫିଲ୍ମ ଓ ଥିଏଟର ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟାଂଗନା
Parent(s)ବାପା : ପ୍ରମୋଦ ପଟ୍ଟନାୟକ, ମାଆ : ଚିତ୍ରଲେଖା ପଟ୍ଟନାୟକ
Relativesଭାଇ : ଦେବରାଜ ପଟ୍ଟନାୟକ

ଏଲୋରା ପଟ୍ଟନାୟକ (ଜନ୍ମ: ୫ ସେପ୍ଟେମ୍ବର ୧୯୬୮) ଜଣେ ଭାରତୀୟ, କାନାଡିଆନ ଫିଲ୍ମ ଓ ଥିଏଟର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବାଲ୍ୟ ଜୀବନ

[ସମ୍ପାଦନା]

କାନାଡ଼ାର ଟରଣ୍ଟୋ ସହରରେ ଜନ୍ମିତ ଏଲୋରା ହେଉଛନ୍ତି ତାଙ୍କ ବାପା ମାଆଙ୍କର ବଡ଼ ଝିଅ । ତାଙ୍କ ତଳେ ସାନ ଭାଇ ଦେବରାଜ ପଟ୍ଟନାୟକ ଜନ୍ମ ହୋଇଥିଲେ ଯିଏ ତାଙ୍କଠାରୁ ବୟସରେ ସାତ ବର୍ଷ ସାନ । ତାଙ୍କ ବାବା ମାଆ ଶ୍ରୀ ପ୍ରମୋଦ ଓ ଶ୍ରୀମତୀ ଚିତ୍ରଲେଖା ପଟ୍ଟନାୟକ ଓଡ଼ିଶାରେ ଜନ୍ମିତ ଓ ୧୯୬୦ରେ ଭାରତ ଛାଡ଼ି କାନାଡା ଚାଲି ଯାଇଛନ୍ତି । ନିଜ ପରିବାରବର୍ଗଙ୍କ ସହ ବାରମ୍ବାର ଭାରତ ଯାତ୍ରା କରିବା ପରେ ତାଙ୍କ ବାପା ପ୍ରଥମେ କାନାଡାର ଓକାଭିଲେ ଓ ପରେ ପରେ ବର୍ଲିଂଟନ, ଓଣ୍ଟାରିଓରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ। ସେ ଓଣ୍ଟାରିଓର ଏମ.ଏମ. ରବିନସନ ହାଇସ୍କୁଲରୁ ଶିକ୍ଷା ପାଇଛନ୍ତି। ୧୯୮୬ରେ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ସ୍ୱର୍ଗତ କେଳୁଚରଣ ମହାପାତ୍ର ତାଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାପାଇଁ ଚୟନ କରିଥିଲେ। ଫଳତଃ ସେ ଓଡ଼ିଶୀ ନୃତ୍ୟ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା, ଭାରତକୁ ନୃତ୍ୟ ଅଧ୍ୟୟନ ଓ ଅଭ୍ୟାସ ପାଇଁ ଚାଲି ଆସିଥିଲେ ।

ନୃତ୍ୟ ପ୍ରଶିକ୍ଷଣ

[ସମ୍ପାଦନା]

ଏଲୋରାଙ୍କ ପ୍ରଥମ ଓ ମୂଳ ନୃତ୍ୟ ଗୁରୁ ହେଉଛନ୍ତି, ତାଙ୍କ ମାଆ ଚିତ୍ରଲେଖା ପଟ୍ଟନାୟକ, ଯିଏ ତାଙ୍କୁ କଞ୍ଚା ବୟସରୁ ଓଡ଼ିଶୀ ଶିଖାଉଥିଲେ । ଏହା ଛଡ଼ା ସେ ମଧ୍ୟ ପଦ୍ମଶ୍ରୀ ସ୍ୱର୍ଗତ ପଙ୍କଜ ଚରଣ ଦାସ, ସ୍ୱର୍ଗତ ପଦ୍ମଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କଠାରୁ ଶିକ୍ଷା ଲାଭ କରିଥିଲେ।

ଅଭିନୟ

[ସମ୍ପାଦନା]

ଏଲୋରା ଆମେରିକୀୟ ନାଟ୍ୟକଳା ଏକାଡେମୀ (American Academy of Dramatic Arts)ରୁ ୧୯୯୨ଠାରୁ ୧୯୯୪ ଯାଏ ଶିକ୍ଷାଲାଭ କରିଥିଲେ ଓ ପରେ ପରେ ତୃତୀୟ ବର୍ଷରେ ସେ ଏହି କମ୍ପାନୀର ସଦସ୍ୟ ମଧ୍ୟ ହୋଇ ଯାଇଥିଲେ। ସେ ଚଳଚ୍ଚିତ୍ର, ଦୂରଦର୍ଶନ, ଥିଏଟର(ରଙ୍ଗମଞ୍ଚ) ଇତ୍ୟାଦିରେ ଅଭିନୟ କରିଛନ୍ତି। ୨୦୦୯ରେ ସେ କାନାଡା ଦୂରଦର୍ଶନ YTV (ୱାଇଟିଭି)ର ପ୍ରସିଦ୍ଧ ଧାରାବାହିକ ହାଓ ଟୁ ବି ଇଣ୍ଡି(How To Be Indie)ରେ ଇଣ୍ଡି ମେହେଟାଙ୍କ ମାଆ ଜ୍ୟୋତି ମେହେଟା ଭୂମିକାରେ ଅଭିନୟ କରିଥିଲେ। [] ସେ ୨୦୧୦ରେ ଏହି ଧାରାବାହିକର ସିଜନ ୨ରେ ଆଉଥରେ ମଧ୍ୟ ଅଭିନୟ କରିଥିଲେ।[]

କର୍ମ ଜୀବନ

[ସମ୍ପାଦନା]

ଓଡ଼ିଶି ନୃତ୍ୟଗୁରୁ

[ସମ୍ପାଦନା]

ଏଲୋରା ୧୯୮୦ମସିହାର ମଧ୍ୟବର୍ତ୍ତି କାଳରୁ ଓଡ଼ଶି ନାଚ ଶିକ୍ଷା ଦେଉ ଅଛନ୍ତି। ୧୯୯୦ରୁ ସେ ଚିତ୍ରଲେଖା ନୃତ୍ୟ ଏକାଡେମୀର ଏକଜିକ୍ୟୁଟିଭ ଡାଇରେକ୍ଟର ପଦବୀ ମଣ୍ଡନ କରିଛନ୍ତି।

ରଙ୍ଗମଞ୍ଚ

[ସମ୍ପାଦନା]
ନାଟକର ନାମଭୂମିକାସଂସ୍ଥାମସିହା
"ଲେଫ୍ଟ "'ବବିରସିକ ଆର୍ଟସ୨୦୦୪
"ଉମରାଓ ଜାନ ଅଦା "ଉମରାଓରସିକ ଆର୍ଟସ୨୦୦୧
" ନାଗ ମଣ୍ଡଳ "ରାଣୀଟାରାଗନ ଥିଏଟର୧୯୯୭
" ଷ୍ଟାଣ୍ଡିଂ ଅନ୍ ମାଇ ନିଜ୍ "କାଥେରିନନ୍ୟୁୟର୍କ ଥିଏଟର୧୯୯୫
" ସେ ଗୁଡନାଇଟ ଗ୍ରେସି"କାଥେରିନନ୍ୟୁୟର୍କ ଥିଏଟର
"ଦ ହେଦି କ୍ରେନିଂକଲସ୍"ବେକି/ବେଷ୍ଟିନ୍ୟୁୟର୍କ ଥିଏଟର
"ଦ କଣ୍ଟ୍ରି ୱାଇଫ୍"ଲୁସିନ୍ୟୁୟର୍କ ଥିଏଟର
"ଦ ସିଗଲ"ଚାକରାଣୀନ୍ୟୁୟର୍କ ଥିଏଟର
"ହାଉସ ଅଫ ବ୍ଲୁ ଲିଭସ୍"ଛୋଟ ନନ୍ନ୍ୟୁୟର୍କ ଥିଏଟର
  1. "DECODE Strikes How to Be Indie Sales". World-Screen via The TV Realist.com. 7 January 2010. Retrieved September 20, 2010.[permanent dead link]
  2. "Corus Entertainment announces its Fall 2010 programming lineup for YTV, Nickelodeon and Treehouse". www.digitaljournal.com. 4 August 2010. Retrieved September 20, 2010.

ବାହାର ଆଧାର

[ସମ୍ପାଦନା]