ଝିଅ

ଉଇକିପିଡ଼ିଆ‌ରୁ
ଝିଅଟିଏ କାଗଜ କଣ୍ଢେଇ ସହ ଖେଳୁଛି

ଶବ୍ଦାର୍ଥ[ସମ୍ପାଦନା]

  • ଲିଙ୍ଗଗତ ଦୃଷ୍ଟିରୁ ପୁରୁଷ ଓ ସ୍ତ୍ରୀ ଭାବରେ ଯଦି ମଣିଷ ଜାତିକୁ ଦୁଇଭାଗ କରାଯାଏ, ତେବେ ଝିଅ ବାଳା ବା ବାଳିକା, ହେଉଛି ଜନ୍ମଜାତ ସ୍ତ୍ରୀ-ମଣିଷ (ବିପରୀତ ଲିଙ୍ଗ - ପୁଅ)।
  • ଆଉ ମଧ୍ୟ ସ୍ତ୍ରୀ-ସନ୍ତାନକୁ ଝିଅ, ଦୁହିତା ବା କନ୍ୟା କୁହାଯାଏ। ଏହାର ବିପରୀତରେ ପୁରୁଷ-ସନ୍ତାନକୁ ପୁଅ କୁହାଯାଏ।
  • ଏହାଛଡା କିଶୋରୀ (ଅଳ୍ପ ବୟସ୍କା ନାରୀମାନଙ୍କୁ ମଧ୍ୟ ଝିଅ କୁହାଯାଏ। ଜନ୍ମରୁ ଯୌବନ ଅବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ନାରୀକୁ ଝିଅ ବୋଲି କୁହାଯାଏ। ପ୍ରାପ୍ତ ବୟସ୍କା ହେଲାପରେ ତାକୁ ମହିଳା ବା ସ୍ତ୍ରୀ-ଲୋକ ବୋଲି ପରିଗଣିତ କରାଯାଏ।
  • ଅନେକ ସମୟରେ ଅବିବାହିତ ନାରୀକୁ ମଧ୍ୟ ଝିଅ କୁହାଯାଏ।
  • ସାଧାରଣତଃ ନିଜଠାରୁ ବୟସରେ ସାନ କୌଣସି ଅପରିଚିତା ବାଳିକାକୁ ଦେଖିଲେ ‘ଝିଅ’ ବୋଲି ସମ୍ବୋଧନ କରାଯାଏ।[୧]

ଜୀବ-ବିଜ୍ଞାନଗତ ସ୍ୱତନ୍ତ୍ରତା[ସମ୍ପାଦନା]

ଉଭୟ ବାପା ଓ ମାଆଙ୍କଠାରୁ ଗୋଟିଏ ଲେଖାଏଁ ଦୁଇଟି ଏକ୍ସ-କ୍ରୋମୋଜମ (X chromosome)(XX)ଆନୁବଂଶିକ ରୂପେ ଝିଅମାନଙ୍କଠାରେ ଆସିଥିବାରୁ ସେମାନଙ୍କଠାରେ ସ୍ତ୍ରୀ-ସୁଲଭ ଗୁଣ ବିକଶିତ ହୋଇଥାଏ।[୨]

ସାମାଜିକ ସ୍ଥିତି[ସମ୍ପାଦନା]

ଗୋଟିଏ ପରିବାରରେ ତଥା ମଣିଷ ସମାଜରେ ଝିଅର ସ୍ଥାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗୃହକାର୍ଯରେ ସାହାଯ୍ୟ କରିବା ଏବଂ ଗୃହ ମଧ୍ୟରେ ସମୟ ବିତାଇବା ଝିଅର ଭୂମିକା ବୋଲି ଏକ ଧାରଣା ଓ ପ୍ରଥା ପୁର୍ବଦେଶମାନଙ୍କରେ ରହିଛି। କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଝିଅର ଭୂମିକା ସାମାନ୍ୟ ଭିନ୍ନ। ପୂର୍ବ ଦେଶ ଅପେକ୍ଷା ପାଶ୍ଚାତ୍ୟ ଦେଶ ମାନଙ୍କରେ ଝିଅଙ୍କୁ ଅଧିକ ସ୍ୱାଧୀନତା ଦିଆଯାଏ । ତେବେ ଆଧୁନିକ ସମୟରେ ପୁର୍ବଦେଶମାନଙ୍କରେ ମଧ୍ୟ ଝିଅମାନଙ୍କ ଭୂମିକା ଓ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯଦ୍ୟପି ପୁରାକାଳରୁ ଝିଅ ମଣିଷ ସମାଜରେ ଅବହେଳିତ, ତେବେ ମଧ୍ୟ ଝିଅଙ୍କ ବିନା ଏକ ସମ୍ପୂର୍ଣ୍ଣ ସମାଜ କଲ୍ପନା କରାଯାଇ ନ ପାରେ ।

ଆଧାର[ସମ୍ପାଦନା]

  1. ଝିଅ Archived 2013-09-29 at the Wayback Machine.retrieved 24 May 2012
  2. Ambiguous genitaliaretrieved 3 February 2012