ଏଣ୍ଡୋମେଟ୍ରିଆଲ ପଲିପ
| Endometrial polyp | |
|---|---|
| Uterine polyp | |
| ଫାଇଲ:Endometrial polyp1.png Endometrial polyp at hysteroscopy | |
| ବିଭାଗ | Gynaecology |
| ଲକ୍ଷଣ | None, abnormal vaginal bleeding, infertility[୧] |
| ଆକ୍ରାନ୍ତ ସମୟ | Around menopause[୧] |
| କାରଣ | Unknown[୧] |
| ବିପଦ କାରକ | Tamoxifen[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Transvaginal ultrasonography, color doppler, hysteroscopy, histology[୨] |
| ସଠିକ ରୋଗ ନିର୍ଣ୍ଣୟ | Uterine fibroid[୩] |
| ଚିକିତ୍ସା | Surgery (Polypectomy)[୨] |
| Prognosis | 11% to 30% hyperplasia, 0.5% to 3% cancer, some resolve without treatment[୧][୩] |
| ପୁନଃପୌନିକ | Common[୪] |
ଏଣ୍ଡୋମେଟ୍ରିଆଲ ପଲିପ, ଅନ୍ୟ ନାମ ଗର୍ଭାଶୟ ପଲିପ, ହେଉଛି ଗର୍ଭାଶୟର ଭିତରେ ହୋଇଥିବା ଏକ ବର୍ଦ୍ଧନ ।[୧] ଏହାର କୌଣସି ଲକ୍ଷଣ ନ ଥାଇପାରେ କିନ୍ତୁ ଏହା ଫଳରେ ଅସ୍ୱାଭାବିକ ଯୋନୀପଥ ରକ୍ତସ୍ରାବ ଏବଂ ଗର୍ଭବତୀ ହେବାରେ ଅସୁବିଧା ହୋଇପାରେ ।[୧] ଏହାର ଆକାର ଭିନ୍ନ ଭିନ୍ନ ହୋଇପାରେ; ବହୁତ ଛୋଟରୁ ବଡ଼ ଆକାର ହୋଇ ସମଗ୍ର ଗର୍ଭାଶୟ ଭରିବା ଭଳି ଆକାର ହୋଇପାରେ ।[୨] ଗୋଟିଏ କିମ୍ବା ଅନେକ ବର୍ଦ୍ଧନ ଥାଇପାରେ ଏବଂ ସେମାନଙ୍କର ସାଧାରଣତଃ ଏକ ଡେମ୍ପ ଥାଏ ଯାହାର ଆକାର ସଂକୀର୍ଣ୍ଣ କିମ୍ବା ପ୍ରଶସ୍ତ ହୋଇପାରେ ।[୧] ଯଦି ଡେମ୍ପ ଯଥେଷ୍ଟ ଲମ୍ବା ହୁଏ ତେବେ ଏହା ଯୋନୀ ଭିତରକୁ ଲମ୍ବିଯାଇପାରେ ।[୩]
ଏହାର କାରଣ ଜଣା ପଡ଼ିନାହିଁ ।[୧] ଏଣ୍ଡୋକ୍ରାଇନ୍ ଗ୍ରନ୍ଥିଗୁଡିକ ଅତ୍ୟଧିକ ବୃଦ୍ଧି ପ୍ରାପ୍ତ ହୋଇଥାଏ ଓ ସେଥିରେ ଷ୍ଟ୍ରୋମା ଏବଂ ରକ୍ତବାହୀ ନଳୀ ମଧ୍ୟ ରହିଥାଏ ଏବଂ ସାଧାରଣତ ଗର୍ଭାଶୟର ଭିତର ପାର୍ଶ୍ୱର ଉର୍ଦ୍ଧ୍ୱ ଭାଗରେ ଅବସ୍ଥିତ ଥାଏ ।[୧] [୩] ଅଧିକାଂଶ ରୋଗ ୪୦ ଏବଂ ୫୦ ଦଶକରେ ହୁଏ; ଋତୁବନ୍ଦ ସମୟରେ ବା ମେନୋପୋଜର ଏବଂ ପରେ ହୋଇପାରେ ଏବଂ ବିଶେଷତଃ ଯଦି ଟାମୋକ୍ସିଫେନ୍ ଔଷଧ ସେବନ କରନ୍ତି, ଯେତେବେଳେ ପଲିପ ଏକାଧିକ ସଂଖ୍ୟକ ଏବଂ ବଡ଼ ହେବାର ସମ୍ଭାବନା ଥାଏ ।[୧] ଟ୍ରାନ୍ସଭାଜାଇନାଲ ଅଲଟ୍ରାସୋନୋଗ୍ରାଫିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଯାହାର ସଠିକତା ରଙ୍ଗ ଡୋପଲର ସହିତ ଉନ୍ନତ ହୋଇଥାଏ ।[୨] ହାଇଷ୍ଟେରୋସ୍କୋପି ସମୟରେ ଥରେ କାଟି ଦିଆଯାଇଥିବା ପଲିପର ମାଇକ୍ରୋସ୍କୋପିକ୍ ପରୀକ୍ଷାଦ୍ୱାରା ରୋଗ ନିଶ୍ଚିତ କରାଯାଏ ।[୨]
କିଛି ରୋଗ ବିନା ଚିକିତ୍ସାରେ ଉପଶମ ହୋଇଯାଏ ।[୩] ଅଧିକ ସଂଖ୍ୟକ କ୍ଷେତ୍ରରେ ଏହା ଅଣ-କର୍କଟ ଥାଏ ଯାହା ମଧ୍ୟରୁ ୧୧-୩୦% କ୍ଷେତ୍ରରେ ହାଇପରପ୍ଲାସିଆ କିମ୍ବା କର୍କଟ ରୋଗ ହୋଇପାରେ ।[୧] ଏଣ୍ଡୋମେଟ୍ରିଆଲ୍ ପଲିପ୍ ଏକ ସାଧାରଣ ରୋଗ ଅଟେ ।[୪] ଅଧିକାଂଶ ରୋଗ ଋତୁବନ୍ଦ ସମୟ ପାଖାପାଖି ୪୦ରୁ ୫୦ ଦଶକରେ ହୁଏ । [୧]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 WHO Classification of Tumours Editorial Board, ed. (2020). "6. Tumours of the uterine corpus: Endometrial polyp". Female genital tumours: WHO Classification of Tumours. Vol. 4 (5th ed.). Lyon (France): International Agency for Research on Cancer. p. 268. ISBN 978-92-832-4504-9. Archived from the original on 2022-06-17. Retrieved 2022-08-01.
- 1 2 3 4 5 Vitale, Salvatore Giovanni; Haimovich, Sergio; Laganà, Antonio Simone; Alonso, Luis; Di Spiezio Sardo, Attilio; Carugno, Jose (May 2021). "Endometrial polyps. An evidence-based diagnosis and management guide". European Journal of Obstetrics, Gynecology, and Reproductive Biology. 260: 70–77. doi:10.1016/j.ejogrb.2021.03.017. ISSN 1872-7654. PMID 33756339. Archived from the original on 2022-08-02. Retrieved 2022-08-01.
- 1 2 3 4 5 Nijkang, NP; Anderson, L; Markham, R; Manconi, F (2019). "Endometrial polyps: Pathogenesis, sequelae and treatment". SAGE open medicine. 7: 2050312119848247. doi:10.1177/2050312119848247. PMID 31105939. Archived from the original on 2022-05-24. Retrieved 2022-08-01.
- 1 2 Raz, Nili; Feinmesser, Larissa; Moore, Omer; Haimovich, Sergio (October 2021). "Endometrial polyps: diagnosis and treatment options - a review of literature". Minimally invasive therapy & allied technologies: MITAT: official journal of the Society for Minimally Invasive Therapy. 30 (5): 278–287. doi:10.1080/13645706.2021.1948867. ISSN 1365-2931. PMID 34355659. Archived from the original on 2022-08-02. Retrieved 2022-08-01.