ଜରାୟୁ ଫାଇବ୍ରଏଡ
ଜରାୟୁ ଫାଇବ୍ରଏଡ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gynecology |
ଆଇସିଡ଼ି-୧୦ | D25. |
ଆଇସିଡ଼ି-୯-ସିଏମ୍ | 218 |
ଓଏମ୍ଆଇଏମ୍ | 150699 |
ରୋଗ ଡାଟାବେସ | 4806 |
ମେଡ଼ିସିନ-ପ୍ଲସ | 000914 |
ଇ-ମେଡ଼ିସିନ | radio/777 |
Patient UK | ଜରାୟୁ ଫାଇବ୍ରଏଡ |
MeSH | D007889 |
ଜରାୟୁ ଫାଇବ୍ରଏଡ, (ଇଂରାଜୀ ଭାଷାରେ ୟୂଟେରାଇନ ଫାଇବ୍ରଏଡ ବା ୟୁଟେରାଇନ ଲିଓମାୟୋମା ବା ମାୟୋମା ବା ଫାଇବ୍ରୋମାୟୋମା ବା ଫାଇବ୍ରୋଲିଓମାୟୋମା ଯଥାକ୍ରମେ Uterine fibroids, also known as uterine leiomyoma, myoma, fibromyoma, fibroleiomyoma), ଜରାୟୁର ଏକ ବିନାଇନ ସ୍ମୁଥ ମାଂସପେଶୀ ଅର୍ବୁଦ । ରୋଗ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟମାନଙ୍କର ଋତୁସ୍ରାବ ଶୂଳ ହୁଏ ବା ଅଧିକ ଋତୁସ୍ରାବ ହୁଏ । ଏହାର ଚାପ ମୂତ୍ରାଶୟ ଉପରେ ପଡ଼ିଲେ ବାରମ୍ବାର ମୂତ୍ରତ୍ୟାଗ କରିବା ଆବଶ୍ୟକ ହୁଏ । ଅଣ୍ଟାବିନ୍ଧା ଓ କଷ୍ଟଦାୟକ ଯୌନ ସଙ୍ଗମ ହୁଏ । ଜଣେ ମହିଳାର ଏକ ବା ତତୋଧିକ ଜରାୟୁ ଫାଇବ୍ରଏଡ ହୋଇପାରେ । ବେଳେ ବେଳେ ଗର୍ଭାଧାନ କରିବା କଷ୍ଟକର ହୁଏ । [୧]
ଏହାର ସଠିକ କାରଣ ଅଦ୍ୟାବଧି ଅଜ୍ଞାତ । ଫାଇବ୍ରଏଡ ପାରିବାରିକ ଦେଖାଯାଏ ଓ ହରମୋନ ସ୍ତର ଉପରେ ନିର୍ଭରଶୀଳ ଥାଏ । ସଙ୍କଟକାରୀ ଅବସ୍ଥାମାନଙ୍କର ନାମ ଯଥାକ୍ରମେ ମୋଟାପଣ ଓ ଅଧିକ ଲାଲ ମାଂସ ଭକ୍ଷଣ । ପେଲଭିସ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧]
ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏ ନାହିଁ । ସ୍ୱଳ୍ପ ଲକ୍ଷଣ ବିଶିଷ୍ଟ ହୋଇଥିଲେ ଆଇବୁପ୍ରୋଫେନ ବା ପାରାସେଟାମଲ ଦେଲେ ଉପକାର ମିଳେ । ଅତ୍ୟଧିକ ଋତୁସ୍ରାବ ହେଉଥିଲେ ଲୌହ ପରିପୂରକ ଆବଶ୍ୟକ ହୁଏ । ଗୋନାଡୋଟ୍ରୋପିନ ହରମୋନ ଆଗୋନିସ୍ଟ ଔଷଧ ଦେଲେ ଫାଇବ୍ରଏଡ ଆକାର କମିଯାଏ କିନ୍ତୁ ଏହି ଔଷଧ ଅତି ଦାମିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅଧିକ ଥାଏ । ଅତ୍ୟଧିକ ଲକ୍ଷଣଯୁକ୍ତ ଥିଲେ ଅପରେଶନ କରି ଫାଇବ୍ରଏଡ ବା ଜରାୟୁ ବାହାର କରିଦିଆଯାଏ । ଜରାୟୁ ଧମନୀ ଏମ୍ବୋଲାଇଜେସନ ସାହାଯ୍ୟ କରିପାରେ । କର୍କଟ ସ୍ୱରୁପ କ୍ୱଚିତ ଦେଖାଯାଏ ଓ ଏହାକୁ ଲିଓମାୟୋସାର୍କୋମା କୁହାଯାଏ । ଏହା ବିନାଇନ ଫାଇବ୍ରଏଡରୁ ଜାତ ହୁଏ ନାହିଁ । [୧]
ପଚାଶ ବର୍ଷ ମଧ୍ୟରେ ୨୦ରୁ ୮୦ % ମହିଳାଙ୍କର ଫାଇବ୍ରଏଡ ହୁଏ । [୧] ସନ ୨୦୧୩ର ଆକଳନ ଅନୁସାରେ ୧୭୧ ନିୟୁତ ମହିଳାଙ୍କର ଏହି ରୋଗ ହୋଇଥିଲେ । [୨] ମଧ୍ୟମ ଓ ଶେଷ ପ୍ରଜନନକ୍ଷମ ମହିଳାଙ୍କର ଏହି ରୋଗ ହୁଏ । ଋତୁବନ୍ଦ ପରେ ଏହାର ଆକାର କମିଯାଏ । [୧] ହିସ୍ଟେରେକ୍ଟୋମି ଅପରେଶନ ଫାଇବ୍ରଏଡ ରୋଗ ନିମନ୍ତେ ଆମେରିକାରେ ଏକ ସାଧାରଣ କାରଣରୂପେ ବିବେଚିତ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Uterine fibroids fact sheet". Office on Women's Health. January 15, 2015. Retrieved 26 June 2015.
- ↑ Global Burden of Disease Study 2013, Collaborators (5 June 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). PMID 26063472.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Wallach EE, Vlahos NF (August 2004). "Uterine myomas: an overview of development, clinical features, and management". Obstet Gynecol. 104 (2): 393–406. doi:10.1097/01.AOG.0000136079.62513.39. PMID 15292018.