ଏକାନଂଶା

ଉଇକିପିଡ଼ିଆ‌ରୁ
Three individuals without attributes, possibly deities Samkarsana, Vāsudeva and Ekanamsha, on a punch-marked coin, 4th-2nd century BCE.[୧]
Balarama, Vāsudeva and the goddess Ekanamsha shown in a rock painting at Tikla, 3rd-2nd century BCE.[୨]

ଏକାନଂଶା (ସଂସ୍କୃତ: एकानंशा; Ekānaṁśā) ଜଣେ ହିନ୍ଦୁ ଦେବୀ । ବିଷ୍ଣୁଙ୍କରଯୋଗମାୟାଙ୍କର ଅସତ୍ୟ ଶକ୍ତି ସହକାରେ ତାଙ୍କୁ ଚିହ୍ନଟ କରାଯାଏ ।[୩] ଏହି ଦେବୀ ବିଷ୍ଣୁଙ୍କୁ ପୂଜା କରୁଥିବା ବିଶ୍ୱାସ କରାଯାଏ ।[୪] କୃଷ୍ଣ, ବଳରାମ ଓ ଏକାନଂଶା ମଥୁରାରେ ଶତାବ୍ଦୀ ଆରମ୍ଭରେ ଥିବା ଜଣାଯାଏ ।[୫] ଆଉ ମଧ୍ୟ ବସୁଦେବରୋହିଣୀଙ୍କ କନ୍ୟା ସୁଭଦ୍ରା ରୂପରେ ଏକାନଂଶା ଅବତାର ହୋଇଥିଲେ ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ସଂସ୍କୃତରେ ଏକାନଂଶା ଶବ୍ଦର ଅର୍ଥ “ଏକକ ଅଂଶହୀନ” ଓ ଏହା ଅମାବାସ୍ୟାର ଏକ ନାମ ।[୬] ଏହାର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି ସେ ବିଷ୍ଣୁଙ୍କର ଏକ ଅଂଶ ହୋଇଥିବାରୁ ତାଙ୍କୁ ଏକାନଂଶ ନାମ ଦିଆଯାଇଛି ।

ସାହିତ୍ୟ[ସମ୍ପାଦନା]

ହରିବଂଶ[ସମ୍ପାଦନା]

ଆଧୁନିକ ସ୍କଲାର ଏସ ସି ମୁଖାର୍ଜୀଙ୍କର ମତରେ ହରିବଂଶ ପୁରାଣରେ ଏକାନଂଶ ଥିଲେ ବିଷ୍ଣୁଙ୍କର ଏକ ଶକ୍ତି ଥିଲେ ଯାହାଙ୍କୁ ଦେବୀ ଏକାଦଶୀ କୁହାଯାଉଥିଲା । ସେ ନନ୍ଦଙ୍କର କନ୍ୟା ଭାବରେ ଶିଶୁ କୃଷ୍ଣଙ୍କୁ କଂସ ଦାଉରୁ ସୁରକ୍ଷା ଦେବା ପାଇଁ ଅବତାର ହୋଇଥିଲେ ।[୭] ହରିବଂଶରେ ସେ ବିଷ୍ଣୁଙ୍କର ଭଗିନୀ ଥିଲେ ଯାହା ଯୋଗୁ ତାଙ୍କୁ ବିମଳା ଦେବୀ ଓ ଯୋଗମାୟା ବର୍ଣ୍ଣନା ଦିଆଯାଏ ।

ବିଷ୍ଣୁଧର୍ମୋତ୍ତର ପୁରାଣ[ସମ୍ପାଦନା]

ବିଷ୍ଣୁଧର୍ମୋତ୍ତର ପୁରାଣରେ ଗାନ୍ଧାରୀ ଭାବରେ ଏକାନଂଶଙ୍କୁ ବର୍ଣ୍ଣନା କରାଯାଇଛି । ଏହି ଗାନ୍ଧାରୀ କ୍ରମଶଃ ଧୃତି, କୀର୍ତ୍ତି, ପୁଷ୍ଟି, ଶ୍ରଦ୍ଧା, ସରସ୍ୱତୀ, ଗାୟତ୍ରୀକାଳରାତ୍ରୀଙ୍କର ପ୍ରତିନିଧି ଥିଲେ ।

ବ୍ରହ୍ମବୈବର୍ତ୍ତ ପୁରାଣ[ସମ୍ପାଦନା]

ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ନନ୍ଦ ଓ ଯଶୋଦାଙ୍କର କନ୍ୟା ଥିଲେ ଏକାନଂଶ ଯାହାଙ୍କୁ ବାସୁଦେବ ନେଇଯାଇଥିଲେ । କଂସ ତାଙ୍କୁ ମାରିବାକୁ ଉପକ୍ରମ କଲାବେଳେ ସେ ଦେବୀ ଯୋଗମାୟା ରୂପରେ ପରିବର୍ତ୍ତିତ ହୋଇଥିଲେ । ଅନ୍ୟ କେତେକ ତଥ୍ୟ ଅନୁସାରେ ଛୋଟ ଝିଅବେଳେ ତାଙ୍କୁ ବିନ୍ଧ୍ୟ ପର୍ବତକୁ ନିଆହୋଇଥିଲା । କିନ୍ତୁ ଏହି ପୁରାଣ ଅନୁସାରେ ସେ ବସୁଦେବଦେବକୀଙ୍କ ପାଖରେ ରହୁଥିଲେ । ପରବର୍ତ୍ତୀ ସମୟରେ କୃଷ୍ଣ ଓ ରୁକ୍ମଣୀଙ୍କ ବିବାହ ସମୟରେ ସୁରକ୍ଷା ଓ ସାହାଯ୍ୟ ନିମନ୍ତେ ତାଙ୍କୁ ଦୁର୍ବାସାଙ୍କ ସହିତ ପଠାଯାଇଥିଲା ।[୮]

ଆଧାର[ସମ୍ପାଦନା]

  1. Paul, Pran Gopal; Paul, Debjani (1989). "Brahmanical Imagery in the Kuṣāṇa Art of Mathurā: Tradition and Innovations". East and West. 39 (1/4): 116–117. ISSN 0012-8376. JSTOR 29756891.
  2. Gupta, Vinay K. "Vrishnis in Ancient Literature and Art". Indology's Pulse Arts in Context, Doris Meth Srinivasan Festschrift Volume, Eds. Corinna Wessels Mevissen and Gerd Mevissen with Assistance of Vinay Kumar Gupta (in ଇଂରାଜୀ): 70–72.
  3. www.wisdomlib.org (2017-12-13). "Ekanamsha, Ekānaṃśā, Eka-anamsha: 9 definitions". www.wisdomlib.org (in ଇଂରାଜୀ). Retrieved 2022-09-12.
  4. Bhattacharji, Sukumari (2000).The Indian Theogony: Brahmā, Viṣṇu and Śiva, New Delhi: Penguin, ISBN 0-14-029570-4, p.173
  5. Singh, Upinder (2008). A History of Ancient and Early Medieval India: From the Stone Age to the 12th Century. Delhi: Pearson Education. pp. 436–7. ISBN 978-81-317-1677-9.
  6. Hawley, John Stratton and Donna Marie Wolf (1986) (ed.) The Divine Consort: Rādhā and the Goddesses of India, Boston: Beacon Press, ISBN 0-8070-1303-X, p.372
  7. Hudson, Dennis (1986) Piņņai, Krishna's Cowherd Wife in John Stratton Hawley and Donna Marie Wolf ed. The Divine Consort: Rādhā and the Goddesses of India, Boston: Beacon Press, ISBN 0-8070-1303-X, p.256
  8. Brahmavaivarta Purana Sri-Krishna-Janma Khanda (Fourth Canto) 7th Chapter English translation by Shantilal Nagar Parimal Publications Link: https://archive.org/details/brahma-vaivarta-purana-all-four-kandas-english-translation