Jump to content

ଋତୁ କୁମାର

ଉଇକିପିଡ଼ିଆ‌ରୁ
ଋତୁ କୁମାର
କୁମାରଙ୍କ ଫ୍ଲାଗସିପ୍ ଷ୍ଟୋର୍‌ର ଶୁଭାରମ୍ଭ ସମୟରେ ଋତୁ ,ଅନୁଷ୍କା ଶର୍ମାଙ୍କ ସହିତ
ଜାତୀୟତାଭାରତୀୟ
ବୃତ୍ତିଫ୍ୟାଶନ୍ ଡିଜାଇନର୍
ସନ୍ତାନଅଶ୍ୱିନ କୁମାର, ଅମ୍ରିଶ କୁମାର
ପୁରସ୍କାରପଦ୍ମଶ୍ରୀ ୨୦୧୩
ୱେବସାଇଟritukumar.com

ଋତୁ କୁମାର ଜଣେ ଭାରତୀୟ ଫ୍ୟାଶନ ଡିଜାଇନର୍ ।

ପ୍ରାଥମିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଅମୃତସରରେ ଶିକ୍ଷାଗତ ସୁଯୋଗର ଅଭାବ ହେତୁ ସେ ନିଜାର ଶିକ୍ଷା ପାଇଁ ସିମଲାକୁ ଚାଲିଆସିଥିଲା । ସେଠାରେ ସେ ଲୋରେଟୋ କନଭେଣ୍ଟରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ପରେ ସେ ଲେଡି ଇରୱିନ୍ କଲେଜରେ ଅଧ୍ୟୟନ କରିଥିଲେ । ସେଠାରେ ସେ ଶଶି କୁମାରଙ୍କୁ ଭେଟିଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ । ପରେ ସେ ନ୍ୟୁୟର୍କର ବ୍ରିଆରକ୍ଲିଫ୍ କଲେଜରେ ଛାତ୍ରବୃତ୍ତି ଗ୍ରହଣ କରିବାକୁ ଯାଇ ସେଠାରେ ଇତିହାସରେ ନିଜର ଅଧ୍ୟୟନ ଶେଷ କରିଥିଲେ ।[] ସେ ଭାରତକୁ ଫେରିବା ପରେ କଲିକତା ବିଶ୍ୱବିଦ୍ୟାଳୟର ଆସୁତୋଶ ମ୍ୟୁଜିୟମ ଅଫ୍ ଇଣ୍ଡିଆନ୍ ଆର୍ଟରେ ମ୍ୟୁଜିଓଲୋଜି ଅଧ୍ୟୟନ କରିଥିଲେ ।[] ତାଙ୍କ ପୁଅ ଅଶ୍ୱିନ କୁମାର ଜଣେ ଓସ୍କାର ମନୋନୀତ ନିର୍ଦ୍ଦେଶକ ଅଟନ୍ତି ।

ବୃତ୍ତି

[ସମ୍ପାଦନା]

କୁମାର ଦୁଇଟି ଛୋଟ ଟେବୁଲ୍ ଏବଂ ହ୍ୟାଣ୍ଡ-ବ୍ଲକ୍ ପ୍ରିଣ୍ଟିଂ କୌଶଳ ବ୍ୟବହାର କରି କଲିକାତାରେ ନିଜର ଫ୍ୟାଶନ୍ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୬୦ ଏବଂ ୭୦ ଦଶକରେ ବ୍ରାଇଡାଲ୍ ପୋଷାକ ଠାରୁ ଆରମ୍ଭ କରି ସେ ପରବର୍ତ୍ତୀ ଦୁଇ ଦଶନ୍ଧି ମଧ୍ୟରେ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ ।[] ଭାରତରେ ନିଜାର ବ୍ୟବସାୟ କରିବା ସହିତ କୁମାରଙ୍କ କମ୍ପାନୀ ପ୍ୟାରିସ, ଲଣ୍ଡନ ଏବଂ ନ୍ୟୁୟର୍କରେ ମଧ୍ୟ ଶାଖା ଖୋଲିଛି । ୧୯୯୯ ମସିହାରେ ତାଙ୍କର ଲଣ୍ଡନ ଶାଖା ବନ୍ଦ ହୋଇଗଲା । ସେହି ସମୟରେ ତାଙ୍କ କମ୍ପାନୀର ବାର୍ଷିକ ଆୟ ଭାରତୀୟ ଫ୍ୟାଶନ ଆଉଟଲେଟ ମଧ୍ୟରୁ ସର୍ବାଧିକ ଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ବିଲିୟନ ଥିଲା ।[][] ୨୦୦୨ ମସିହାରେ ସେ ତାଙ୍କ ପୁଅ ଅମ୍ରିଶଙ୍କ ସହଭାଗିତାରେ "ଲେବଲ୍" ଲାଇନ ଆରମ୍ଭ କରିଥିଲେ ।[]

ଡିଜାଇନ୍

[ସମ୍ପାଦନା]

କୁମାରଙ୍କ ଡିଜାଇନ୍ ପ୍ରାକୃତିକ କପଡା ଏବଂ ପାରମ୍ପାରିକ ବୁଣା କୌଶଳ ଉପରେ ଧ୍ୟାନ ଦେଇଥାଏ । ତାଙ୍କ ପୋଷାକ ରାଜକୁମାରୀ ଡାଏନା, ପ୍ରିୟଙ୍କା ଚୋପ୍ରା, ଲାରା ଦତ୍ତ, ଦୀପିକା ପାଦୁକୋନ, ମାଧୁରୀ ଦୀକ୍ଷିତ, ମାଧୁର ଜାଫ୍ରି, କଳ୍କି କୋଏଚଲିନ୍, ଡିଆ ମିର୍ଜା ଏବଂ ସୋହା ଅଲି ଖାନଙ୍କ ପରି ସେଲିବ୍ରିଟିମାନେ ପରିଧାନ କରିଛନ୍ତି ।[][]

ପୁରସ୍କାର ଏବଂ ସ୍ୱୀକୃତି

[ସମ୍ପାଦନା]

୨୦୧୩ ମସିହାରେ ଋତୁ କୁମାରଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[] ସେ ୨୦୧୨ ମସିହାରେ ଲୋରିଅଲ୍ ପ୍ୟାରିସ୍ ଫେମିନା ମହିଳା ପୁରସ୍କାରରେ ଆୱାର୍ଡ ଜିତିଥିଲେ ।[୧୦]

  1. "All About Ritu Kumar Fashion Designer in India". Utsavpedia (in ଆମେରିକୀୟ ଇଂରାଜୀ). 2016-03-01. Retrieved 2020-05-18.
  2. Garg, Nikshubha (21 December 2014). "Meet Ritu Kumar, the doyen of Indian haute couture". Mid-Day. Retrieved 7 September 2015.
  3. J. Michael Finger; Philip Schuler (23 January 2004). Poor People's Knowledge: Promoting Intellectual Property in Developing Countries. World Bank Publications. p. 20. ISBN 978-0-8213-8369-8.
  4. Parminder Bhachu (5 October 2005). Dangerous Designs: Asian Women Fashion the Diaspora Economies. Routledge. pp. 68–69. ISBN 1-134-90863-6.
  5. Hindol Sengupta (2009). Ramp Up. Pearson Education India. pp. 158–162. ISBN 978-81-317-1974-9.
  6. Jill Bryant (2010). Dazzling Women Designers. Second Story Press. p. 65. ISBN 978-1-897187-82-1.
  7. "Kalki Koechlin shoots for Label Ritu Kumar's new campaign". 2016-08-04. Retrieved 2016-08-10.
  8. "10 times Bollywood chose Ritu Kumar wedding wear". VOGUE India. 2015-08-05. Retrieved 2016-08-10.
  9. McLaughlin-Duane, Rebecca (1 June 2015). "Indian celebrity designer Ritu Kumar unveils new collection in Dubai". The National. Retrieved 7 September 2015.
  10. "All About Ritu Kumar Fashion Designer in India". Utsavpedia (in ଆମେରିକୀୟ ଇଂରାଜୀ). 2016-03-01. Retrieved 2020-05-13.