ଉଇକିପିଡ଼ିଆ ଆଲୋଚନା:ରଥଯାତ୍ରା ଗଣସମ୍ପାଦନା ୨୦୧୬

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ, ପୃଷ୍ଠାର ରଙ୍ଗ, ଭାଗ ନେଉଥିବା ସଭିଙ୍କ ପାଇଁ କିଛି ପୁରସ୍କାର, ଜୁରି ଓ ପରିଚାଳକମାନଙ୍କୁ ପୁରସ୍କାରରୁ ବାଦ[ସମ୍ପାଦନା]

ନାମ
ନାମଟି ବେଶି ଜେନେରିକ ଲାଗୁଛି । ରଥଯାତ୍ରା କଲେ ଭଲ ହୁଅନ୍ତା ଭାବୁଛି । ଜଗନ୍ନାଥ ସଂସ୍କୃତି ତ ବର୍ଷସାରା କରିହେବ । କିନ୍ତୁ ରଥଯାତ୍ରା ବେଳେ ହେଉଥିବା ରଥଯାତ୍ରା କଲେ ଭଲ ହୁଅନ୍ତା ।
ରଙ୍ଗ
ପୂରା ପୃଷ୍ଠାଟି ନାରଙ୍ଗୀ ହେବାରୁ ଦେଖିବାକୁ ଭଲ ଲାଗୁନି । ବରଂ କେବଳ ଉପରେ ପଟିଟିଏ ନାରଙ୍ଗୀ ବା ଆଉ କେଉଁ ରଙ୍ଗ ହେଲେ ଭଲ ହୁଅନ୍ତା । ଜଗନ୍ନାଥଙ୍କ ଚିହ୍ନ ସ୍ୱରୂପ କଳା ବା ନୀଳ ହେଲେ ଭଲ ଲାଗନ୍ତା । ନାରଙ୍ଗୀ ରଙ୍ଗର ବ୍ୟବହାର ବେଶି ଜେନେରିକ ଲାଗୁଛି ।
ସଭିଙ୍କ ପାଇଁ କିଛି ପୁରସ୍କାର
କେବଳ ବିଜେତାଙ୍କୁ ନ ଦେଇ ସଭିଙ୍କୁ କିଛି ପୁରସ୍କାର ଦେଲେ ଭଲ ହୁଅନ୍ତା । ମୁଁ ତଳେ କିଛି ସମ୍ଭାବିତ ପୁରସ୍କାର ବାବଦରେ ଲେଖୁଛି । ସଭିଙ୍କ ମନକୁ ପାଇଲେ ତିଆରି କରନ୍ତେ:
  • ଷ୍ଟିକର: ସବୁ ଯୋଗଦାନକାରୀଙ୍କୁ ଗଣସମ୍ପାଦନା ଲୋଗୋ ଥାଇ ଷ୍ଟିକରଟିଏ ପଠାଇଲେ ସେମାନଙ୍କୁ ଖୁସି ଲାଗନ୍ତା । ଏଠି ଗୋଟେ ବର୍ଗଫୁଟରେ ଡାଇ-କଟ ଥିବା ଭିନାଇଲ (କାଗଜ ଉପରେ ଲାମିନେସନ ନୁହେଁ ତେଣୁ ବର୍ଷା ଆଦିରେ ଖରାପ ହେବନାହିଁ) ଷ୍ଟିକର ୧୫୦-୨୦୦ ପାଖାପାଖି ପଡୁଛି । ଗୋଟେ ସିଟ କଲେ ସେଥିରୁ ୪୦-୫୦ ଷ୍ଟିକର ବାହାରି ପଡ଼ିବ ।
  • ପୋଷ୍ଟକାର୍ଡ଼: ପୁରୀ ଉଇକିଆଳିଏ ଏଥର ଉଠାଇଥିବା ଫଟୋସବୁ ପ୍ରିଣ୍ଟ କରି ଭଲ ମାନର (ମ୍ୟାଟ ଫିନିସ ଥାଇ, ୩୦୦ ଜିଏସେମ) ପୋଷ୍ଟକାର୍ଡ଼ ଯୋଗଦାନକାରୀ ସଭିଙ୍କୁ ପଠାଇଲେ ସେମାନେ ଅଧିକ ଉତ୍ସାହିତ ହୁଅନ୍ତେ । ପୋଷ୍ଟକାର୍ଡ଼ ଗୋଟାକ ପିଛା ୯-୧୨ ଟଙ୍କା ଖଣ୍ଡେ ଖର୍ଚ୍ଚ ହୁଅନ୍ତା ।

ଏ ବାଦ ଆଉ ଏମିତି କିଛି ପୁରସ୍କାର ସଭିଙ୍କୁ ଦିଆଗଲେ ଭଲ ହୁଅନ୍ତା । ତଳେ ସଭିଏଁ ନିଜ ମତ ଦେଲେ ଭଲ ହେବ ।

ଜୁରି ଓ ପରିଚାଳକମାନଙ୍କୁ ପୁରସ୍କାରରୁ ବାଦ
ପରିଚାଳକମାନେ ଆଗ ଭଳି ସବୁ ଗଣସମ୍ପାଦନା ଓ ସାମୁହିକ ପ୍ରକଳ୍ପରେ ଭାଗ ନେଲେ ମଧ୍ୟ ସେମାନେ ପୁରସ୍କାର ନ ପାଇଲେ ଭଲ । ବାକି ପରିଚାଳକମାନେ ଏଥିରେ ଅସମ୍ମତି ହେଲେ ଜଣାଇବେ । ଆଉ ଯେଉଁମାନେ ଏହି ଗଣସମ୍ପାଦନାକୁ ପରିଚାଳନା କରିବେ ଓ/କିମ୍ବା ପୁରସ୍କାର ମନୋନୟନ କରିବେ ସେମାନେ ନିଜେ ପୁରସ୍କାର ପାଇବା କଥା ନୁହେଁ । ଏହା ସମସ୍ତ ପ୍ରତିଯୋଗିତାର ଏକ ସାଧାରଣ ନିୟମ । ଆଉ ଆମେ ବି ଏଠି ସେଇ ଏକା ନିୟମ ମାନିବା କଥା । ଆପଣମାନଙ୍କ ସହମତି/ଭିନ୍ନମତ ତଳେ ଦେବାକୁ ମାଗୁଣି । --ସୁଭାସିସ ପାଣିଗାହି (ଆଳାପ) ୦୮:୫୧, ୫ ଜୁଲାଇ ୨୦୧୬ (IST)[reply]

★ବହୁତ ଭଲ ପ୍ରସ୍ତାବ । କେବଳ ନାମ ବଦଳ ବଦଳ ପାଇଁ ମୋ ମତ: ଆମ ପ୍ରସଙ୍ଗଗୁଡ଼ିକ କେବଳ ରଥଯାତ୍ରା ଉପରେ ଆଧାରିତ ନୁହେଁ । ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ । ମୁଁ 50-50 ରେ ରହିଲି । ଆଉ ଜଣେ ସମର୍ଥନ କଲେ ରଥଯାତ୍ରା ନାମ ରଖିବାରେ କିଛି ଆପତ୍ତି ନାହିଁ । ନିଷ୍ଠାରଞ୍ଜନଦାଶtalk ୦୯:୨୦, ୫ ଜୁଲାଇ ୨୦୧୬ (IST)[reply]

ସବୁବର୍ଷ ରଥଯାତ୍ରାକୁ ଯଦି ଗଣସମ୍ପାଦନା ହେବ, ତାହେଲେ, "ରଥଯାତ୍ରା ଗଣସମ୍ପାଦନା ୨୦୧୬" ରହିଲେ ଭଲ । ପୁରସ୍କାର ଆମେ କେବେ ବି ସନ୍ତୋଷଜନକ ଭାବରେ ପରିଚାଳନା କରି ପାରିନାହେଁ । ଯଦି ପୁରସ୍କାର ରହିବ, ତେବେ ଗଣ ସମ୍ପାଦନା ଆରମ୍ଭ ଆଗରୁ ସେବାବଦରେ ସମସ୍ତ ନିଷ୍ପତି ନିଆଯାଉ, ନହେଲେ ସମସ୍ତଙ୍କୁ ଉପହାର ଦିଆଯାଉ । ଶୁଭାଶିଷ ବାବୁଙ୍କ ଜଗନ୍ନାଥ ପୋଷ୍ଟକାର୍ଡ଼ ବିଚାରଟି ମୋତେ ଭଲଲାଗୁଛି । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୬, ୫ ଜୁଲାଇ ୨୦୧୬ (IST)[reply]

ବୋଧେ ପରିଷ୍କାର ଭାବେ ମୁଁ ଲେଖିପାରିନଥିଲି । ପରିଚାଳକମାନେ ଓ ଏହି କାର୍ଯ୍ୟକ୍ରମର ପରିଚାଳନା ଭାର ନେଇଥିବା ଉଇକିଆଳି(ଗଣ) ପ୍ରତିଯୋଗୀ ନ ହେଲେ ଭଲ ହୁଅନ୍ତା । ଯଦି ଆପଣ ଏଥିରେ ସହମତ ବା ଭିନ୍ନମତ ଦେବାକୁ ଚାହାନ୍ତି ତଳେ ଜଣାଇବେ ।

ସହମତ[ସମ୍ପାଦନା]

  1.  ସମର୍ଥନ (ମତଦାତା ଭାବେ) --ସୁଭାସିସ ପାଣିଗାହି (ଆଳାପ) ୨୩:୨୮, ୧୨ ଜୁଲାଇ ୨୦୧୬ (IST)[reply]

ଭିନ୍ନମତ[ସମ୍ପାଦନା]

ପଏଣ୍ଟ ଦାବି ଉପସ୍ଥାପନ[ସମ୍ପାଦନା]

ଏହି ପୃଷ୍ଠାଟିକୁ ଗଢ଼ିବାକୁ ଅନୁରୋଧ ଏବଂ କିପରି କରାଯିବ ତାହାମଧ୍ୟ । ଟେବୁଲ କରି ବା ଅନ୍ୟକିଛି ଉପାୟରେ । --Abha S Pradhan (ମୋ ଆଲୋଚନା) ୨୧:୫୬, ୯ ଜୁଲାଇ ୨୦୧୬ (IST)[reply]

ଲେଖା ପଏଣ୍ଟ ବାବଦରେ[ସମ୍ପାଦନା]

୧୦୦୦Kb ପାଇଁ ୧ ପଏଣ୍ଟ ଅଛି: କିନ୍ତୁ ନଗଦଦଳରେ ବାଇଟରେ ଦେଖାଏ । ମାନେ ହିସାବରେ ୧୦୦୦*୧୦୨୪ ବାଇଟ ପାଇଁ ୧ ପଏଣ୍ଟ ?--Abha S Pradhan (ମୋ ଆଲୋଚନା) ୧୫:୪୨, ୧୮ ଜୁଲାଇ ୨୦୧୬ (IST)[reply]