ଉଇକିପିଡ଼ିଆ:ମାସର ବଛା ଲେଖା/ମଇ ୨୦୧୬

ଉଇକିପିଡ଼ିଆ‌ରୁ

ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ, ସ୍ତମ୍ଭକାର ଓ ସମ୍ପାଦକ ଥିଲେ । ସେ ୧୯୨୨ ମସିହା ମଇ ମାସ ୨୧ ତାରିଖ ଦିନ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମ ଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳେ ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ତାଙ୍କ ରଚିତ ଐତିହାସିକ ଉପନ୍ୟାସ 'ନୀଳଶୈଳ' ନିମନ୍ତେ ସେ ୧୯୬୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ । ଏହାବ୍ୟତିତ ସେ ପ୍ରଥମ ଶାରଳା ପୁରସ୍କାର (୧୯୮୦) ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ଆରମ୍ଭ କରି, ପରବର୍ତ୍ତୀ ସମୟରେ ସମ୍ବାଦର ମୁଖ୍ୟ ସମ୍ପାଦକ ଦାୟିତ୍ଵ ନିର୍ବାହ କରି ଥିଲେ । ସେ ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ଵ ତୁଲାଇଥିଲେ । ସକ୍ରିୟ ରାଜନୀତିଜ୍ଞ ଭାବେ ସେ ଦୁଇଥର ଲୋକସଭା ଓ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ।

୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁରା ପଢ଼ନ୍ତୁ...