ଉଇକିପିଡ଼ିଆ:ମାସର ବଛା ଲେଖା/ଜୁଲାଇ ୨୦୧୬

ଉଇକିପିଡ଼ିଆ‌ରୁ
ଚଳନ୍ତି ଗଜପତି ମହାରାଜା 

ଗଜପତି ମହାରାଜା ଶ୍ରୀଜଗନ୍ନାଥଙ୍କ ପ୍ରଧାନ ଓ ଆଦ୍ୟସେବକ । ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକ ଏକକ ସେବା, ଗୋଷ୍ଠୀ ସେବା ନୁହେଁ ।

ଶ୍ରୀମନ୍ଦିର ସ୍ଵତ୍ଵଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠିଥାଏ ।

ଗଜପତି ମହାରାଜା ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସ୍ଵତ୍ଵଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜୀଉମାନେ ରଥଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି ।

ଗଜପତି ମହାରାଜା ସେବା କିମ୍ବା ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ...


ପୁରା ପଢ଼ନ୍ତୁ...