ଉଇକିପିଡ଼ିଆ:ମହାତ୍ମା ଗାନ୍ଧୀ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୧ ୨୦୨୦
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା
ଗାନ୍ଧୀ ଜୟନ୍ତୀ ସମୟରେ ଆୟୋଜିତ ଲିଖିନ ପ୍ରତିଯୋଗିତା


ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ୨୦୨୦ ମସିହାରେ ଏହା ପ୍ରଥମେ CIS-A2K ଦ୍ୱାରା ଦୁଇ ଦିନିଆ ଗଣ-ସମ୍ପାଦନା ଭାବରେ ଆରମ୍ଭ କରାଯାଇଥିଲା । ୨୦୨୦ ଓ ୨୦୨୧ରେ ଓଡ଼ିଆ ଉଇକିପିଡ଼ିଆ ଏହି ଗଣ-ସମ୍ପାଦନାରେ ଭାଗ ନେଇଥିଲା । ୨୦୨୩ ମସିହାରେ ଓଡ଼ିଆ ଉଇକିମିଡ଼ିଆନ୍‌ସ୍ ଇଉଜର ଗ୍ରୁପ ଦ୍ୱାରା ଏହା ଆୟୋଜନ କରାଯାଉଛି ।

ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ତେଣୁ ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ ଏକ ଛୋଟ ଉପ‌ହାର ପ୍ରଦାନ କରାଯାଇଥାଏ । ଭାଗ ନେଇଥିବା ସମସ୍ତ ଉଇକିଆଳିଙ୍କୁ ଏକ ଇ-ମାନପତ୍ର ପ୍ରଦାନ କରାଯାଇଥାଏ ।

ଗଣସମ୍ପାଦନାର ନିୟମ

  • ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
  • ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
  • ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
  • ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜିତ ସଂସ୍କରଣ

ଦରକାରୀ ଲିଙ୍କ