Jump to content

ଇଓସିନୋଫିଲିଆ ଏବଂ ଦୈହିକ ଲକ୍ଷଣ ସହିତ ଔଷଧ ଲାଲିମା

ଉଇକିପିଡ଼ିଆ‌ରୁ
Drug rash with eosinophilia and systemic symptoms
Drug reaction with eosinophilia and systemic symptoms, drug-induced hypersensitivity syndrome (DIHS), drug hypersensitivity syndrome (DHS), drug-induced delayed multiorgan hypersensitivity syndrome (DIDMOHS), drug-induced pseudolymphoma
ଫାଇଲ:Drug eruption (DermNet NZ reactions-drug-rash1).jpg
A medication induced rash[]
ବିଭାଗCritical care, dermatology
ଲକ୍ଷଣRash, fever, swollen lymph nodes, blood abnormalities (high eosinophils, atypical lymphocytes), organ inflammation[]
ଆକ୍ରାନ୍ତ ସମୟ2 to 3 weeks after exposure[]
ଅବଧିWeeks[]
କାରଣAllopurinol, anticonvulsants, sulfonamides, antibiotics, others[][]
ବିପଦ କାରକGenetics[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by laboratory tests[]
ଚିକିତ୍ସାStopping the offending medication, supportive care[]
Prognosis10% risk of death[]
ପୁନଃପୌନିକ1 in 100,000 per year[]

ଇଓସିନୋଫିଲିଆ ଏବଂ ଦୈହିକ ଲକ୍ଷଣ ସହିତ ଔଷଧ ଲାଲିମା (ଇଂରାଜୀ ଭାଷାରେ Drug rash with eosinophilia and systemic/ ଡ୍ରେସ/ DRESS) ବା ଡ୍ରେସ ସିଣ୍ଡ୍ରୋମ ଏକ ପ୍ରକାର ସାଂଘାତିକ ପ୍ରତିକ୍ରିୟା ଯାହା କିଛି ନିର୍ଦ୍ଦିଷ୍ଟ ଔଷଧ ପ୍ରତି ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ଲାଲିମା, ଜ୍ୱର, ଫୁଲିଯାଇଥିବା ଲିମ୍ଫ ନୋଡ, ରକ୍ତ ଅସ୍ୱାଭାବିକତା (ଉଚ୍ଚ ସ୍ତରର ଇଓସିନୋଫିଲ, ଅସ୍ୱାଭାବିକ ଲିମ୍ଫୋସାଇଟ୍) ଏବଂ ଅଙ୍ଗ ପ୍ରଦାହ ହୋଇପାରେ ।[] ଔଷଧ ସଂସ୍ପର୍ଶରେ ଆସିବାର ଦୁଇରୁ ତିନି ସପ୍ତାହ ପରେ ଆରମ୍ଭ ହୁଏ ଓ ସାଧାରଣତଃ କିଛି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।[] ରୋଗ ଜଟିଳ ହେଲେ ମାନବ ହର୍ପସ୍ ଭୂତାଣୁ ଏବଂ ଅଟୋଇମ୍ୟୁନ ରୋଗର ପୁନଃ ସକ୍ରିୟ ହୋଇପାରେ ।[]

ଏହି ଅବସ୍ଥାକୁ ଆଲୋପୁରିନଲ, ବାତରୋଧୀ ଏବଂ ଆଣ୍ଟିବାୟୋଟିକ୍ ଔଷଧ ଆଣିପାରେ ।[] ବେଳେବେଳେ ଅନ୍ୟ ଔଷଧ ଯୋଗୁ ମଧ୍ୟ ହୋଇପାରେ ଏବଂ କେତେକ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଥାଏ ।[] ବିପଦ କାରକ ମଧ୍ୟରେ ଜେନେଟିକ୍ସ ଅନ୍ତର୍ଭୁକ୍ତ ଅଟେ ।[] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ଏବଂ ଲାବୋରେଟୋରୀ ପରୀକ୍ଷା ଦ୍ୱାରା ସମର୍ଥିତ ହୁଏ ।[] ଷ୍ଟିଭେନ୍ସ - ଜନସନ ସିଣ୍ଡ୍ରୋମ (SJS), ବିଷାକ୍ତ ଏପିଡର୍ମାଲ ନେକ୍ରୋଲାଇସିସ୍ (TEN) ଏବଂ ତୀବ୍ର ଜେନେରାଲାଇଜଡ୍ ଏକ୍ସାଣ୍ଟେମେଟସ୍ ପୁଷ୍ଟୁଲୋସିସ୍ (AGEP) ସହିତ ଏହା ଭୟଙ୍କର ଚର୍ମ ପ୍ରତିକୂଳ ପ୍ରତିକ୍ରିୟାର (SCARs) ଏକ ରୂପ ।[]

କାର୍ବାମାଜାପିନ ବ୍ୟବହାର କରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ HLA ପ୍ରକାରର ବିପଦ ଥିବା ଜନସଂଖ୍ୟାର ସ୍କ୍ରିନିଂ କରିବାକୁ ପରାମର୍ଶ ଦିଆଯାଏ, ଯଦି ସକରାତ୍ମକ ପରୀକ୍ଷା ଫଳ ଆସେ ତେବେ ତାକୁ ରୋକିବା ପାଇଁ ଏହାର ବ୍ୟବ‌ହାରକୁ ଏଡ଼ାଇ ଦିଆଯାଏ ।[] ଚିକିତ୍ସା ଆପତ୍ତିଜନକ ଔଷଧ ବନ୍ଦ କରିବା ଏବଂ ସହାୟକ ଯତ୍ନ ପ୍ରଦାନ କରାଯାଏ ।[] ଗୁରୁତ୍ୱପୂର୍ଣ୍ଣ ରୋଗରେ ସିଷ୍ଟମିକ୍ କର୍ଟିକୋଷ୍ଟିରଏଡ୍ ବ୍ୟବହାର କରାଯାଇପାରେ; ତେବେ ଏହିପରି ବ୍ୟବହାର ପାଇଁ ଉଚ୍ଚମାନର ପ୍ରମାଣର ଅଭାବ ଅଛି ।[] କିଛି ସପ୍ତାହରୁ କିଛି ମାସ ମଧ୍ୟରେ ଅଧିକାଂଶ ସଂପୂର୍ଣ୍ଣ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୦% ରହେ ।[] []

ଡ୍ରେସ ସିଣ୍ଡ୍ରୋମ ଏକ ବିରଳ ଅବସ୍ଥା ଯାହା ବର୍ଷକୁ ପ୍ରାୟ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିଥାଏ | [] ଯେଉଁମାନେ ବାତରୋଧୀ ଔଷଧ ନିଅନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୦,୦୦୦ ଲୋକରେ ଜଣେ ପ୍ରଭାବିତ ହୁଏ ।[] ପୁରୁଷ ଏବଂ ମହିଳା ସମାନ ଭାବରେ ପ୍ରଭାବିତ ହୁଅନ୍ତି ।[] ସାମ୍ପ୍ରତିକ ଶବ୍ଦ ୧୯୯୬ ମସିହାରେ ବ୍ୟବହୃତ ହେଲା; ଯଦିଓ ୧୯୪୦ ଦଶକରେ ପ୍ରଥମେ ବର୍ଣ୍ଣନା କରାଯିବା ପରଠାରୁ ଏହି ଅବସ୍ଥା ଅନ୍ୟାନ୍ୟ ନାମ ଦ୍ୱାରା ଜଣାଶୁଣା ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Drug hypersensitivity syndrome. DRESS | DermNet". dermnetnz.org (in ଇଂରାଜୀ). Archived from the original on 3 February 2023. Retrieved 13 June 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Cardones, Adela R. (November 2020). "Drug reaction with eosinophilia and systemic symptoms (DRESS) syndrome". Clinics in Dermatology. 38 (6): 702–711. doi:10.1016/j.clindermatol.2020.06.008. PMID 33341203.
  3. ୩.୦ ୩.୧ ୩.୨ Walsh SA, Creamer D (January 2011). "Drug reaction with eosinophilia and systemic symptoms (DRESS): a clinical update and review of current thinking". Clinical and Experimental Dermatology. 36 (1): 6–11. doi:10.1111/j.1365-2230.2010.03967.x. PMID 21143513.
  4. Adler NR, Aung AK, Ergen EN, Trubiano J, Goh MS, Phillips EJ (2017). "Recent advances in the understanding of severe cutaneous adverse reactions". The British Journal of Dermatology. 177 (5): 1234–1247. doi:10.1111/bjd.15423. PMC 5582023. PMID 28256714.