ଆସେଟାଜୋଲାମାଇଡ

ଉଇକିପିଡ଼ିଆ‌ରୁ
(Acetazolamideରୁ ଲେଉଟି ଆସିଛି)
ଆସେଟାଜୋଲାମାଇଡ
Skeletal formula of acetazolamide
Ball-and-stick model of the acetazolamide molecule
Clinical data
Trade namesDiamox, Diacarb, others
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
Routes of
administration
by mouth or intravenous
ATC code
Legal status
Legal status
Pharmacokinetic data
Protein binding70–90%[୧]
MetabolismNone[୧]
Elimination half-life2–4 hours[୧]
ExcretionUrine (90%)[୧]
Identifiers
  • N-(5-sulfamoyl-1,3,4-thiadiazol-2-yl)acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.000.400 Edit this at Wikidata
Chemical and physical data
FormulaC4H6N4O3S2
Molar mass222.245 g/mol
3D model (JSmol)
Melting point258 to 259 °C (496 to 498 °F)
  • O=S(=O)(c1nnc(s1)NC(=O)C)N
  • InChI=1S/C4H6N4O3S2/c1-2(9)6-3-7-8-4(12-3)13(5,10)11/h1H3,(H2,5,10,11)(H,6,7,9) checkY
  • Key:BZKPWHYZMXOIDC-UHFFFAOYSA-N checkY
  (verify)

ଆସେଟାଜୋଲାମାଇଡ (ଇଂରାଜୀ ଭାଷାରେ Acetazolamide, ଏକ ବିକ୍ରୟ ନାମ ଡାଇଆମକ୍ସ/Diamox) ଏକ ଔଷଧ ଯାହା ଗ୍ଲକୋମା, ଅପସ୍ମାର ବାତ, ଅଲ୍‌ଟିଚ୍ୟୁଡ ସିକନେସ (altitude sickness), ପିରିଅଡିକ ପାରାଲିସିସ (periodic paralysis) ଓ ହୃଦ୍‌ପାତ ରୋଗମାନଙ୍କରେ ଦିଆଯାଏ ।[୨] ଓପନ ଆଙ୍ଗଲ ଗ୍ଲକୋମାରେ (open angle glaucoma) ଦୀର୍ଘକାଳୀନ ଭିତ୍ତିରେ ଓ ଆକ୍ୟୁଟ ଆଙ୍ଗଲ କ୍ଲୋଜର ଗ୍ଲକୋମାରେ (acute angle closure glaucoma) ଅପରେଶନ କରାଯିବା ପର୍ଯ୍ୟନ୍ତ ଏହା ଦିଆଯାଇପାରେ ।[୩] ଏହି ଔଷଧ ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein) ଆକାରରେ ଦିଆଯାଏ ।[୨]

ଆସେଟାଜୋଲାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, କାନନାଦ, ଅରୁଚି, ବାନ୍ତି ଓ ନିଦ୍ରାହୀନତା ଦେଖାଯାଏ ।[୨] ବୃକ୍‌କ ସମସ୍ୟା(kidney problems), ଯକୃତ ସମସ୍ୟା (liver problems) ଓ ସଲଫୋନାମାଇଡ ଆଲର୍ଜି (allergic to sulfonamides) ଥିଲେ ଏହି ଔଷଧ ଦିଆଯାଏନାହିଁ ।[୨][୩] ଏହା ଡାଇୟୁରେଟିକ (diuretic) ଓ କାର୍ବୋନିକ ଆନହାଇଡ୍ରେଜ ଇନହିବିଟର (carbonic anhydrase inhibitor) ଶ୍ରେଣୀର ଏକ ଔଷଧ । [୨] ଦେହରେ ଉଦ୍‌ଜାନ ଆୟନ (hydrogen ions) ଓ ବାଇକାର୍ବୋନେଟ (bicarbonate) ପରିମାଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । [୨]

ସନ ୧୯୫୨ରେ ଆସେଟାଜୋଲାମାଇଡ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧.୪୦ରୁ ୧୬.୯୩ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୨୫.୩୪ ଆମେରିକୀୟ ଡଲାର ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Diamox Sequels (acetazolamide) dosing, indications, interactions, adverse effects, and more". Medscape Reference. WebMD. Retrieved 10 April 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Acetazolamide". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 439. ISBN 9789241547659. Retrieved 8 December 2016.
  4. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 390. ISBN 9780471899792.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Acetazolamide". International Drug Price Indicator Guide. Retrieved 8 December 2016.[permanent dead link]
  7. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 28 December 2016.