ଆଶାପୁରା ମାତା

ଉଇକିପିଡ଼ିଆ ରୁ
Jump to navigation Jump to search
ଅମରେଲି ଜିଲ୍ଲାର ଗଧକ୍ଡ଼ା ଗ୍ରାମରେ ଥିବା ଆଶାପୁରା ଦେବୀଙ୍କର ଫୋଟୋ

ଆଶାପୁରା ମାତା (ଇଂରାଜୀ ଭାଷାରେ Ashapura Mata) ଦେବୀଙ୍କର ଏକ ଆକାର ଯାହାଙ୍କୁ କୁଚ ଜିଲ୍ଲାରେ (Kutch) ମୂଖ୍ୟ ଦେବୀ ଭାବରେ ପୂଜା କରାଯାଏ । ତାଙ୍କ ନାମରୁ ସେ ତାଙ୍କୁ ପୂଜା ଓ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କର ଆଶା ଓ ଇଚ୍ଛା ପୂରଣ କରୁଥିବା ଦେବୀ ବୋଲି ଜଣାଯାଏ । ଅନେକ ଜାଗାରେ ତାଙ୍କର ସାତ ଯୋଡ଼ା ଆଖି ଥିବା ମୂର୍ତ୍ତି ଦେଖାଯାଏ ।

ଆଶାପୁରା ମାତାଙ୍କର ମନ୍ଦିରମାନ ମୂଖ୍ୟତଃ ଗୁଜରାଟରେ ଦେଖାଯାଏ । ସେ ଅନ୍ନପୂର୍ଣ୍ଣା ଦେବୀଙ୍କର ଅବତାର ବୋଲି ଅନେକ ଲୋକ ବିବେଚନା କରନ୍ତି ।

କୁଳଦେବୀ[ସମ୍ପାଦନା]

କୁଚି ଗୋଷ୍ଠୀର ଲୋକ, ବିଲୋର ଓ ଚୌହାନମାନଙ୍କର (Chauhans) ଜାତି ଦେବୀ, ଜାଡେଜା ରାଜପୁତ (Jadeja Rajput), କୁଚ ରାଜ୍ୟର (Cutch State) ଶାସକ, ନ‌ୱନ‌ଗର ରାଜ୍ୟ (Nawanagar State), ରାଜକୋଟ (Rajkot), ମୋରଭି (Morvi), ଗୋଣ୍ଡଲ ରାଜ୍ୟ (Gondal State), ଆମ୍ବ୍ଲିଆରା ରାଜ୍ୟ (Ambliara State), ଓ ଧ୍ରୋଲ ବରିଆ (Dhrol (baria state) ରାଜ୍ୟ ଗୁଡ଼ିକରେ ତାଙ୍କୁ କୁଳଦେବୀ (Kuldevi) ମାନ୍ୟତା ଦିଅନ୍ତି । କୁଚରେ (Kutch) ଥିବା ମାତା ନୋ ମଧ (Mata no Madh) ମୂଖ୍ୟ ମନ୍ଦିରରେ ସେ ଜାଡେଜା ଶାସକମାନଙ୍କର କୁଳଦେବୀ ଓ ଅଭିଭାବକ ଦେବୀ ଭାବରେ ପୂଜା ପାଆନ୍ତି ।[୧] କୁଚରେ ଥିବା ଗୋସର ଓ ପୋଲାଡ଼ିଆ ଜାତୀର ଲୋକମାନେ ତାଙ୍କୁ କୂଳଦେବୀ ଭାବରେ ପୂଜା କରନ୍ତି ।

ସିନ୍ଧି (Sindhi ଗୋଷ୍ଠୀର ଖିଚଡ଼ି ଦଳ ତାଙ୍କର କୁଳଦେବୀ ଭାବରେ ଆଶାପୁରାଙ୍କର ପୂଜା କରନ୍ତି । ଗୁଜରାଟ ଜୁନାଗଡ଼ର ଦେବଚନ୍ଦ ପରିବାର ଉପରକୋଟରେ ଥିବା ମନ୍ଦିରରେ ଆଶାପୁରାଙ୍କୁ କୁଳଦେବୀ ରୂପରେ ପୂଜା କରନ୍ତି ।

ଗୁଜରାଟରେ ଅନେକ ଚୌହାନମାନେ ଯେପରିକି ପୁରବିଆ ଚୌହାନ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି ପୂଜା କରନ୍ତି । ଦେବଦା (Devda) ରାଜପୁତମାନେ ମଧ୍ୟ ତାଙ୍କୁ କୁଳଦେବୀ ରୂପେ ପୂଜା କରନ୍ତି । ବିଲ୍ଲୋର, ଗୌର ଥାଙ୍କି, ପଣ୍ଡିତ ଓ ଦାଭେ ପୁଷ୍କର୍ଣ୍ଣ, ସୋମ୍‌ପୁରା ସଲତ ଆଦି ବ୍ରାଜ୍ମଣମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବୈଶ୍ୟ ଜାତିର ଲୋକମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବ୍ରହ୍ମ କ୍ଷତ୍ରୀମାନେ ବି ତାଙ୍କୁ କୁଳଦେବୀ ମାନନ୍ତି ।

ଧାର୍ଫା (Dhrafa), ସୁରତ (Surat) ଓ (Rajkot) ରାଜକୋଟରେ ଥିବା ଲୋହନା (Raghuvanshi Lohana) ଜାତିର ଲୋକମାନେ ତାଙ୍କୁ କୁଳଦେବୀ ଭାବରେ ପୂଜା କରନ୍ତି ।

ମନ୍ଦିର[ସମ୍ପାଦନା]

ଆଶାପୁରା ମାତାଙ୍କର ମୂଳ ମନ୍ଦିର କୁଚର 'ମାତା ନୋ ମଧ' (Mata no Madh) ସ୍ଥାନରେ ଅଛି ଯେଉଁଠାରେ କୁଚର ଜାଡେଜା ଶାସକମାନେ ତାଙ୍କୁ କୁଳଦେବୀ ଓ ସ୍ଥାନର ସୁରକ୍ଷାକାରିଣୀ ଭାବରେ ପୂଜା କରନ୍ତି ।[୧][୨] ମୂଳ ମନ୍ଦିର ଭୁଜର ୮୦କି:ମି: ଦୂରରେ ଅଛି ଓ ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଥିଲା । ଏହାକୁ ସନ ୧୩୦୦ରେ କୁଚ ଶାସକଙ୍କର ସଭାସଦ ଥିବା ବଣିଆ ଜାତିର କରଦ ପୁନଃନିର୍ମାଣ କରିଥିଲେ । ଦେବୀଙ୍କର ଆଶିର୍ବାଦ ପାଇ ଯୁଦ୍ଧରେ ଜୟଯୁକ୍ତ ହେବାପରେ ଜାଡେଜା ଶାସକ ତାଙ୍କୁ କୁଳଦେବୀ ରୂପେ ଗ୍ରହଣ କରିଥିଲେ । [୨] ପ୍ରତି ବର୍ଷ ନବରାତ୍ରୀ ବାର୍ଷିକ ମେଳା ଦିନ ଲକ୍ଷ ଲକ୍ଷ ଲୋକ ମୁମ୍ବାଇ ଓ ଗୁଜରାଟରୁ 'ମାତା ନୋ ମଧ' ଆସି ଠାକୁରାଣୀଙ୍କର ପୂଜାର୍ଚ୍ଚନା କରନ୍ତି । [୩] ଅନ୍ୟ ଏକ ମଧିର ଭୁଜରେ (Bhuj) ଅଛି ଯାହା ପୂର୍ବରୁ କଚ ରାଜ୍ୟର ରାଜଧାନୀ ଥିଲା ।

ତାଙ୍କର ମନ୍ଦିରମାନ ଥିବା ଅନ୍ୟାନ୍ୟ ସ୍ଥାନ‌ଗୁଡ଼ିକର ନାମ: ରାଜକୋଟ (Rajkot), ଜାସଦାନ (Jasdan),[୪] ମୋର୍ବି (Morbi), ଗୋନ୍ଦଲ (Gondal), ଜାମନ‌ଗର (Jamnagar),[୫] ଘୁମଲି (Ghumli),[୫] ଯେଉଁଠାକୁ ଜାଡେଜାମାନେ କଚରୁ ଆସି ମନ୍ଦିର ତିଆରି କରି ତାଙ୍କୁ କୁଳ ଦେବୀର ମାନ୍ୟତା ଦେଲେ । [୨][୬][୭]

ବରଦା ପାହାଡ଼ ଉପରେ ସତୀଙ୍କ ଅନୁରୋଧ କ୍ରମେ ମା ଶକ୍ତି ଗୋଟିଏ ରାକ୍ଷସକୁ ମାରିଦେବା ପରେ ତାଙ୍କୁ ସେହି ପାହାଡ଼ ଉପରେ ରହିବାକୁ ସତୀ ଅନୁରୋଧ କରିଥିଲେ ଓ ତାଙ୍କୁ ଆଶାପୁରା ନାମ ଦେଇଥିଲେ । ଏହା ମାତାଜୀଙ୍କର ପ୍ରଥମ ମନ୍ଦିର । ତାଙ୍କ କଥା ଓ ତାଙ୍କର ସିଂହର ଗର୍ଜନ ଏବେବି ଶୁଣାଯାଏ ।

ଅମରେଲି ଜିଲ୍ଲାର ଗଧକଡ଼ା ଗ୍ରାମରେ ଆଶାପୁରା ମାତାଜୀଙ୍କର ମନ୍ଦିର ଅଛି । ନବରାତ୍ରୀର ପ୍ରଥମ ଦିନରେ ଅନେକ ଲୋକ ମାତାଜୀଙ୍କର ଯଜ୍ଞ ଦେଖିବାକୁ ଏଠାକୁ ଆସନ୍ତି ।

ରାଜସ୍ଥାନର ପୋଖରାନ (Pokhran), ମୋଦ୍ରାନ (Modran) ଓ ନାଡୋଲରେ (Nadol) ତାଙ୍କର ମନ୍ଦିର ଅଛି । ମୁମ୍ବାଇରେ ତାଙ୍କର ପ୍ରସିଦ୍ଧ ଆଶାପୁରା ମାତା ମନ୍ଦିର ଅଛି ।

ବେଙ୍ଗାଳୁରୁର ବନେରଘଟ୍ଟ ଜାତୀୟ ଉଦ୍ୟାନ (Bannerghatta National Park) ପାଖରେ ଆଶାପୁରା ମାତାଜୀ ମନ୍ଦିର ତାଙ୍କ ନାମରେ ଉତ୍ସର୍ଗ ହୋଇଛି ।

ପୁଣେର କୋନ୍ଧ‌ୱା ପାଖରେ ତାଙ୍କର ମନ୍ଦିର ଅଛି ।

ଆଧାର[ସମ୍ପାଦନା]