ଅନ୍ନପୂର୍ଣ୍ଣା (ଦେବୀ)

ଉଇକିପିଡ଼ିଆ‌ରୁ
Annapurna ଅନ୍ନପୂର୍ଣ୍ଣା
ସିଂହାସନରେ ବସିଥିବା ଅନ୍ନପୂର୍ଣ୍ଣା ଦେବୀ ଶିବଙ୍କୁ (ବାମ) ଭିକ୍ଷା ଦେଉଛନ୍ତି - ଅନ୍ନ‌ଦା ମଙ୍ଗଳର ଏକ ଦୃଶ୍ୟ, ରଙ୍ଗୀନ ଲିଥୋଗ୍ରାଫ, ୧୮୯୫ ।
Sanskrit TransliterationAnnapūrṇa
Sanskritअन्नपूर्णा
Affiliationଦେବୀ, ଦୁର୍ଗା, ପାର୍ବତୀ (ଆଦି ପରାଶକ୍ତି) [୧]
ଲୋକକାଶୀ, କୈଳାସ
ସ୍ୱାମୀ/ସ୍ତ୍ରୀଶିବ (Dashavaktra)

ଅନ୍ନପୂର୍ଣ୍ଣା (ଇଂରାଜୀ ଭାଷାରେ Annapurna or Annapoorna, (Sanskrit: अन्नपूर्णा, IAST: Annapūrṇa, lit. "ଖାଦ୍ୟ ପରିପୂର୍ଣ୍ଣ" filled with or possessed of food)[୧] ଖାଦ୍ୟ ଓ ପୋଷଣର ଦେବୀ (ହିନ୍ଦୁ ଧର୍ମ) । ହିନ୍ଦୁ ଧର୍ମରେ ଧନ‌ଦାତ୍ରୀ ଓ ଅନ୍ନ‌ଦାତ୍ରୀ ହୋଇଥିବା ଯୋଗୁ ଅନ୍ନପୂର୍ଣ୍ଣା ଠାକୁରାଣୀ ଏକ ଜନପ୍ରିୟ ଦେବୀ । ଶିବଙ୍କ ପତ୍ନୀ ପାର୍ବତୀଙ୍କର ସେ ଗୋଟିଏ ଅବତାର[୨] ହୋଇଥବା ଯୋଗୁ ଭରତଚନ୍ଦ୍ର ରାୟଙ୍କ (Bharatchandra Ray) ବଙ୍ଗଳା ଭାଷାରେ ରଚିତ କବିତା 'ଆନନ୍ଦ ମଙ୍ଗଳ'ରେ ତାଙ୍କୁ ସ୍ତୁତି କରାଯାଇଛି । ଅନ୍ନପୂର୍ଣ୍ଣା ଶହସ୍ରନାମରେ ୧୦୦୦ ଥର ଓ ଅନ୍ନପୂର୍ଣ୍ଣା ଶତନାମ ସ୍ତୋତ୍ରଂରେ ୧୦୮ ଥର ତାଙ୍କ ନାମର ପ୍ରଶଂସା କରାଯାଇଛି ।

ବାରାଣସୀରେ (Varanasi) ଥିବା ଅନ୍ନପୂର୍ଣ୍ଣା ଦେବୀ ମନ୍ଦିର (Annapurna Devi Mandir) ଓ କାଶୀ ବିଶ୍ୱନାଥ ମନ୍ଦିର ଦୁଇଟି ଅନ୍ନପୂର୍ଣ୍ଣାଙ୍କ ନାମରେ ଉତ୍ସାର୍ଗ ହୋଇଛି । ଅକ୍ଷୟ ତୃତୀୟା ଦିନ ଅନ୍ନପୂର୍ଣ୍ଣା ଦେବୀଙ୍କର ଜନ୍ମ ଦିବସ ହୋଇଥିବା ବିଶ୍ୱାସ କରିବାର ସେହି ଦିନ ସ୍ୱର୍ଣ୍ଣାଳଙ୍କାର କ୍ରୟ କଲେ ଶୁଭ ବୋଲି ବିଶ୍ୱାସ କରାଯାଏ । [୩]

ଶବ୍ଦ ବିନ୍ୟାସ[ସମ୍ପାଦନା]

ସଂସ୍କୃତ ଭାଷାରେ ଅନ୍ନପୂର୍ଣ୍ଣା ଶବ୍ଦର ଅର୍ଥ ଖାଦ୍ୟ ଓ ପୋଷଣ ଦାତ୍ରୀ । ଅନ୍ନ (अन्न) ଅର୍ଥ ଖାଦ୍ୟ ବା ଶସ୍ୟ ବା ଓଡ଼ିଆରେ ଭାତ, ପୂର୍ଣ୍ଣ (पूर्ण) ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ।

ପର୍ବତମାନଙ୍କର ରାଜା ହିମ‌ବତଙ୍କର (Himavat) ଅନ୍ନପୂର୍ଣ୍ଣା ଏକ କନ୍ୟା ହୋଇଥିବା ବିଶ୍ୱାସ କରାଯାଏ ଓ ତାଙ୍କ ନାମାନୁସାରେ ହିମାଳୟରେ ଥିବା ଅନ୍ନପୂର୍ଣ୍ଣା (Annapurna) ପର୍ବତର ନାମକରଣ ହୋଇଥିବା ମଧ୍ୟ ବିଶ୍ୱାସ କରାଯାଏ ।[୪] ପଶ୍ଚିମ ଦେଶଗୁଡ଼ିକରେ ତାଙ୍କୁ ରନ୍ଧନର ହିନ୍ଦୁ ଦେବୀ ସମ୍ମାନ ଦିଅନ୍ତି । [୫]

ଅନ୍ନପୂର୍ଣ୍ଣାଙ୍କର ଅନ୍ୟ କେତେକ ନାମ: [୬]

  • ବିଶାଳାକ୍ଷୀ (ସଂସ୍କୃତରେ: विशालाक्षी) – ବଡ଼ ଚକ୍ଷୁ ଥିବା ମହିଳା
  • ବିଶ୍ୱଶକ୍ତି (ସଂସ୍କୃତରେ: विश्वशक्ति) – ପୃଥିବୀର ଶକ୍ତି.
  • ବିଶ୍ୱମାତା (ସଂସ୍କୃତରେ: विश्वमाता) – ସଂସାରର ମାତା.
  • ସୃଷ୍ଟିହେତୁକାବରଦାନୀ (ସଂସ୍କୃତରେ: सृष्टिहेतुकावरदानी) – ପୃଥିବୀ ନିମନ୍ତେ ବରଦାୟିନୀ.
  • ଭୁବନେଶ୍ୱରୀ (ସଂସ୍କୃତରେ: भुवनेश्वरी) – ଭୁବନର ଦେବୀ.
  • ରେଣୁ – ଅଣୁର ଦେବୀ.
  • ଅନ୍ନ‌ଦା (ସଂସ୍କୃତରେ: अन्नदा) – ଖାଦ୍ୟ ଦାତ୍ରୀ

କିମ୍ବଦନ୍ତୀ[ସମ୍ପାଦନା]

ଅନ୍ନପୂର୍ଣ୍ଣା

ଦିନେ ପାର୍ବତୀ 'ପ୍ରକୃତି ବଡ଼' କ‌ହିବାରୁ ଶିବ ମନା କରିଥିଲେ ଓ ପ୍ରକୃତିଠାରୁ ପୁରୁଷ ବଡ଼ କ‌ହିବାରୁ କଳହ ଜାତ ହୋଇଥିଲା । କ୍ରୋଧରେ ପାର୍ବତୀ ତାଙ୍କୁ ପରିତ୍ୟାଗ କରି ଅଦୃଶ୍ୟ ହୋଇଗଲେ । ପାର୍ବତୀ ଅଦୃଶ୍ୟ ହୋଇଯିବାରୁ ସଂସାରରେ ଦୁର୍ଭିକ୍ଷ ଜାତ ହେଲା । ଶିବଙ୍କର ଅନୁଗାମୀମାନେ ତାଙ୍କୁ ଖାଦ୍ୟ ଭିକ୍ଷା ମାଗିଲେ । ଶିବ ଏକ ଭିକ୍ଷା ଥାଳ ଧରି ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିଲେ । କାହାରି ପାଖରେ କିଛି ଖାଦ୍ୟ ନଥିବାରୁ କେହି ଭିକ୍ଷା ଦେଇପାରିଲେନି । ଶିବ ଓ ଅନୁଗାମୀମାନେ ଦିନେ ଜାଣିବାକୁ ପାଇଲେ ଯେ କାଶୀରେ ଗୋଟିଏ ରନ୍ଧନ ସ୍ଥାନ ଅଛି ଯେଉଁଠାରେ ଅଦ୍ୟାପି ଖାଦ୍ୟ ମିଳୁଛି । ଖାଦ୍ୟ ଭିକ୍ଷା କରିବାକୁ ଶିବ କାଶୀ ଗଲେ, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେ ଜାଣିବାକୁ ପାଇଲେ ଯେ ଅନ୍ୟ ଏକ ଆକାର ଗ୍ରହଣ କରିଥିବା ପାର୍ବତୀ ସେହି ରନ୍ଧନଶାଳର ମାଲିକାଣୀ । ସେ ସ୍ୱର୍ଗୀୟ ପୋଷାକ ଓ ଅଳଙ୍କାର ପିନ୍ଧି ଏକ ସିଂହାସନରେ ବସି କ୍ଷୁଧିତ ଦେବତା ଓ ପୃଥିବୀର ଲୋକଙ୍କୁ ଜଣକ ପରେ ଜଣକୁ ଖାଦ୍ୟ ବାଣ୍ଟୁଥିଲେ । ତାଙ୍କ ପୁତ୍ର କାର୍ତ୍ତିକେୟ ଓ ଗଣେଷଙ୍କୁ ମଧ୍ୟ ଖାଦ୍ୟ ଯାଚିଲେ । ଅନ୍ନପୂର୍ଣ୍ଣା ଦେବୀ ଆକାରରେ ପାର୍ବତୀ ଥିଲେ ଓ ଅପୂର୍ବ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ ଖାଦ୍ୟ ଦେଇ ଅନ୍ନପୂର୍ଣ୍ଣା ପ୍ରମାଣିତ କରିଦେଲେ ଯେ ଶିବ ନିଜେ ଭୋକାତୁର ହୋଇନପାରନ୍ତି କିନ୍ତୁ ତାଙ୍କର ଅନୁଗାମୀମାନେ ନିଶ୍ଚୟ ଭୋକାତୁର ହେବେ । [୬] ଅନ୍ୟ ଏକ ଲୋକ‌କଥା ଅନୁସାରେ ତ୍ରିମୁର୍ତ୍ତୀ (Trimurti) ପରସ୍ପର ମଧ୍ୟରେ କିଏ ବଡ଼ କ‌ହି ଯୁକ୍ତି ତର୍କ କରିଥିଲେ । ମହାଦେବୀ (en:Mahadevi) ଏହି ତର୍କ ଶୁଣି ଶିକ୍ଷା ଦେବା ଉଦ୍ଦେଶ୍ୟରେ ଅଦୃଶ୍ୟ ହୋଇଯିବା ଫଳରେ ଯଜ୍ଞ ହୋଇପାରିଲାନି ଓ ଦେବତାମାନେ ଭୋକରେ ରହି ଦୁର୍ବଳ ହେବାକୁ ଲାଗିଲେ । ସେମାନେ ତ୍ରିମୁର୍ତ୍ତୀଙ୍କୁ ଖାଦ୍ୟ ମାଗିଲେ । ସେତିକିବେଳେ ବିଷ୍ଣୁ ଶିବଙ୍କୁ କ‌ହିଲେ, "ହେ ମହାଦେବ, ଦେବୀ ଅଦୃଶ୍ୟ ହୋଇଯିବାରୁ ସୃଷ୍ଟି ଦୁର୍ବଳ ହୋଇଯାଇଛି । ମୁଁ ଶୁଣିବାକୁ ପାଉଛି ଯେ କାଶୀରେ କେହିଜଣେ ମହିଳା ଲୋକଙ୍କ ପାଇଁ ଖାଦ୍ୟ ଦାନ କରୁଛନ୍ତି ।" ସଙ୍ଗେ ସଙ୍ଗେ ଶିବ ବୁଝିପାରିଲେ ଯେ ସେହି ମହିଳା ଜଗଦମ୍ବାଙ୍କ ବ୍ୟତୀତ ଆଉ କେହି ନୁହେଁ । ଭିକ୍ଷୁକ ଛଦ୍ମ ବେଶରେ ଶିବ କାଶୀ ଯାଇ ଦେବତାଙ୍କ ପାଇଁ ଭିକ୍ଷା ମାଗିଲେ । ଦେବତାମାନେ ଏକ ଶିକ୍ଷା ଲାଭ କରିଛନ୍ତି ଜାଣି ଦେବୀ ସନ୍ତୁଷ୍ଟ ହେଲେ ଓ ଶିବଙ୍କୁ କ‌ହିଲେ, "ମୁଁ ଏହି କାଶୀରେ ଅନ୍ନପୂର୍ଣ୍ଣା ଆକାରରେ ବାସ କରିବି ।"

ଆଧାର[ସମ୍ପାଦନା]

  1. ୧.୦ ୧.୧ Williams, Monier. "Monier-Williams Sanskrit-English Dictionary". faculty.washington.edu. Archived from the original on 2017-01-26. Retrieved 2020-02-03. annapūrṇa : pūrṇa mfn. filled with or possessed of food; (ā), f. N. of a goddess, a form of Durgā
  2. P. 2001, p. 13
  3. Nanu, Narendra (6 May 2011). "TOPSHOTS An Indian customer looks at a selection of white gold..." Getty Images. Archived from the original on 24 September 2015. Retrieved 25 May 2015. – via HighBeam (subscription required)
  4. Osan, Gurinder (28 August 2002). "An Indian mystic, seeking his goddess, goes the hard way in the Himalayas". AP Worldstream. Archived from the original on 24 September 2015. Retrieved 24 May 2015. – via HighBeam (subscription required)
  5. "Your Life: Currying Flavor; Zafron, Lisburn Road, Belfast food and drink". London, England: The Mirror. 5 January 2008. Archived from the original on 24 September 2015. Retrieved 25 May 2015. – via HighBeam (subscription required)
  6. ୬.୦ ୬.୧ P. 2001, p. 17