ଆଲୋଚନା:୨୦୧୮ ପୁରୁଷ ହକି ବିଶ୍ୱକପ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପ୍ରସଙ୍ଗଟି ପୁରା ଖବରକାଗଜ ପଢିଲା ଭଳି ଲାଗୁଛି । ଉଇକିକରଣ ଆବଶ୍ୟକ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୧, ୨୫ ସେପ୍ଟେମ୍ବର ୨୦୧୮ (IST)[reply]

@Hellohappy: ଭାଇ, ମୁଁ ଉଇକିପିଡ଼ିଆରେ ନୂଆ, ବର୍ଷଟିଏ ମଧ୍ୟ ହେବାକୁ ନାହିଁ । ଆପଣଙ୍କ ଭଳି ପୁରୁଖା ଉଇକିଆଳୀଙ୍କ ଲେଖାରୁ ଶିଖିକରି ଲେଖେ । ଏହି ଭିଡିଓରେ @Subas Chandra Rout: ସାର କହିଛନ୍ତି, ଉଇକିପିଡ଼ିଆରେ କୌଣସି ଗୋଟିଏବି ଧାଡ଼ି ଆପଣ ମନରୁ ଲେଖିପାରିବେ ନାହିଁ, ଆଧାର ଆବଶ୍ୟକ । ତେଣୁ ଓଡ଼ିଆ ଖବର କାଗଜ ଆଧାର ହୋଇଥିବାରୁ ଖବର କାଗଜରୁ ସିଧା ସିଧା ଏଠାରେ ଛପା ଯାଇଛି । ମୋ ବୁଝିବା ହୁଏତ ଭୁଲ ହୋଇଥାଇପାରେ । ଯଦି ଆପଣ ଭାବୁଛନ୍ତି ଏହା ସଠିକ ନୁହେଁ, ଆପଣ ଆବଶ୍ୟକ ମୁତାବକ ଏହି ଲେଖାଟିରେ ପରିବର୍ତ୍ତନ କରିପାରିବେ କିମ୍ୱା ମତେ ଯଦି ବୁଝାଇକରି କହିବେ କିଭଳି ଉଇକିକରଣ କରନ୍ତି, ମୁଁ ପରିବର୍ତ୍ତନ କରିଦେବି । ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୯, ୨୫ ସେପ୍ଟେମ୍ବର ୨୦୧୮ (IST)[reply]
@ସୌମେନ୍ଦ୍ର ଆପଣ ଓଲଟା ବୁଝିଲେ ।ମନରୁ ଲେଖିପାରିବେ ମାନେ ଇଛ୍ଛା ମୁତାବକ ଲେଖିପାରିବେ ନାହିଁ ବା ତଥ୍ୟ ନିଜ ଇଛାରେ ଦେଇ ପାରିବେ ନାହିଁ । ପ୍ରକୃତରେ ସବୁ ମନରୁ ହିଁ ଲେଖା ହେବ । ଅଧାରଗୁଡିକ ଦେଖି, ପଢ଼ି, ବୁଝି ସେଥିରୁ ନିଜେ ଗୋଟେ ତର୍ଜମା କରି ନିଜ ଶୈଳୀରେ ଲେଖାଟି ଲେଖିବେ । ଆଉ କାହା ଲେଖା କେବେ କପି ପେଷ୍ଟ କରିବେ ନାହିଁ । ଆପଣ ବହୁତ ଭଲ କାମ କାରୁଛନ୍ତି । ବହୁତ କମ ଲୋକ ସହଜରେ କଥା ବୁଝନ୍ତି । ଧନ୍ୟବାଦ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୪୪, ୨୫ ସେପ୍ଟେମ୍ବର ୨୦୧୮ (IST)[reply]
ଧନ୍ୟବାଦ @ଜ୍ଞାନ ଭାଇ ଆଗକୁ ଏହିଭଳି ଲେଖିବାକୁ ଚେଷ୍ଟା କରିବି । ସୌମେନ୍ଦ୍ର (ମୋ ଆଲୋଚନା) ୧୬:୨୦, ୨୬ ସେପ୍ଟେମ୍ବର ୨୦୧୮ (IST)[reply]
@ସୌମେନ୍ଦ୍ର ବାବୁ, ଉଇକିପିଡ଼ିଆରେ ନୂଆ ଲେଖିବା ବେଳେ ଆପଣ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଭଳି ଅସୁବିଧା ସମସ୍ତେ ଭୋଗନ୍ତି । ତେବେ ଆପଣଙ୍କୁ ମୁଁ ସ୍ୱାଗତ କରୁଛି ଏଇଥି ପାଇଁ ଯେ ଆପଣଙ୍କର ଲେଖିବାର ସ୍ପୃହା ଅଛି । ମୁଁ ଆପଣଙ୍କ ମେଲ ଠିକଣାରେ ଯୋଗାଯୋଗ କରିବି । ଇଂରାଜୀ ବ୍ଲଗରେ ଜଣେ ଲେଖିଥିଲେ after a warm welcome in Wikipedia a newcomer is left to wilderness. କେଡ଼େ ଅପ୍ରିୟ ସତ କଥାଟିଏ ଲେଖିଥିଲେ ସେ । ଆପଣ ଆପଣଙ୍କର ସୁବିଧା ଅନୁସାରେ ସମୟ କାଢ଼ି ଫୋନରେ ମୋ ସାଥୀରେ କଥା ହୋଇପାରିବେ । --Subas Chandra Rout (ମୋ ଆଲୋଚନା) ୦୯:୦୬, ୨୬ ସେପ୍ଟେମ୍ବର ୨୦୧୮ (IST)[reply]
ଧନ୍ୟବାଦ @ସୁବାସ ସାର । ଆପଣଙ୍କଠାରୁ ଲେଖାଲେଖି ନିମିତ୍ତ ବହୁତ ପ୍ରେରଣା ମିଳିଥାଏ । ଅବିରତ ଭାବରେ ଯେଭଳି ଆପଣ ଏବଂ @ସଂଗ୍ରାମ ଲେଖୁଥାଆନ୍ତି ତାହାର ଯେତେ ପ୍ରଶଂସା କଲେ ବି କମହେବ । ନିଶ୍ଚିତ ରୂପେ ମୁଁ ଆପଣଙ୍କ ସହ କଥା ହୋଇ ଆପଣଙ୍କର ଅନୁଭୂତି କିଛି ପାଇପାରିଲେ ନିଜକୁ ଭାଗ୍ୟବାନ ମଣିବି । ଏଠାରେ ନିଜର ମତ ପ୍ରଦାନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୧୬:୨୦, ୨୬ ସେପ୍ଟେମ୍ବର ୨୦୧୮ (IST)[reply]
ସୌମେନ୍ଦ୍ର ବାବୁ, ଉଇକିପିଡ଼ିଆପ୍ରତି ଆପଣଙ୍କ ଆଗ୍ରହ, ଉତ୍ସାହ ଓ ନିରନ୍ତର ସମ୍ପାଦନା ମତେ ବ୍ୟକ୍ତିଗତଭାବେ ଆନନ୍ଦିତ କରିଛି । ଆପଣଙ୍କ କାମ ଦେଖୁଥିବା, ଅନ୍ୟ ସମସ୍ତଙ୍କର ସମାନ ଧାରଣା ଥିବ ବୋଲି ମୋର ବିଶ୍ୱାସ । କଥାହେଲା, ଆମେ ସମସ୍ତେ କେହି ଉଇକିପିଡ଼ିଆ ବାବଦରେ ସବୁ ଜାଣି ନାହେଁ । ତେଣୁ ଜଣେ ଆରଜଣକୁ ଶିଖେଇ ବତେଇ ଆଗକୁ ବଢିବା ହିଁ ଠିକ । ଖବରକାଗଜଟିକୁ ଆଧାରଭାବେ ନେବା ଠିକ, କିନ୍ତୁ ଖବରଟିକୁ ଅବିକଳ ଛାପିଦେବା ଠିକ ନୁହଁ । ତାପରେ, ଖବରକାଗଜର ଖବର ଓ ଉଇକି ପ୍ରସଙ୍ଗ ମଧ୍ୟରେ ଫରକ ଅଛି । ଘଟଣାଟି ଘଟି ସାରିଲେ, ଖବରକାଗଜର ଖବର ମଧ୍ୟ ଅପ୍ରାସଙ୍ଗିକ ହେଇଯାଏ । କିନ୍ତୁ ଉଇକି ପ୍ରସଙ୍ଗଟି ଚିରକାଳ ରହିବ । ଖୋଜାଯିବ । ପଢାଯିବ । ତେଣୁ ଲେଖିଲାବେଳେ ଆମକୁ ଏହା ମଧ୍ୟ ଦୃଷ୍ଟିରେ ରଖିବା ଉଚିତ ହେବ ଯେ, ଭବିଷ୍ୟତରେ ପାଠକଟିଏ ଏ ପ୍ରସଙ୍ଗରେ କଣ ପଢିବାକୁ ଚାହିଁବ । ତେଣୁ ଉଇକି ପ୍ରସଙ୍ଗଟିକୁ ଧାରାବିବରଣୀ ନକରି, କେବଳ ଉଲ୍ଲେଖନୀୟ କଥା ଲେଖିଲେ ଭଲ ହେବ । ଆଉ ମୁଁ ଯେଉଁମାନଙ୍କୁଠୁ ଶିଖିଛି, ସେମାନେ ଉପରେ ଲେଖିଛନ୍ତି । ଦେଖିବେ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କର ଓ ଆପଣଙ୍କ ଯୋଗୁ, ଓଡ଼ିଆ ଉଇକିପିଡ଼ିଆର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୪, ୨୬ ସେପ୍ଟେମ୍ବର ୨୦୧୮ (IST)[reply]
ଧନ୍ୟବାଦ @ପ୍ରିତିରଞ୍ଜନ ଭାଇ ଆପଣ ମୋର ପୃଷ୍ଠା ବଦଳଗୁଡ଼ିକୁ ଭଲ ଅନୁଧ୍ୟାନ କରି ନିଜର ସଂରଚନାତ୍ମକ ମତାମତ କରୁଛନ୍ତି, ଯାହା ଫଳରେ ମୋର ଲେଖାରେ ସୁଧାର ହେବାପାଇଁ ମୁଁ ଚେଷ୍ଟା କରିବା ସହ, ଭବିଷ୍ୟତରେ ମୁଁ ଗଢ଼ିବାକୁ ଯାଉଥିବା ଅନେକ ପୃଷ୍ଠାଗୁଡ଼ିକ ଏବଂ ସେଗୁଡ଼ିକୁ ପଢ଼ିବାକୁ ଯାଉଥିବା ପଢାଳିମାନେ ମଧ୍ୟ ଉପକୃତ ହୋଇପାରିବେ । ଏଠାରେ ଆପଣ ସରଳ ଭାବରେ ସମସ୍ୟା ଏବଂ ତାହାର ସମାଧାନ ବୁଝାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ମୁଁ କରିଥିବା ଭୁଲ ବୁଝିପାରିଛି । ଖୁବ ଶୀଘ୍ର ଏହି ପୃଷ୍ଠା ଏବଂ ଗଢ଼ିଥିବା ବାକି ପୃଷ୍ଠାଗୁଡ଼ିକୁ ଅନୁଧ୍ୟାନ କରି ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବି । ସୌମେନ୍ଦ୍ର (ମୋ ଆଲୋଚନା) ୧୬:୨୦, ୨୬ ସେପ୍ଟେମ୍ବର ୨୦୧୮ (IST)[reply]

ଏଠାରେ ଲେଖିଥିବା ସଭିଙ୍କୁ ସହାୟତା କରି ସଠିକ ମାର୍ଗଦର୍ଶନ ପ୍ରଦାନ ନିମନ୍ତେ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୧୬:୨୦, ୨୬ ସେପ୍ଟେମ୍ବର ୨୦୧୮ (IST)[reply]