ଆରବ ସାଗର

ଉଇକିପିଡ଼ିଆ ରୁ
Jump to navigation Jump to search
ଆରବ ସାଗର
Arabian Sea map.png
ଦିଗବାରେଣି 18°N 66°E / 18°N 66°E / 18; 66Coordinates: 18°N 66°E / 18°N 66°E / 18; 66
ନିଷ୍କାସନ କ୍ଷେତ୍ରସ୍ଥ  ଦେଶ ଭାରତ, ଇରାନ, ମାଳଦ୍ଵୀପ, ଓମାନ, ପାକିସ୍ତାନ, ସୋମାଲିଆ, ୟେମେନ
ସର୍ବାଧିକ ଓସାର ୨,୪୦୦ କି.ମି. (୧,୫୦୦ mi)
କ୍ଷେତ୍ରଫଳ ୩,୮୬୨,୦୦୦ କି.ମି. (୧,୪୯୧,୦୦୦ sq mi)
ସର୍ବାଧିକ ଗଭୀରତା ୪,୬୫୨ m (୧୫,୨୬୨ ft)

ଆରବ ସାଗର, ଭାରତ ମହାସାଗରର ଉତ୍ତର ଭାଗର ଏକ ଅଂଶ, ଯାହାକି ଉତ୍ତରରେ ପାକିସ୍ତାନଇରାନ, ପଶ୍ଚିମରେ ଉତ୍ତର-ପୂର୍ବ ସୋମାଲିଆଆରବ ଦ୍ୱୀପ ଏବଂ ପୂର୍ବରେ ଭାରତଦ୍ୱାରା ଘେରି ହୋଇ ରହିଛି । ଏହି ସମୁଦ୍ରଟିର ଐତିହାସିକ ନାମକରଣ ଅନୁସାରେ ଇରିଟ୍ରିଆନ୍ ସାଗର ଏବଂ ଫାରସୀ ସାଗର ନାମରେ ନାମିତ ହୋଇଛି । ଏହି ସାଗରଟିର ସମୁଦାୟ କ୍ଷେତ୍ରଫଳ ୩,୮୬୨,୦୦୦ କି.ମି. (୧,୪୯୧,୦୦୦ sq mi) ଏବଂ ସର୍ବାଧିକ ଗଭୀରତା ୪,୬୫୨ metres (୧୫,୨୬୨ ft) । ଦକ୍ଷିଣ-ପଶ୍ଚିମ ଦିଗରେ ଆଡେନ୍ ଉପସାଗର, ଆରବ ସାଗର ଦେଇ ଲାଲ ସମୁଦ୍ର ସ‌ହିତ ଯୋଡ଼ି ହୋଇଛି ।

ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର, କରାଚି ବନ୍ଦରପାକିସ୍ତାନର ଗ୍ୱାଦାର ବନ୍ଦର ଏବଂ ଓମାନର ସାଲାଲା ବନ୍ଦର ଭଳି ପ୍ରମୁଖ ସାମୁଦ୍ରିକ ବନ୍ଦରମାନ ଆରବ ସାଗର ଅନ୍ତର୍ଭୁକ୍ତ । ଆରବ ସାଗରରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଜରୁରୀ ବନ୍ଦର ହେଲା, କାଣ୍ଡଲା ବନ୍ଦର ଏବଂ ଗୋଆର ମୋର୍‌ମୁଗାଓ ବନ୍ଦର । ଆରବ ସାଗର ମଧ୍ୟରେ ଥିବା ପ୍ରମୁଖ ଦ୍ୱୀପମାନ ହେଲେ, ୟେମେନର ସୋକୋତ୍ରା, ଓମାନର ମାସିରାଃ ଦ୍ୱୀପ, ପାକିସ୍ତାନର ଅସ୍ତଳ ଦ୍ୱୀପ ଏବଂ ଭାରତର ଆନ୍ଦ୍ରୋତ୍ତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅନ୍ତରୀକ୍ଷରୁ ଆରବ ସାଗର

ଆରବ ସାଗରର ଉପରିଭାଗର କ୍ଷେତ୍ରଫଳ ପାଖାପାଖି ୩,୮୬୨,୦୦୦ କି.ମି. (୧,୪୯୧,୧୩୦ sq mi) ।[୧] ସମୁଦ୍ରର ସର୍ବାଧିକ ଚଉଡ଼ା ପାଖାପାଖି ୨,୪୦୦ କି.ମି. (୧,୪୯୦ mi) ଏବଂ ସର୍ବାଧିକ ଗଭୀରତା ୪,୬୫୨ metres (୧୫,୨୬୨ ft) । ଆରବ ସାଗରରେ ମିଶୁଥିବା ନ‌ଦୀମାନଙ୍କ ମଧ୍ୟରେ ବଡ଼ ନ‌ଦୀ ହେଉଛି ସିନ୍ଧୁ ନ‌ଦୀ

ଆରବ ସାଗରର ଦୁଇଟି ଶାଖା ହେଉଛି- ବାବ୍-ଏଲ୍-ମନ୍‌ଦେବ ପ୍ରଣାଳୀ ମଧ୍ୟ ଦେଇ ଲାଲ ସାଗର ସ‌ହିତ ମିଶିଥିବା ଦକ୍ଷିଣ-ପଶ୍ଚିମର ଆଡାନ୍ ଉପସାଗର ଏବଂ ଫରାସୀ ଉପସାଗର ସ‌ହ ସଂଯୁକ୍ତ ହୋଇଥିବା ଉତ୍ତର-ପଶ୍ଚିମର ଓମାନ ଉପସାଗର । ଭାରତୀୟ ଉପକୂଳରେ ଥିବା ଆରବ ସାଗରର ଦୁଇଟି ଉପସାଗର ହେଲା- ଖମ୍ବାତ୍ ଉପସାଗର ଏବଂ କଚ୍ ଉପସାଗର ।

୧୭ଶ ଶତାବ୍ଦୀର ଏହି ନ‌କ୍ସାଟି ଇରିଟ୍ରିଆନ୍ ସାଗରର ଚିତ୍ରଣ ।

ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ରହିଥିବା ଦେଶଗୁଡ଼ିକ ହେଲା: ସୋମାଲିଆ, ଜିବୁତୀ, ୟେମେନ, ଓମାନ, ଇରାନ, ପାକିସ୍ତାନ, ଭାରତ ଏବଂ ମାଳଦ୍ଵୀପ । ଆରବ ସାଗର ଉପକୂଳରେ ଥିବା ବଡ଼ ବଡ଼ ସ‌ହରଗୁଡ଼ିକ ହେଲା: ମୁମ୍ବାଇ, ସୁରାଟ, କରାଚୀ, ଗ୍ୱଦର, ପାସ୍‌ନୀ, ଓର୍‌ମରା, ଆଡେନ୍, ମୁସ୍କଟ୍, କେଟି ବନ୍ଦର, ସାଲାଲାଃ, ଡୁକୁମ୍, ତ୍ରୀଭନ୍ଦ୍ରମ ।


ପରିସୀମା[ସମ୍ପାଦନା]

ସୁଜିତ ଆନ୍ତର୍ଜାତୀୟ ଜଳ ସର୍ବେକ୍ଷଣ ସଂସ୍ଥା ଆରବ ସାଗରର ନିମ୍ନଲିଖିତ ପରିସୀମା ଦର୍ଶାଇଥିଲେ:[୨]

ପଶ୍ଚିମରେ: ଆଡେନ୍ ଉପସାଗରର ପୂର୍ବାର୍ଦ୍ଧ ପରିସୀମା [କେଫ ଗୁଆର୍ଦଫାଇର ମଧ୍ୟମା ଅନୁସାରେ (Ras Asir, 51°16'E)] ।

ଉତ୍ତରରେ: ପାକିସ୍ତାନର ଉପକୂଳ ଜିୱାନୀ (61°43'E) ଏବଂ ଆରବିଆର ପୂର୍ବ କେନ୍ଦ୍ର, ରାସ୍-ଏଲ୍-ହଡ୍ ସ‌ହ ଯୋଗ କରୁଥିବା ରେଖା (22°32'N) ।

ଦକ୍ଷିଣରେ: ମାଳଦ୍ୱୀପର ଦକ୍ଷିଣ ରେଖାରୁ ହାଫନ୍‌ର ପୂର୍ବାର୍ଦ୍ଧ ରେଖା ସ‌ହ ସଂଯୋଗ କରୁଥିବା ରେଖା (ଆଫ୍ରିକା, 10°26'N) ।

ପୂର୍ବରେ: ପଶ୍ଚିମରେ ଲାସ୍ସାଦୀଭର ପରିସୀମା [ଭାରତର ପଶ୍ଚିମ ଉପକୂଳରେ ସଦାଶିବ ଗଡ଼ (14°48′N 74°07′E / 14.800°N 74.117°E / 14.800; 74.117) ଠାରୁ କୋରା ଦୀଭ (13°42′N 72°10′E / 13.700°N 72.167°E / 13.700; 72.167) ଓ ପରେ ଲାକ୍ଷାଦ୍ୱୀପର ପଶ୍ଚିମର ତଳସ୍ତର ଆଡ଼କୁ ଏବଂ ମାଳଦ୍ୱୀପର ଦକ୍ଷିଣ ଆଡ଼କୁ କେନ୍ଦ୍ରିତ ହୋଇଥିବା ରେଖାଯାଏ ।

ବିକଳ୍ପ ନାମ[ସମ୍ପାଦନା]

ଆରବ ସାଗର ଐତିହାସିକ ଏବଂ ଭୌଗଳିକ ଦୃଷ୍ଟି କୋଣରୁ ଆରବିଆନ ଏବଂ ଇଉରୋପିଆନ ପରିବ୍ରାଜକମାନଙ୍କଦ୍ୱାରା ବିଭିନ୍ନ ନାମରେ ନାମିତ ହୋଇଛି । ଏହି ନାମ ଗୁଡ଼ିକ ହେଲା:[୩] ଭାରତୀୟ ସାଗର, ଫରାସୀ ସାଗର, ସିନ୍ଧୁ ସାଗର,[୪] ଇରିଟ୍ରିଆନ୍ ସାଗର,[୫] ଏବଂ ଅଖଜାର୍ ସାଗର ।

ବେପାର ମାର୍ଗ[ସମ୍ପାଦନା]

ଆରବ ସାଗର ମଧ୍ୟ ଦେଇ ଅନେକ ବିଦେଶୀ ବଣିକମାନେ ବେପାର କରିବାକୁ ଭାରତକୁ ଆସୁଥିଲେ । ୨ୟ ଏବଂ ୩ୟ ଶତାବ୍ଦୀରେ ଏହି ସାଗର ଦେଇ ଅନେକ ବେପାରୀ ବେପାର କରିବାକୁ ଆସୁଥିଲେ ।

ପ୍ରମୁଖ ବନ୍ଦର[୬][ସମ୍ପାଦନା]

  • ଜବାହାରଲା ନେହେରୁ ବନ୍ଦର(Jawaharlal Nehru Port)
  • ରତ୍ନ‌ଗିରି ବନ୍ଦର(Port of Ratnagiri)
  • ଦିଘି ବନ୍ଦର(Port of Dighi)
  • ମୁମ୍ବାଇ ବନ୍ଦର(Port of Mumbai )
  • ନିସ୍ତୁନ ବନ୍ଦର(Port of Nishtun)
  • ମୋରା ବନ୍ଦର(Port of Mora)
  • ସଲାଲା ବନ୍ଦର(Port of Salalah (Mina Raysut))
  • କେଟି ବନ୍ଦର(Port of Keti)
  • କର‌ୱାର ବନ୍ଦର(Port of Karwar)
  • ବେଲେକେରୀ ବନ୍ଦର(Port of Belekeri)
  • କରାଚୀ ବନ୍ଦର(Port of Karachi)
  • ମୋର୍ମୁଗାଁ ବନ୍ଦର(Port of Mormugao or Marmagao)
  • ଗ୍ୱଦର ବନ୍ଦର(Port of Gwadar)
  • ମୁରୁଦ-ଜଞ୍ଜୀର ହରବୌର ବନ୍ଦର(Murud-Janjira Harbour)
  • ପାନାଜୀ ବନ୍ଦର(Port of Panaji)
  • ପୋରବନ୍ଦର(Port of Porbandar)
  • ଦିଉ ହରବୋର ବନ୍ଦର(Diu Harbor)
  • ମିଠିଭିର୍ଦୀ ବନ୍ଦର(Port of Mithivirdi)
  • ପାସ୍‌ନି ବନ୍ଦର(Port of Pasni)
  • ବେରାଭାଲ ବନ୍ଦର(Port of Veraval)
  • ବାଙ୍ଗାଲୋର ବନ୍ଦର(Port of Vengurla)

ଦ୍ୱୀପ[ସମ୍ପାଦନା]

ଆରବ ସାଗର ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଦ୍ୱୀପମାନ ହେଲା:

  • ଅସ୍ତୋଲା ଦ୍ୱୀପ
  • ବାସଭରାଜ ଦୁର୍ଗା ଦ୍ୱୀପ
  • ପିରୋତନ ଦ୍ୱୀପ
  • ସୋକୋତ୍ର
  • ଜଲ୍‌ଜଲା କୋହ ଦ୍ୱୀପ
  • ମସୀର ଦ୍ୱୀପ

ଆଧାର[ସମ୍ପାଦନା]

  1. Arabian Sea, Encyclopædia Britannica
  2. "Limits of sujit sujit and Seas, 3rd edition" (PDF). International Hydrographic Organization. 1953. Retrieved 5 November 2016. 
  3. "The Voyage around the Erythraean Sea". washington.edu. 
  4. "Kamat's Potpourri: The Arabian Sea". kamat.com. 
  5. The Periplus of the Erythraean Sea:Travel and Trade in the Indian Ocean by a Merchant of the First Century
  6. "Arabian Sea ports". ports.com. Retrieved 5 November 2016.