ଆମିଲୋରାଇଡ

ଉଇକିପିଡ଼ିଆ‌ରୁ
ଆମିଲୋରାଇଡ
Clinical data
Trade namesMidamor, others
SynonymsMK-870
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status
Pharmacokinetic data
BioavailabilityReadily absorbed, 15–25%
Protein binding~23%
MetabolismNil
Onset of action2 hours (peak at 6–10 hours, duration ~24 hours)
Elimination half-life6 to 9 hours
Excretionurine (20–50%), feces (40%)
Identifiers
  • 3,5-diamino-6-chloro-N-(diaminomethylene)pyrazine-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.018.205 Edit this at Wikidata
Chemical and physical data
FormulaC6H8ClN7O
Molar mass229.627 g/mol
3D model (JSmol)
  • Clc1nc(C(=O)\N=C(/N)N)c(nc1N)N
  • InChI=1S/C6H8ClN7O/c7-2-4(9)13-3(8)1(12-2)5(15)14-6(10)11/h(H4,8,9,13)(H4,10,11,14,15) checkY
  • Key:XSDQTOBWRPYKKA-UHFFFAOYSA-N checkY
  (verify)

ଆମିଲୋରାଇଡ (ଇଂରାଜୀ ଭାଷାରେ Amiloride, ଏକ ବିକ୍ରୟ ନାମ ମିଡାମୋର/Midamor) ଏକ ଔଷଧ ଯାହା ଅନ୍ୟ ଔଷଧମାନଙ୍କ ସାଥିରେ ଉଚ୍ଚ ରକ୍ତଚାପ ବା ହୃଦ୍‌ପାତ ଜନିତ ଇଡିମା ବା ଯକୃତର ସିରୋସିସ୍ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧][୨] ଆମିଲୋରାଇଡ ସାଥିରେ ସାଧାରଣତଃ ଥାୟାଜିଡ (thiazide) ବା ଲୁପ ଡାଇୟୁରେଟିକ (loop diuretic) ଦିଆଯାଏ ।[୨] ପାଟିରେ ଏହି ଔଷଧ ଦିଆଯାଏ ।[୧] ଏହାର କାର୍ଯ୍ୟ ପ୍ରାୟ ୨ ଘଣ୍ଟାରେ ଆରମ୍ଭ ହୋଇ ଗୋଟିଏ ଦିନ ପର୍ଯ୍ୟନ୍ତ ରହେ ।[୨]

ଆମିଲୋରାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, ବାନ୍ତି (vomiting), ଅରୁଚି, ରାସ୍ ଓ ମୁଣ୍ଡବଥା ହୋଇପାରେ ।[୧] ବ‌ୟସାଧିକ୍ୟ, ବୃକ୍‌କ ସମସ୍ୟା (kidney problems) ଓ ମଧୁମେହ ଥିଲେ ରକ୍ତରେ ପଟାସିଅମ ସ୍ତର ଅଧିକ ହେବା ସଙ୍କଟ ରହେ ।[୧] ଏହା ପଟାସିଅମ ସ୍ପେୟାରିଙ୍ଗ ଡାଇୟୁରେଟିକ (potassium-sparing diuretic) ଶ୍ରେଣୀର ଏକ ଔଷଧ ।[୧] ଏହି ଔଷଧଦ୍ୱାରା ସୋଡ଼ିଅମ ଅଧିକ ହୁଏ ଓ ବୃକ୍‌କର ଡିସ୍ଟାଲ ଟ୍ୟୁବ୍ୟୁଲରୁ (distal tubule) ନିର୍ଗତ ହେଉଥିବା ପଟାସିଅମ କମେଇଦେଇ କାର୍ଯ୍ୟକ୍ଷମ ହୁଏ ।[୨]

ସନ ୧୯୬୭ରେ ଆମିଲୋରାଇଡ ପ୍ରସ୍ତୁତ କରାଯାଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୦.୧୦ ଆମେରିକୀୟ ଡଲାର ।[୫] ଏନଏଚଏସ (NHS) ସଂସ୍ଥାକୁ ଏକ ମାସ ନିମନ୍ତେ ଏହି ଔଷଧର ଖର୍ଚ୍ଚ ୨୪ ପାଉଣ୍ଡ ଦେବାକୁ ହୁଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Amiloride Hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 328, 330. ISBN 9789241547659. Retrieved 8 December 2016.
  3. Progress in Drug Research/Fortschritte der Arzneimittelforschung/Progrés des recherches pharmaceutiques (in ଇଂରାଜୀ). Birkhäuser. 2013. p. 210. ISBN 9783034870948.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 28 December 2016.
  6. British national formulary : BNF 69 (69 ed.). British Medical Association. 2015. p. 90. ISBN 9780857111562.