ଆପ୍ପମ
ଅନ୍ୟ ନାମ | ହପର୍ସ, ଆପ୍ପା, କଳାପ୍ପମ, ପାଳାପ୍ପମ |
---|---|
ପରଷା | Breakfast or dinner |
ମୁଖ୍ୟ ଉପାଦାନ | ପିଠଉ |
ପ୍ରକାର ଭେଦ | ଅଣ୍ଡା ହପର୍ସ |
|
ଆପ୍ପମ (ନଡ଼ିଆ ଚିତଉ ପିଠା ସଙ୍ଗେ ତୁଳନୀୟ) କିଣ୍ୱନ ହୋଇଥିବା ପିଠଉ ଓ ନଡ଼ିଆ ରସରୁ ତିଆରି ଏକ ପ୍ରକାର ପିଠା । ଏହା ମୁଖ୍ୟତଃ କେରଳ,[୧] ତାମିଲନାଡ଼ୁ ଓ ଶ୍ରୀଲଙ୍କାର ଏକ ପ୍ରଧାନ ଖାଦ୍ୟ ।[୨] ଏହା ସାଧାରଣତଃ ଜଳଖିଆ ଓ ରାତିରେ ଖିଆଯାଇଥାଏ ।
ଏହା କେରଳର ନସରାଣୀମାନଙ୍କର (ସେଣ୍ଟ ଥୋମାସ ଖ୍ରୀଷ୍ଟିଆନ ବା ସିରିଆନ ଖ୍ରୀଷ୍ଟିଆନ) ଏକ ମୁଖ୍ୟ ଖାଦ୍ୟ ଓ ଚଳଣିଗତ ପରିଚୟ ।[୩][୪][୫][୬][୭] ଗିଲ ମାର୍କ୍ସଙ୍କ ଅନୁସାରେ ତିନିପ୍ରକାର ଜିହୁଦୀ ସମାଜରେ - କୋଚିନ, ମୁମ୍ବାଇ ଓ କଲିକତା - ଶସ୍ୟରୁ ତିଆରି ପିଠା ଆପ୍ପମ ନାମରେ ଜଣା ।[୮]
ଇତିହାସ
[ସମ୍ପାଦନା]ଭାରତୀୟ ସାମ୍ବାଦିକ ବୀର ସାଙ୍ଘଭି ଖାଦ୍ୟ ଐତିହାସିକ କେ.ଟି. ଆଚାର୍ଯ୍ୟଙ୍କ ଉକ୍ତି ଉଦ୍ଧାର କରି କହନ୍ତି ଯେ ତାମିଲ ପେରୁମ୍ପାରୁନୁରେ ଆପ୍ପମ ବାବଦରେ ବର୍ଣ୍ଣନା ରହିଛି ।[୯][୧୦][୧୧] କେ.ଟି. ଆଚାର୍ଯ୍ୟ ତାଙ୍କ ଜୀବନର ଶେଷ ପ୍ରକାଶିତ ବହିରେ ପେରୁମ୍ପାରୁନୁ ଆଧାରରେ ପୁରାତନ ତାମିଲ ଦେଶ (ମୋଟାମୋଟି ଏବେର ଦକ୍ଷିଣ ଭାରତ)ରେ ଏକ ଜଣାଶୁଣା ଖାଦ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ଆପ୍ପମ ଦକ୍ଷିଣ ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ବୋଲି ଗିଲ ମାର୍କ୍ସ ଦର୍ଶାନ୍ତି ।
ପ୍ରକାରଭେଦ
[ସମ୍ପାଦନା]-
କେରଳରେ ତିଆରି ହେଉଥିବା ବେଳେ ଏକ ଆପ୍ପମ
-
ତାମିଲନାଡୁରେ ପରସା ନଡ଼ିଆ କ୍ଷୀର ସହ ଆପ୍ପମ
ଆଧାର
[ସମ୍ପାଦନା]- ↑ K.T. Achaya (1997). Indian Food: A Historical Companion. Oxford University Press. ISBN 0195644166.
- ↑ "12 Sri Lanka foods visitors have to try". CNN.
- ↑ Vijayan Kannampilly (2003). The Essential Kerala Cookbook. Penguin Books India. pp. 13, 14, 187. ISBN 0143029509.
- ↑ Martin Hughes; Sheema Mookherjee; Richard Delacy (2001). India, Lonely Planet World Food Guides, World Food Series. Lonely Planet. p. 201. ISBN 1864503289.
- ↑ "Rahul Gandhi has traditional Syrian Christian meal in Kerala". India Today. 13 January 2014.
- ↑ "Exploring Cuisine From India's Spice Coast". The New York Times. 13 September 2000.
- ↑ "Christmas with a Suriyani twist". Deccan Chronicle. 15 December 2013.
- ↑ Marks, Gil (2010). Encyclopedia of Jewish food. Hoboken, N.J.: Wiley. ISBN 0544186311.
- ↑ Vir Sanghvi (2004). Rude Food: The Collected Food Writings of Vir Sanghvi. Penguin Books India. p. 110. ISBN 0143031392.
- ↑ Subhadra Sen Gupta (2012). Let's Go Time Travelling. Penguin UK. ISBN 818475678X.
- ↑ K. T. Achaya. The Story of Our Food. Universities Press. p. 80. ISBN 81-7371-293-X.