ଆପ୍ପମ

ଉଇକିପିଡ଼ିଆ‌ରୁ
ଆପ୍ପମ
ଆପ୍ପମ
ଅନ୍ୟ ନାମହପର୍ସ, ଆପ୍ପା, କଳାପ୍ପମ, ପାଳାପ୍ପମ
ପରଷାBreakfast or dinner
ମୁଖ୍ୟ ଉପାଦାନପିଠଉ
ପ୍ରକାର ଭେଦଅଣ୍ଡା ହପର୍ସ

ଆପ୍ପମ (ନଡ଼ିଆ ଚିତଉ ପିଠା ସଙ୍ଗେ ତୁଳନୀୟ) କିଣ୍ୱନ ହୋଇଥିବା ପିଠଉ ଓ ନଡ଼ିଆ ରସରୁ ତିଆରି ଏକ ପ୍ରକାର ପିଠା । ଏହା ମୁଖ୍ୟତଃ କେରଳ,[୧] ତାମିଲନାଡ଼ୁ ଓ ଶ୍ରୀଲଙ୍କାର ଏକ ପ୍ରଧାନ ଖାଦ୍ୟ ।[୨] ଏହା ସାଧାରଣତଃ ଜଳଖିଆ ଓ ରାତିରେ ଖିଆଯାଇଥାଏ ।

ଏହା କେରଳର ନସରାଣୀମାନଙ୍କର (ସେଣ୍ଟ ଥୋମାସ ଖ୍ରୀଷ୍ଟିଆନ ବା ସିରିଆନ ଖ୍ରୀଷ୍ଟିଆନ) ଏକ ମୁଖ୍ୟ ଖାଦ୍ୟ ଓ ଚଳଣିଗତ ପରିଚୟ ।[୩][୪][୫][୬][୭] ଗିଲ ମାର୍କ୍ସଙ୍କ ଅନୁସାରେ ତିନିପ୍ରକାର ଜିହୁଦୀ ସମାଜରେ - କୋଚିନ, ମୁମ୍ବାଇ ଓ କଲିକତା - ଶସ୍ୟରୁ ତିଆରି ପିଠା ଆପ୍ପମ ନାମରେ ଜଣା ।[୮]


ଇତିହାସ[ସମ୍ପାଦନା]

ଭାରତୀୟ ସାମ୍ବାଦିକ ବୀର ସାଙ୍ଘଭି ଖାଦ୍ୟ ଐତିହାସିକ କେ.ଟି. ଆଚାର୍ଯ୍ୟଙ୍କ ଉକ୍ତି ଉଦ୍ଧାର କରି କହନ୍ତି ଯେ ତାମିଲ ପେରୁମ୍ପାରୁନୁରେ ଆପ୍ପମ ବାବଦରେ ବର୍ଣ୍ଣନା ରହିଛି ।[୯][୧୦][୧୧] କେ.ଟି. ଆଚାର୍ଯ୍ୟ ତାଙ୍କ ଜୀବନର ଶେଷ ପ୍ରକାଶିତ ବହିରେ ପେରୁମ୍ପାରୁନୁ ଆଧାରରେ ପୁରାତନ ତାମିଲ ଦେଶ (ମୋଟାମୋଟି ଏବେର ଦକ୍ଷିଣ ଭାରତ)ରେ ଏକ ଜଣାଶୁଣା ଖାଦ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ଆପ୍ପମ ଦକ୍ଷିଣ ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ବୋଲି ଗିଲ ମାର୍କ୍ସ ଦର୍ଶାନ୍ତି ।

ପ୍ରକାରଭେଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. K.T. Achaya (1997). Indian Food: A Historical Companion. Oxford University Press. ISBN 0195644166.
  2. "12 Sri Lanka foods visitors have to try". CNN.
  3. Vijayan Kannampilly (2003). The Essential Kerala Cookbook. Penguin Books India. pp. 13, 14, 187. ISBN 0143029509.
  4. Martin Hughes; Sheema Mookherjee; Richard Delacy (2001). India, Lonely Planet World Food Guides, World Food Series. Lonely Planet. p. 201. ISBN 1864503289.
  5. "Rahul Gandhi has traditional Syrian Christian meal in Kerala". India Today. 13 January 2014.
  6. "Exploring Cuisine From India's Spice Coast". The New York Times. 13 September 2000.
  7. "Christmas with a Suriyani twist". Deccan Chronicle. 15 December 2013.
  8. Marks, Gil (2010). Encyclopedia of Jewish food. Hoboken, N.J.: Wiley. ISBN 0544186311.
  9. Vir Sanghvi (2004). Rude Food: The Collected Food Writings of Vir Sanghvi. Penguin Books India. p. 110. ISBN 0143031392.
  10. Subhadra Sen Gupta (2012). Let's Go Time Travelling. Penguin UK. ISBN 818475678X.
  11. K. T. Achaya. The Story of Our Food. Universities Press. p. 80. ISBN 81-7371-293-X.